କେନ୍ଦ୍ରାପଡା,୨୪/୫ – ଭାରତୀୟ ଜନତାପାର୍ଟି କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ସାମ୍ବାଦିକ ସମ୍ମିଳନୀ ଗରାପୁର ସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡାର ପୂବର୍ତନ ସାଂସଦ ତଥା ମହାକାଳପଡାର ନାରୀନେତ୍ରୀ ଅଚ୍ଚର୍ନା ନାୟକ, ଟାଙ୍ଗୀ ସାଲେପୁର ଅଂଚଳର ଯୁବନେତା ଓ ଓଡିଶା ପ୍ରଦେଶର ପୂବର୍ତନ ଯୁବେମାର୍ଚ୍ଚାର ଉପସଭାପତି ପ୍ରଫୁଲ୍ଲ ସ୍ୱାଇଁ ଏବଂ ମିଡିଆ ସେଲର ପ୍ରମୁଖ ନେହେରୁ କୁମାର ସାହୁ ଯୋଗ ଦେଇଥେôଲ । ଉକ୍ତ ସମ୍ମିଳନୀରେ ନାରୀନେତ୍ରୀ ଅଚ୍ଚର୍ନା ନାୟକ କହିଥିଲେ ଯେ, ବିଗତ ଦିନରେ ବିଜେଡି ସରକାର ଓଡିଶାବାସୀଙ୍କୁ ପ୍ରତାରଣା କରିଛି । କେନ୍ଦ୍ରାପଡା ଜିଲ୍ଲା ହେଉଛି ବିଜୁ ପଟ୍ଟନାୟକଙ୍କ ଗଡ ବୋଲି ପରିଚିତ ଥିଲେ ମଧ୍ୟ ୨୪ ବର୍ଷ ମଧ୍ୟରେ କେନ୍ଦ୍ରାପଡା ଆଜି ସଂପୂର୍ଣ୍ଣ ତଳ ସ୍ତରରେ ରହିଅଛି । ଜିଲ୍ଲାରେ ଆଜି ଦାଦନ ସଂଖ୍ୟା ବଢି ଚାଲିଛି । ଜିଲ୍ଲା ମଧ୍ୟ ଦେଇ ନଦୀନାଳ ଭରି ରହିଥିଲେ ମଧ୍ୟ ଆଜି ଜିଲ୍ଲାର ଲୋକ ଟୋପାଏ ପାଣି ପାଇଁ ବିକଳ ହେଉଛନ୍ତି । ବିଜେଡି ସରକାର କେନ୍ଦ୍ରାପଡାରେ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ବାରମ୍ବାର କହି ଆସୁଛନ୍ତି, କିନ୍ତୁ ଆଜି ସୁଦ୍ଧା କୌଣସି ଗୋଟିଏ ଶିଳ୍ପ ପ୍ରତିଷ୍ଠା ହୋଇଛି କି? ଯଦି ନାହିଁ ତେବେ ସାଧାରଣ ଜନତାଙ୍କ ପାଇଁ ସରକାର କଣ କରୁଛି । କେବଳ ମିଛ ପ୍ରଲୋଭନରେ ଲୋକମାନଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି ନେତାମନ୍ତ୍ରୀମାନେ । କେନ୍ଦ୍ର୍ରୀୟ ଯୋଜନାକୁ ହଡପ କରି ପିସି କାରବାରରେ ବ୍ୟସ୍ତ । ଚାଷୀମାନଙ୍କ ପାଇଁ ନାଁ ଏଠାରେ ଜଳର ସୁପରିଚାଳନା ଏଠି ସରକାରୀ ସ୍ତରରେ କରାଯାଇଛି କି? ନାଁ ଚାଷ ଜମିକୁ ଉପଯୁକ୍ତ ଜଳେସଚନ ହୋଇପାରିଛି । ଚାଷୀମାନଙ୍କ ପାଇଁ ନାଁ ଏଠି ଶୀତଳ ଭଣ୍ଡାରର ବ୍ୟବସ୍ଥା ଅଛି । ଏହା କଣ ୨୪ ବଷର୍ର ସରକାର ଜାଣିନାହାଁନ୍ତି । ଏଠାରେ ଝୋଟକଳ ଥିଲା । ତାହା ଆଜି ବନ୍ଦ ହୋଇଯାଇଛି । ମନ୍ତ୍ରୀ ମାଳ ମାଳ ଥିଲେ ମଧ୍ୟ ପାୱାର ପ୍ଲାଣ୍ଟର ରଙ୍ଗୀନ ସ୍ୱପ୍ନ ଆଜି ଅନ୍ଧାରରେ, ମନ୍ତ୍ରୀ ନେତା କହି ପାରିବେ କି ? ଏହା କେବେ ହେବ । ବନ୍ଦର ହେବାର ସ୍ୱପ୍ନ ଦେଖାଇଛନ୍ତି । ତାହା