ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସଂଘର ଭବ୍ୟ ସ୍ୱାଗତ



କେନ୍ଦ୍ରାପଡା, ୧୮ା୩: କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଆଜି ନବରଙ୍ଗପୁରର ପୂର୍ବ ଡିଇଓ ପ୍ରଦୀପ କୁମାର ନାଗ ଦାୟିତ୍ୱ ଗ୍ରହଣ କରିବା ପରେ ଶିକ୍ଷକ ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଇତ୍ୟବସରରେ ଜିଲ୍ଲା ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ସଭାପତି ହେମନ୍ତ ଜେନା, ସମ୍ପାଦକ ବଙ୍କିମ ବିହାରୀ ମହାନ୍ତି, ଉପଦେଷ୍ଟା କାଶୀନାଥ ରାଉତରାୟ, ବିଜୟ କୁମାର ସାମଲ, ଶିକ୍ଷକ ନେତା ଉପେନ୍ଦ୍ର ନାଥ ସାହୁ, ନିରଞ୍ଜନ ସ୍ୱାଇଁ, ନମିତା ନାୟକ, ସତ୍ୟପ୍ରିୟ ଦାସ, ଜୟନ୍ତ କୁମାର ପ୍ରଧାନ ଆଦି ନୂତନ ଶିକ୍ଷାଧିକାରୀଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଶିକ୍ଷା ବିଭାଗର ଜଣେ ନିରଳସ ଓ ଦକ୍ଷ ପଦାଧିକାରୀ ଭାବେ ନିଜ ନୀତିନିଷ୍ଠ କର୍ମ କର୍ତ୍ତବ୍ୟ ସମ୍ପାଦନ କରି ସେ ଉଚ୍ଚ ପ୍ରଶଂସନୀୟ ହୋଇପାରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଯୋଗଦେବା ପରେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ । ପରେପରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଶ୍ରୀ ନାଗ କାର୍ଯ୍ୟଭାର ଗ୍ରହଣ କରିବା ସଙ୍ଗେ ସଙ୍ଗେ ଶିକ୍ଷା ମଣ୍ଡଳର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ନୂତନ ଶିକ୍ଷାଧିକାରୀଙ୍କ ଯୋଗଦାନରେ ସବୁ ମହଲରେ ଖୁସିର ଲହରୀ ଖେଳିଯାଇଛି ।


Next Post

ଭାଜପା ପକ୍ଷରୁ ମିଶ୍ରଣ ପର୍ବ

Tue Mar 19 , 2024
ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ଭାଜପା ନେତୃତ୍ୱଙ୍କ ନିର୍ଦେଶରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରି ଦଳକୁ ଯଶସ୍ୱୀ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ୧୮ ନମ୍ୱର ଜୋନ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରରେ ଭାଜପା ଯୁବନେତା ଅଜୟ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ […]

You May Like