କେନ୍ଦ୍ରାପଡା,୨୫ା୭: କେନ୍ଦ୍ରାପଡା ଜିଲ୍ଲା କୁହୁଡିଠାରେ ସିଦ୍ଧମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁରୁବାର ଦିନ ବିଦ୍ୟାଳସ୍ତରୀୟ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାପତିତ୍ୱ କରିଥିଲେ । କେନ୍ଦ୍ରାପଡା ମଣ୍ଡଳିଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ମୁଖ୍ୟ ଅତିଥି ଓ ବ୍ଲକ ଇକୋକ୍ଲବ ସଂପାଦକ ପ୍ରଫୁଲ କୁମାର ମହାପାତ୍ର ମୁଖ୍ୟବକ୍ତା, ସମ୍ମାନୀତ ଅତିଥିଭାବେ ନିକଟରେ ପ୍ରକୃତିବନ୍ଧୁ ପୁରଷ୍କାର ପାଇଥିବା ବିଦ୍ୟାଳୟର ଅବସର ପ୍ରାପ୍ତ ପୂର୍ବତନ ଇକୋକ୍ଲବ […]
କେନ୍ଦ୍ରାପଡା ୨୫/୭- କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ଶ୍ରୀ ବଳଦେବଜୀଉ ମନ୍ଦର ନିକଟସ୍ଥ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣି ଦାଶଙ୍କ ସଭାପତିତ୍ୱରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରୁ ନିକଟରେ ଅବସର ନେଇଥିବା ସହକାରୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି କରଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ସଭାରେ ଇଚ୍ଛାପୁର କ୍ଲଷ୍ଟର୍ର ସାଧନ ସପ୍ସଯୋଜକ ବିଭୁପ୍ରସାଦ ନାୟକ, ସରସ୍ୱତୀ ଉଚ୍ଚ ବିଦ୍ୟାଳୟର ଦେପୁରର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ […]
କେନ୍ଦ୍ରାପଡା ୨୫/୭- କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ଶ୍ରୀ ବଳଦେବଜୀଉ ମନ୍ଦିର ନିକଟସ୍ଥ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣି ଦାଶଙ୍କ ସଭାପତିତ୍ୱରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରୁ ନିକଟରେ ଅବସର ନେଇଥିବା ସହକାରୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି କରଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ସଭାରେ ଇଚ୍ଛାପୁର କ୍ଲଷ୍ଟର୍ର ସାଧନ ସପ୍ସଯୋଜକ ବିଭୁପ୍ରସାଦ ନାୟକ, ସରସ୍ୱତୀ ଉଚ୍ଚ ବିଦ୍ୟାଳୟର ଦେପୁରର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ […]
ରାଷ୍ଟ୍ରୀୟ ଫସଲ ବୀମା ପଞ୍ଜିକରଣ ପୋର୍ଟାଲ ବନ୍ଦ . ଚାଷୀ ହତାସ ପଟ୍ଟାମୁଣ୍ଡାଇ ୨୫/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଆସନ୍ତା ୩୧ ତାରିଖ ଗୁରୁବାର ଏହି ଫସଲ ପଞ୍ଜୀକରଣ ଅବଧି ସରିଯିବ। ଅନ୍ୟପକ୍ଷରେ ଫସଲ ବିମା ୱେବ ପୋର୍ଟାଲ ବହୁ ସମୟଧରି ଖୋଲୁନାହିଁ । ଫଳରେ ଚାଷୀ ପଞ୍ଜୀକରଣ କରି ନ ପାରି ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। […]
କେନ୍ଦ୍ରାପଡ଼ା,୨୫ା୭ : ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ନୂତନ ଜିଲ୍ଲାପାଳ ରଘୁରାମ ଆର.ଆୟାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କମିଟି ସଭାପତି ବରିଷ୍ଠ ଆଇନିଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ପରାମର୍ଶ କ୍ରମେ କମିଟି ସାଧାରଣ ସମ୍ପାଦକ ଆଇନିଜୀବୀ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସଂଯୋଜକ ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂ, ଧିରେନ୍ଦ୍ର ଦାସ, ଗୋଲଖ ପରିଡା, ନିରଞ୍ଜନ ବଳ, ଅକ୍ଷୟପ୍ରିୟ ଦାସ, ଗବେଷକ ନିରଞ୍ଜନ ମେକାପ, ଉପଦେଷ୍ଟା […]