ଆଜି ନାହିଁ ନାହିଁନାହିଁର କେନ୍ଦ୍ରାପଡାବାସୀ । କେନ୍ଦ୍ରାପଡାରେ ଥିବା ବିଦ୍ୟାଳୟ ମହାବିଦ୍ୟାଳୟ ନାଚ ଗୀତର ଆସର ଚାଲିଛି । ଶିକ୍ଷକ ଅଧ୍ୟାପକ ଅଭାବ । ଯୁବ ସମାଜକୁ ନଷ୍ଟ କରିବା ପାଇଁ ଆଜିର ସରକାର ଗଳିକନ୍ଦିରେ ମଦ ଦୋକାନ ଖୋଲି ଦେଇଛି । ଯାହା ଫଳରେ ଶିକ୍ଷାର ମାନ କମି ଗଲାଣି । ସ୍ୱୟଂସହାୟିକା ମହିଳା ମାନଙ୍କୁ ସରକାରୀ ସ୍ତରରେ କୌଣସି ନିର୍ଦ୍ଧିଷ୍ଟ ଟ୍ରେନିଂ ଦେଇଛନ୍ତି କି । ସେମାନଙ୍କୁ କେବଳ ଭୋଟ ସଂଗ୍ରହ କାର୍ଯ୍ୟରେ ଲଗାଇଛନ୍ତି । ସ୍ୱାସ୍ଥ୍ୟ କଥା କହିଲେ ଆପଣମାନେ ଭଲ ଭାବରେ ଜାଣିଛନ୍ତି ଯେ ଏଠାରେ ସାମାନ୍ୟ ରୋଗର ଚିକିତ୍ସା ପାଇଁ ରୋଗୀ କଟକ ଯାଉଛନ୍ତି । ଟାଙ୍ଗୀ ସାଲେପୁରର ଯୁବନେତା ପ୍ରଫୁଲ୍ଲ ସ୍ୱାଇଁ ନିଜ ବକ୍ତବ୍ୟରେ କହିଥିଲେ ଯେ, ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ କାଲି କେନ୍ଦ୍ରାପଡା ଲୋକ ସଭା କ୍ଷେତ୍ର ଆସିଥେôଲ । ଏହି ପରିପ୍ରେକ୍ଷୀରେ ଆମ୍ଭେ ଦେଖିଲେ ଉତରପ୍ରଦେଶର ବିକାଶ ଓ ଓଡିଶାର ବିକାଶ ଆକାଶ ପାତାଳ । ବିଗତ ଦିନରେ କେନ୍ଦ୍ରାପଡାର ସୁଖ ଦୁଃଖର ସାଥୀ ବୈଜୟନ୍ତ ପଣ୍ଡା ଲୋକ ସଭାର ପ୍ରାର୍ଥୀ ଟାଙ୍ଗୀ ଅଂଚଳର ଟାଙ୍ଗୀରୁ କପିଳାସ ରୋଡରେ ଥିବା ରେଳ କ୍ରସିଂ ଠାରେ ଓଭର ବ୍ରିଜର ଗଠନ କରିଥିଲେ । ଯାହା ଫଳରେ ହଜାର ହଜାର ଲୋକ ଏହି ସୁବିଧା ସୁଯୋଗ ନେଇପାରିଛନ୍ତି । ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ସାଂସଦ ସମୟରେ ପାଣି ଟାଙ୍କି ଓ ମିନି ଷ୍ଟାଡିୟମ ଓ ଅନେକ ଗଠନ ମୂଳକ କାଯ୍ୟର୍ରେ ମୂଖ୍ୟ ସୂତ୍ରଧାର ଥିଲେ, ଯାହା ଜନସାଧାରଣ ଜାଣିଛନ୍ତି । ଆଗାମୀ ଦିନରେ ଜନସାଧାରଣ ଲୋକସଭା ପ୍ରାର୍ଥୀ ପାଇଁ ବୈଜୟନ୍ତ ପଣ୍ଡା ଓ ୭ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀମାନଙ୍କୁ ପଦ୍ମଫୁଲରେ ଭୋଟ ଦେଇ ଜିତାଇ ଆଣିବେ ଏବଂ ଆସନ୍ତା କାଲି ଭାରତର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଳି ଠାରେ ଥିବା ମହିଳା ସମାବେଶରେ ଯୋଗ ଦେବା ସହ ୨ ଗୋଟି ପଦ୍ମ ୨ ଗୁଣା ବିକାଶର ନାରା ଅବକି ବାର ୪୦୦ ପାରକୁ ସଫଳ କରିବା ପାଇଁ ବହୁ ଜନ ମତରେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଓ ବିଧାନ ସଭା ସାମିଲ ହେଉଛି ।