ଜିଲ୍ଲା ସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ,ବିପର୍ଯ୍ୟୟ ପରିଚାଳନାରେ କେନ୍ଦ୍ରାପଡା ରାଜ୍ୟ ସ୍ତରରେ ଅଗ୍ରଣୀ- ଅତିରିକ୍ତ ଜିଲ୍ଲାପାଳ


କେନ୍ଦ୍ରାପଡ଼ା,୨୯ା୧୦: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାତ୍ୟା, ବନ୍ୟା, ସୁନାମି ଭଳି ପ୍ରାକୃତ୍ତିକ ବିପର୍ଯ୍ୟୟର ଭୟାବହତା, ତୀବ୍ରତା ତଥା କ୍ଷୟକ୍ଷତିକୁ ଜନ ସାଧାରଣ ତଥା ସର୍ବୋପରି ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ଓ ସହଯୋଗ ଏବଂ ସୁପରିଚାଳନା କରିପାରିଲେ ଆମେ ଏହାର ସଫଳ ମୁକାବଲା କରି ପାରିବା ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ।

ବିପର୍ଯ୍ୟୟ ପରିଚାଳନାରେ କେନ୍ଦ୍ରାପଡା ସାରା ରାଜ୍ୟରେ ଅଗ୍ରଣୀ ବୋଲି ମଧ୍ୟ ସେ କହିଥିଲେ । ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାସ୍ତରରେ ଗଠନ କରାଯାଇଥିବା ଟାସ୍କ ଫୋର୍ସ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା/ କର୍ମୀ ଏବଂ ଜନ ପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ । ପ୍ରାକୃତ୍ତିକ ବିପର୍ଯ୍ୟୟ ସଫଳ ମୁକାବଲା କରିବା ପାଇଁ, ଆମେ ପ୍ରାକୃତ୍ତିକ ବିପର୍ଯ୍ୟୟ ପରିଚାଳନା ଓ ଏହାର ପୂର୍ବ ଏବଂ ପରବର୍ତ୍ତୀ ଅବସ୍ଥା ପାଇଁ ଶହେ ପ୍ରତିଶତ ପ୍ରସ୍ତୁତ ବୋଲି ସେ ମତବ୍ୟକ୍ତ କରିଥିଲେ । ୧୯୯୯ ମସିହା ମହାବାତ୍ୟା ପରେ ରାଜ୍ୟ ସରକାର ପ୍ରାକୃତ୍ତିକ ବିପର୍ଯ୍ୟୟ ପରିଚାଳନା ଓ ଏହାର ସଫଳ ମୁକାବିଲା ପାଇଁ ଆଇନ୍ ଆଣିଥିଲେ । ଏହାର ସଫଳ ମୁକାବିଲା ପାଇଁ ତୃଣମୂଳ ସ୍ତରରେ ସଚେତନତା ବାର୍ତ୍ତା ପହଁଚାଇବା ହିଁ ଆଜି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ର କହିଥିଲେ । ପ୍ରାକୃତ୍ତିକ ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତୀ ଅବସ୍ଥାକୁ ଆମେ କିପରି ସଫଳ ପରିଚାଳନା କରିପାରିବା ଏବଂ ରାଜ୍ୟ ସରକାରଙ୍କ ଶ୍ଲୋଗାନ ଶୂନ୍ୟ ମୃତ୍ୟୁ ହାରକୁ ସଫଳ କରିବା ଦିଗରେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ମହାବାତ୍ୟା ଆମକୁ ଶିକ୍ଷା ଦେଇଛି ସଚେତନତା ପାଇଁ, ସ୍କୁଲ, କଲେଜର ଛାତ୍ର ଛାତ୍ରୀମାନେ ବିପର୍ଯ୍ୟୟ ପରିଚାଳନା ପାଇଁ ନିଜ ନିଜ ଅଞ୍ଚଳରେ ସଚେତନତା ବାର୍ତ୍ତା ପହଁଚାଇବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଜି ଦିବସରେ ବାର୍ତ୍ତା ଥିଲା ଋଜ୍ଞକ୍ଟ୍ରକ୍ଟଙ୍ଗରକ୍ସସଦ୍ଭଶ ମକ୍ଟଜ୍ଞଜ୍ଞଙ୍କଦ୍ଭସଗ୍ଧଚ୍ଚ ଲକ୍ଟକ୍ସ ଜରଗ୍ଦସୟରଦ୍ଭଗ୍ଧ କ୍ଟୟସଗ୍ଦଷବ”. ବାସ୍ତବରେ ସଶକ୍ତ ଗୋଷ୍ଠୀ ଗଠନ ଓ ସହଭାଗୀତା ବିନା ପ୍ରାକୃତ୍ତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡିଶାରେ ଏହାକୁ ମୁକାବିଲା କରିବା ଅସମ୍ଭବ । ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଗୁଡିକୁ ପରିସ୍କାର ଓ ସୁରକ୍ଷିତ ରଖିବା ସହ ଜନସାଧାରଣ ନିଜ ନିଜର କ୍ଷମତା ମୁତାବକ ସାହାଯ୍ୟ କରିବାକୁ ଆନ୍ତରିକତା ରଖିବା ଆବଶ୍ୟକ ବୋଲି ଉପସ୍ଥିତ ସମସ୍ତଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ଶପଥ ପାଠ କରାଇଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ (ଜରୁରି କାଳିନ ବିଭାଗ) ପକ୍ଷରୁ ଆଜି ସକାଳ ୮ ଟାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ବୈଠକରେ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ନେଚର୍ସ ବ୍ଲକର ସମ୍ପାଦକ ବିରଳା ପ୍ରସାଦ ପତି, ଡିଆରଏମ୍ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ନିରଞ୍ଜନ ସାହୁ, ରେସୱାର କର୍ମକର୍ତ୍ତା, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ, ବୁଦ୍ଧିଜୀବୀ, ଜରୁରୀ କାଳୀନ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ ପରେ ୧୯୯୯ ମସିହା ମହାବାତ୍ୟାରେ ପ୍ରାଣହାନୀ ଘଟିଥିବା ଲୋକମାନଙ୍କ ପାଇଁ ଏକ ମିନଟ୍‌ର ନୀରବ ପ୍ରାର୍ଥନା କରାଯାଇଥିଲା । ଦିବସ ପାଳନ ଉପଲକ୍ଷେ ଆୟୋଜିତ ବକୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଶେଷରେ ଜରୁରୀକାଳୀନ ଅଧିକାରୀ ଜୟନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

କେନ୍ଦ୍ରାପଡା ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଭାର ସାଂଗଠନିକ ସମାବେଶ ଓ ଉପଦେଷ୍ଟାମଣ୍ଡଳୀ ଗଠନ

Mon Oct 30 , 2023
କେନ୍ଦ୍ରାପଡ଼ା, ୨୯ା୧୦ : କେନ୍ଦ୍ରାପଡା ସହରସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବାଲାବାବା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଙ୍ଘର ସାଂଗଠନିକ ସମାବେଶ ଓ ଉପଦେଷ୍ଟାମଣ୍ଡଳୀ ଗଠନ ପାଇଁ ଏକ ସମାବେଶର ଆୟୋଜନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲା ସଂଗଠନର ସଭାପତି ଶରତ କୁମାର ବେହୁରା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଂଗଠନର ସଭାପତି ଅଶୋକ କୁମାର ଲେଙ୍କା ଯୋଗଦେଇଥିଲେ । ଜିଲ୍ଲାର […]

You May Like