କେନ୍ଦ୍ରାପଡ଼ା,୨୫ା୭:ଓଡିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ର ତେଜ ତନ୍ମୟ ୨ୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡା ପାଇଁ ଗୈାରବ ଆଣି ଦେଇଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ, ବିଜୟକେତନ ଉପାଧ୍ୟାୟ, ସାହିତ୍ୟ […]
କେନ୍ଦ୍ରାପଡ଼ା,୧୪ା୭: ଦିନକୁ ଦିନ ନଷ୍ଟ ହୋଇଯାଉଥିବା ପରିବେଶରେ ପ୍ରକୃତି ତା’ର ସନ୍ତୁଳନ ହରାଇବସିବା ସହ ଅସମୟରେ ପ୍ରାକୃତିକ ବିପର୍ଯ୍ୟୟ ସହ ଋତୁଚକ୍ରରେ ପରିବର୍ତ୍ତର୍ନ ହେବାରେ ଲାଗିଲାଣି । ଆଗାମୀ ପିଢ଼ି ଏକ ସବୁଜ ସୁନ୍ଦର ପୃଥିବି ପାଇବା ସହ ପ୍ରାକୃତିକ ବିପର୍ଯ୍ୟୟରୁ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ସାରାବିଶ୍ୱ ବର୍ତ୍ତମାନ ପରିବେଶ ସୁରକ୍ଷା ଚିନ୍ତାରେ ପଡିଯାଇଛି। ଏହାକୁ ସାକାର କରିବା ପାଇଁ କେନ୍ଦ୍ରାପଡ଼ାର ଶିବାୟ ଟିଉଟୋରିଆଲର ଛାତ୍ରଛାତ୍ରୀଙ୍କ ଉଦ୍ୟମରେ କେନ୍ଦ୍ରାପଡା […]
ଦୁର୍ଘଟଣାରେ ଦୁଇ ଗୁରୁତର, ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଓ ଠିକାସଂସ୍ଥାକୁ ଦାୟୀ କଲେ ଜନସାଧାରଣ ଡ଼େରାବିଶ ୧୪ । ୦୭ (ବେବର୍ତା ଅଜୟ ଦାସ) – ଚଣ୍ଡିଖୋଲ ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛକରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟି ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭୁଲୁକା ଗ୍ରାମର ସରୋଜ କୁମାର ଜେନା(୫୨) […]
କେନ୍ଦ୍ରାପଡ଼ା,୧୧/୭: ଓଡ଼ିଶୀ ନୃତ୍ୟଗୁରୁ କେନ୍ଦ୍ରାପଡ଼ା ମାଟିର ଝିଅ ଭାନୁପ୍ରିୟା ଖଟୁଆଙ୍କୁ ବଙ୍ଗରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଭାରତ ସରକାରଙ୍କ ଅଧିନସ୍ଥ କଲଚରାଲ ଡ଼େଭଲମେଣ୍ଟ ଫାଉଣ୍ଡେସନ ପକ୍ଷରୁ ପଶ୍ଚିମବଙ୍ଗର କୋଲକାତା ଠାରେ ଆୟୋଜିତ ଆନ୍ତର୍ଜାତୀୟ ମେଗା ସୁପରକ୍ଲାସ୍ ଡ଼୍ୟାନ୍ସ ଓ ମ୍ୟୁଜିକ୍ ଫେଷ୍ଟିଭାଲ ରେ ସୁଶ୍ରୀ ଭାନୁପ୍ରିୟାଙ୍କୁ ଏହି ସମ୍ମାନ ମିଳିଛି । କେନ୍ଦ୍ରାପଡ଼ାର ସର୍ବପ୍ରାଚୀନ ଗୋକୁଳ ଚନ୍ଦ୍ର ସଂଗୀତ ସଦନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଥିବା ସୁଶ୍ରୀ ଭାନୁପ୍ରିୟା […]
ପଂଚାୟତ ଉନ୍ନତିକରଣ ସୂଚକାଙ୍କ ୨.୦ କର୍ମଶାଳା ଉଦଯାପିତ ପଟ୍ଟାମୁଣ୍ଡାଇ ୧୧/୭– ଆଗାମୀ ଦୁଇ ହଜାର ତିରିଶି ସୁଦ୍ଧା ଦୀର୍ଘ ସ୍ଥାୟୀ ଯୋଜନା ମାଧ୍ୟମରେ ଆଗାମୀ ପିଢ଼ିକୁ ସମସ୍ତ ସୁରକ୍ଷା ପ୍ରଦାନ ଲକ୍ଷରେ ପଟ୍ଟାମୁଣ୍ଡାଇ ବ୍ଲକ୍ ସମ୍ମିଳନୀ କକ୍ଷରେ ତାଲିମ ଶିବିର ୨ଦିନ ଧରି ଅନୁଷ୍ଠିତ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି । ପଂଚାୟତର ଆଗ ଧାଡ଼ିର ଯୋଦ୍ଧା ଯଥା- ଆଶା, ଅଙ୍ଗନବାଡି କର୍ମୀ,ଶିକ୍ଷକ,ସରପଂଚ, ଜିଆରଏସ,ଏମବିକେ ,ପିଇଓ, ଗ୍ରାମସେବକ ଭଳି ପଂଚାୟତର […]
ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକ କେନ୍ଦ୍ରାପଡ଼ା,୧୧/୭: କ୍ଷୁଦ୍ର ବ୍ୟବସାୟୀ ସଭ୍ୟସଭ୍ୟାଙ୍କ ଆର୍ଥୀକ ଅଭିବୃଦ୍ଧି ପାଇଁ ଅଗ୍ରାଧିକାର ଭିତ୍ତିରେ ସହଜ ଋଣ ମଂଜୁର କରାଯିବ । କେନ୍ଦ୍ରାପଡ଼ା ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମିତିର ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାନେତ୍ରୀ ରୋଜାଲିନୀ ଦାସ, କ୍ଷିରୋଦ ପ୍ରାସଦ ସିଂହ, […]
