ସହଯୋଗର ହାତ ବଢାଇଲା ଟ୍ରଷ୍ଟ


କେନ୍ଦ୍ରାପଡ଼ା, ୮ା୫: ରାଜ୍ୟର ଜଣାଶୁଣା ସ୍ୱେଛାସେବୀ ଦାତବ୍ୟ ଅନୁଷ୍ଠାନ ‘ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ’ ସର୍ବଦା ଜିଲ୍ଲାର ଗରିବ, ଅବହେଳିତ ଲୋକଙ୍କ ପାଖରେ ପହଞ୍ଚି ସହଯୋଗର ହାତ ଢାଇଥାଏ । ଆକସ୍ମିକ ଅଗ୍ନିକାଣ୍ଡରେ ଘର ପୋଡି ଯାଇଥିବା ଓ ଦୂରାରୋଗ୍ୟ ବ୍ୟାଧିରେ ପିଡିତ ଅସହାୟ ବ୍ୟକ୍ତିବିଶେଷମାନଙ୍କୁ ଟ୍ରଷ୍ଟ ସହାୟତା ପ୍ରଦାନ କରିଥାଏ । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡ. ଦେବେନ୍ଦ୍ର କୁମାର ଦାସଙ୍କ ପ୍ରସ୍ତାବ କ୍ରମେ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅଧିନ ପାଟଳିପଙ୍କର ଅଗ୍ନିବିପନ୍ନ ଜୟରାମ ସାହୁ, ଦାନପୁର ପଞ୍ଚାୟତର କେଶରପୁରଗ୍ରାମର ପକ୍ଷାଘାତ ରୋଗୀ ରବି ମହାନ୍ତି, ଓ କେନ୍ଦ୍ରାପଡା ସହରର ଇଛାପୁରସ୍ଥିତ ଅଗ୍ନିବିପନ୍ନ ରାଜକିଶୋର ଜେନାଙ୍କ ପାଖରେ ପହଞ୍ଚି ତୁରନ୍ତ ସେମାନଙ୍କୁ ସହୟତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକୁ ଟ୍ରଷ୍ଟର ସଂଯୋଜକ ତଥା ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ସମାଜସେବୀ ନଳିନୀ ବିହାରୀ ମହାନ୍ତି ଓ ବରିଷ୍ଠ ଆଇନଜୀବୀ ଧରଣୀଧର ସୁଆର ପ୍ରମୁଖ ପରିଚାଳନା କରିଥିଲେ ।

 


Next Post

ଧୋୟାଞ୍ଚଳରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା

Wed May 8 , 2024
କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳର ୭ଟି ପଂଚାୟତ ପକ୍ଷରୁ ରାଜ୍ୟ ବିଜେଡିର ନବନିଯୁକ୍ତ ସାଧାରଣସମ୍ପାଦକ ବିଜୟ କେତନ ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ ନେତା ତଥା ପଟ୍ଟାମୁଣ୍ଡାଇ -ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ଶ୍ରୀ ସ୍ୱାଇଁ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଦୁର୍ବାର ଆନ୍ଦୋଳନ କରି ସମଗ୍ର ଓଡିଶାର ରାଜନୈତିକ ମହଲରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । […]

You May Like