ଗ୍ରାମାଞ୍ଚଳ ପାରିବାରିକ ଘଟଣାକୁ ନେଇ ପରବେଷଣ ହେବ ମଞ୍ଚସ୍ଥ ନାଟକ


କେନ୍ଦ୍ରାପଡ଼ା,୧ା୩: ଦୀର୍ଘ ୪୦ବର୍ଷ ଧରି ଆୟୋଜିତ ହୋଇଆସୁଥିବା ପଦ୍ମପୁର ଗ୍ରାମର ସାଂସ୍କୃତିକ ଅନୁଷ୍ଠାନ ଗୋପାଳଜିୟୁ ଡ୍ରାମାଟିକ୍ କ୍ଳବ୍ ଦ୍ୱାରା ପରିବେଷଣ ହେବାକୁ ଯାଉଛି ଦୁଇଟି ମଞ୍ଚସ୍ଥ ନାଟକ । ଏନେଇ ସାଂସ୍କୃତିକ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଓ କଳାକାରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ଆସନ୍ତା ମାର୍ଚ୍ଚ ୧୨ ଓ ୧୩ ତାରିଖରେ ହେବାକୁ ଯାଉଥିବା ଏହି ଦୁଇଟି ପାରିବାରିକ ଘଟଣାର ଚର୍ଚ୍ଚିତ କାହାଣୀର ନାଟକ ପ୍ରଥମ ରାତ୍ରୀରେ “ଆସିଛି ଏକା ଜିବିମୁଁ ଏକା” ଦ୍ୱିତୀୟ ରାତ୍ରୀରେ “ଗୁପ୍ତ ସମ୍ପର୍କ” ପରିବେଷିତ ହେବ । ବରିଷ୍ଟ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ବାରିକ ଓ ଉପେନ୍ଦ୍ର ଦାଶ ଏହି ଦୁଇଟି ନାଟକର ନିର୍ଦ୍ଦେଶନା ଦେଉଥିବା ବେଳେ ପଦ୍ମପୁର, କିଣିଲୋ ଗ୍ରାମର ବଛା ବଛା କଳାକାର ଏଥିରେ ଅଭିନୟ କରିବେ । ଏହି ଅବସରରେ ବହୁ ସୁନାମ ଧନ୍ୟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯିବା ନେଇ ମଧ୍ୟ କ୍ଲବ୍ ପକ୍ଷରୁ ନିଷ୍ପତି ନିଆଯାଇଛି । ପରିଚାଳନା କମିଟିର ମୁଖ୍ୟ ପରିଚାଳକ ରତିକାନ୍ତ ରାଉତ ଏବଂ ସହ ପରିଚାଳକ ବିଷ୍ଣୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବାବେଳେ ମାଷ୍ଟର ମୋହନ ସେନାପତି ନୃତ୍ୟ ନିର୍ଦେଶନା ଦେଉଛନ୍ତି । ଏଥିରେ କଳାକାର ଭାବେ ଦେବେନ୍ଦ୍ର ରାଉତ, ସିଲନ ରାଉତ, ରମେଶ ଚନ୍ଦ୍ର ରାଉତ, ଶୁଭେନ୍ଦୁ ରାଉତ, ଶାସ୍ତ୍ରୀ ସଶାଙ୍କ ଶେଖର ପଣ୍ଡା, ମୁକ୍ତେଶ୍ୱର ସ୍ୱାଇଁ, ନବୀନ ରାଉତ, ରାକେଶ ଲେଙ୍କା, ନବୀନ ମହାନ୍ତି, ବସନ୍ତ ବେହେରା, ସନ୍ତୋଷ ବେହେରା, ସନ୍ଦୀପ ରାଉତ, ଶୁଶାନ୍ତ କୁମାର ମଲ୍ଲିକ, ରଶ୍ମିରଞ୍ଜନ ପରିଡ଼ା, ଦିଲ୍ଲୀପ କୁମାର ରାଉତ, ଦେବ ପ୍ରସାଦ ବାରିକ, ନରେଶ ଚନ୍ଦ୍ର ରାଉତ, ପ୍ରିୟନାଥ ସୂତାର, ଅଭିରାମ ବାରିକ ପ୍ରମୁଖ ଅଭିନୟ କରୁଛନ୍ତି ।


Next Post

କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା

Sat Mar 2 , 2024
କେନ୍ଦ୍ରାପଡ଼ା,୧ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଗଣେଶ ଚନ୍ଦ୍ର ରାଉତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ପରିସରରେ ସଭାପତି ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ ମୁଖ୍ୟଅତିଥି ଓ ପଳସିଂହା ହାଇସ୍କୁଲର ପ୍ରଧାନ ଶିକ୍ଷକ […]

You May Like