ପଟ୍ଟାମୁଣ୍ଡାଇ ୧୧/୭ – ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଗତ ତିନିଦିନ ହେବ ପାଣି ସ୍ଥିର ରହିଛି । କିଛି ଅଂଶର ଜଳରାଶି କିମିଥିବା ବେଳେ ଶହ ଶହ ଏକର ଚାଷଜମିରେ ବନ୍ୟା ପାଣି ବୁଡି ରହିଛି । ଏକର ଏକର […]
କେନ୍ଦ୍ରାପଡା ୧୦/୭ – ପବିତ୍ରବ୍ୟାସ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଫୋରଡ ଗ୍ରାମର ପୁଣ୍ୟତୋୟା ଗୋବରୀ ନଦୀ ତଟ ଦେଶରେ ମହାନ୍ ସନ୍ଥ ନାମାଚାର୍ଯ୍ୟ ବାୟାବାବାଙ୍କ ଦ୍ୱାରା ସଂସ୍ଥାପିତ ବାୟା ଆଶ୍ରମରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟା ବେଳେ ଆଶ୍ରମର ମହନ୍ତ ହୃଷୀକେଶ ଦାଶ ମହାରାଜଙ୍କ ନେତୃତ୍ୱରେ ଶ୍ରୀ ଶ୍ରୀ ରାଧାରମଣ ଦେବ ରାମଦାସ ବାବାଜୀ ମହାରାଜ, ନାମାଚାର୍ଯ୍ୟ ବାୟାବାବାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ […]
କେନ୍ଦ୍ରାପଡ଼ା ୧୦/୭- ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ପବିତ୍ର ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲୋକ କବି ଭାବଗ୍ରାହୀ ପରିଡାଙ୍କ ଧର୍ମପତ୍ନୀ ସରୋଜିନୀ ପରିଡାଙ୍କ ୯୧ ତମ ଜୟନ୍ତୀ ଉତ୍ସବ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ […]
ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ୨୯/୬- କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ୧୫ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାର ମହାନ […]
ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ସାଂସ୍କୃତିକ ସଂନ୍ଧ୍ୟାରେ ଫିଟ ଅଫ ଫାୟାର ଏକାଡେମୀର ନୃତ୍ୟ ଚିତାର୍କଶକ ଥିଲା ନୃତ୍ୟ ମାଧ୍ୟମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପଟ୍ଟାମୁଣ୍ଡାଇ ୧୯/୬ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ତଥା ଜିଲ୍ଲା ସ୍ତରୀୟ ବିକାଶ ମେଳା ଅବସରରେ ପ୍ରତ୍ୟକ ସନ୍ଧ୍ୟାରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ଚିତାକର୍ଶକ […]
ପଟ୍ଟାମୁଣ୍ଡାଇ ତା ୧୭/୬- ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ଗାଳ୍ପିକା ସରସ୍ୱତୀ ବେହେରାଙ୍କ ସମ୍ପାଦିତ ସାହିତ୍ୟ ପତ୍ରିକା ” ବର୍ଣ୍ଣବିଭା” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ କବି ପୀତାମ୍ବର ତରାଇଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ଗାନ୍ଧିବାଦୀ ଗବେଷକ ଶୈଳଜ ରବି ମୁଖ୍ୟଅତିଥି, କେନ୍ଦ୍ର ସାହିତ୍ୟଏକାଡେମୀ ପୁରସ୍କାପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଅସିତ୍ ମହାନ୍ତି ମୁଖ୍ୟବକ୍ତା, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ବରେଣ୍ୟ ଅତିଥି,କେନ୍ଦ୍ର ସାହିତ୍ୟ […]
କେନ୍ଦ୍ରାପଡା ୧୬/୬- କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ କୋଳଡିହ ପଞ୍ଚାୟତର ଓଁଳାଡିହା ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗାଁ ନିକଟ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆ ଯୋରର ଜଣେ ମହିଳା ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଓଁଳାଡିହା ଗାଁର କାଜଲ ମହାନ୍ତି (୪୦) । ଏହି ଘଟଣା ତାଙ୍କ ଝିଅଙ୍କ ଆଗରେ ଘଟିଥିବା ସୂଚନା ମିଳିଛି। ଘରେ […]
