ବରିଷ୍ଠ କଂଗ୍ରେସ କର୍ମୀଙ୍କ ବିୟୋଗ


କେନ୍ଦ୍ରାପଡ଼ା, ୧୦ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତ ଅଧିନସ୍ଥ ସମଲପୁର ଗ୍ରାମର ବରିଷ୍ଠ ନାଗରିକ ଯୁଧିଷ୍ଠିର ସ୍ୱାଇଁଙ୍କର ଅଠାଅଶୀ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସମୟରୁ ରାଜନୈତିକ ଜୀବନ ଆରମ୍ଭ କରି ଶେଷ ଜୀବନ ପର୍ଯ୍ୟନ୍ତ ସେ ଜଣେ ଗାନ୍ଧୀବାଦୀ କଂଗ୍ରେସ କର୍ମୀ ଭାବରେ ନିଜର ସାଂଗଠନିକ ଦକ୍ଷତାର ପରିଚୟ ପ୍ରଦାନ କରିଛନ୍ତି । ଆଜୀବନ ଖଦଡ ପିନ୍ଧି ନିଷ୍ଠାପର ଓ ନିର୍ଭିକ ଭାବରେ ସମାଜ ସେବାରେ ନିଜକୁ ନିୟୋଜିତ କରି ଜନମାନସରେ ପ୍ରଶଂସିତ ହୋଇ ଥିଲେ । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା,ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ହରିଶ ପଟ୍ଟନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

 


Next Post

ଭାଗବତ ପ୍ରସାଦ ମହାନ୍ତିଙ୍କ ୯୬ତମ ଜନ୍ମବାର୍ଷିକ ପାଇଁ ପ୍ରସ୍ତୁତି ବୈଠକ

Mon Jun 10 , 2024
କେନ୍ଦ୍ରାପଡ଼ା, ୧୦ା୬: କେନ୍ଦ୍ରାପଡା ସହରର କାକଟସ୍ଥିତ ସୂର୍ଯ୍ୟଭବନରେ କେନ୍ଦ୍ରାପଡାର ଜନନେତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୧୭ତାରିଖରେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଏହି ଜନ୍ମବାର୍ଷିକ ପାଳନ କରାଯିବାକୁ ସ୍ଥିର […]

You May Like