ପଟ୍ଟାମୁଣ୍ଡାଇ ୯/୬ – ପଟ୍ଟାମୁଣ୍ଡାଇ ବ୍ଲକ ୧୭ନ ଜୋନ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳଙ୍କ ପିତା ସମାଜସେବୀ ମହେଶ୍ୱର ବିଶ୍ୱାଳଙ୍କ ଏକାଦଶାହ ଅବସରରେ ସୁଜନପୁର ଠାରେ ରବିବାର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ରାଜନଗର ବିଧାୟକ ଧୁବ ସାହୁ, ପୂର୍ବତନ ବିଧାୟକ କିଶୋର ତରାଇ,ଅଂଶୁମାନ ମହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଳିତା ଦାସ ଉପାଧ୍ୟକ୍ଷ ଭୀଷ୍ମ ମହାନ୍ତି, […]
ପଟ୍ଟାମୁଣ୍ଡାଇ ୯/୬ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ହାଇସ୍କୁଲ ଖେଳ ପଡିଆ ପାର୍ଶ୍ୱରେ ଥିବା ଗୋବରୀ ନଦୀ କୂଳରେ ବୃକ୍ଷ ରୋପଣ କରାଯାଇଥିଲା । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ନେତୃତ୍ୱରେ ଉପଦେଷ୍ଟା ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ରମେଶ ଚନ୍ଦ୍ର ଜେନା, […]
ପଟ୍ଟାମୁଣ୍ଡାଇ ୯/୬ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଗ୍ରିମ ସାମାଜିକ ସଂଗଠନ ହରା ଭାରତର ପକ୍ଷରୁ ୭ମ ଚାରା ବଂଟନ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାର୍ଶାଘାଇ ବ୍ଲକ ସହକାରୀ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ, ପୋଖରୀଆ ପଡା କ୍ଲଷ୍ଟର ସିଆରସିସି ମଳୟ ଜେନା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା […]
ପଟ୍ଟାମୁଣ୍ଡାଇ ୯/୬ – ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୧ ଅଧୀନରେ ଥିବା ଶିମିଳିଆ ମାଇନର କେନାଲରୁ ବର୍ଷ ବର୍ଷ ଧରି ଚାଷଜମିକୁ ସଠିକ ଜଳସେଚନ ହୋଇପାରୁନାହିଁ । ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି । ଏହି ମାଇନର କେନାଲର ଉନ୍ନତିକରଣ ଓ ମରାମତି କରି ଚାଷ ଜମିକୁ ପାଣି ଯୋଗାଇବା ପାଇଁ ସ୍ଥାନୀୟ ଚାଷୀମାନେ ବାରମ୍ବାର ଜଳସମ୍ପଦ ବିଭାଗ ଉଚ୍ଚ କତୃପକ୍ଷଙ୍କ ନିକଟରେ ଗୁହାରି କରିଥିଲେ […]
କେନ୍ଦ୍ରାପଡା,୬ା୬: କେନ୍ଦ୍ରାପଡା ଜିଲ୍ଲା ଚେସ୍ ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ କକ୍ଷରେ ଗ୍ରୀଷ୍ମକାଳୀନ ନିଃଶୁଳ୍କ ଚେସ୍ ପ୍ରଶିକ୍ଷଣ ଶିବିର ଆଜକୁ ୮ ଦିନଧରି ଅନୁଷ୍ଠିତ ହେଉଥିବା ପ୍ରଶିକ୍ଷଣ ଶିବିରକୁ ବିଧିବଧ ଭାବରେ ନୂତନ ଭାବରେ ଚୟନ ହୋଇଥିବା କେନ୍ଦ୍ରାପଡ଼ା ଚେସ ଆସୋସିଏସନ୍ର ସଭାପତି କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମରୋପ ଉତ୍ସବ ସଭାପତି ନିଜର ଅଭିଭାଷଣରେ କେନ୍ଦ୍ରାପଡ଼ା ପିଲାମାନଙ୍କର ଖେଲୁଆଡ ମନବୃତିକୁ […]
ନିକିରାଇ ଆଇଆଇସି ପଦ୍ମାଳୟା ପ୍ରଧାନଙ୍କୁ ଶିଶୁମିତ୍ର ପୋଲିସ ଅଧିକାରୀ ଭାବେ ସମ୍ବର୍ଦ୍ଧିତ କେନ୍ଦ୍ରାପଡା,୬ା୬: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲଡ ଫଣ୍ଡ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସଭାଗୃହରେ ଶିଶୁ ସୁରକ୍ଷା ଉପରେ ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସମ୍ପର୍କରେ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ ଲିଳିତା […]