କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶରେ ବୁଧବାର ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଲିପଡ଼ା ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ଶିଶୁ ଶ୍ରମିକ ନିବାରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବାର ଆସୋସିଏସନ କୋଷାଧକ୍ଷ ଆଇନୀଜୀବୀ ଧୀରେନ୍ଦ୍ର ନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ତାଲୁକ ଫ୍ରଟଂ ଅଫିସର ତଥା ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ପଣ୍ଡା ଅଧ୍ୟକ୍ଷତା କରି କହିଥିଲେ ଶିଶୁମାନେ ହିଁ ଦେଶ ତଥା ବିଶ୍ୱର ଭବିଷ୍ୟତ । ଏଣୁ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ପ୍ରତି ବର୍ଷ ଜୁନ୍ ୧୨ରେ ସାରା ବିଶ୍ୱରେ ଆନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି । ଆମ ଦେଶରେ ଶିଶୁ ଶ୍ରମିିକ ନିରୋଧୀ ଆଇନ ୧୯୮୬ ଥାଇ ବି ଶିଶୁ ଶ୍ରମିକଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛିି । ଆଇନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି । ଧାରା ୧୯୮୬ ଆଇନ ଅନୁଯାୟୀ ୧୪ ବର୍ଷ ସମ୍ପୂର୍ଣ୍ଣ କରିନଥିବା ପିଲାକୁ ଶିଶୁ କୁହାଯିବ । ଏହି ଆଇନଦ୍ୱାରା ୧୩ ଟି କାର୍ଯ୍ୟ ଏବଂ ୫୭ ଟି ପ୍ରୋସେସରେ ଶିଶୁକୁ ନିୟୋଜିତ କରାଯାଇ ପାରିବ ନାହିଁ । ଧାରା ୧୪ ରେ ଯଦି କୌଣସି ବ୍ୟକ୍ତି ୧୪ ବର୍ଷ ତଳକୁ ଶିଶୁକୁ କାର୍ଯ୍ୟରେ ନିୟୋଜନ କରନ୍ତି ତେବେ ତାଙ୍କୁ ଅତିକମରେ ୩ମାସ ଅତିବେଶିରେ ୧ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧୦ରୁ୨୦ ହଜାର ପର୍ଯ୍ୟନ୍ତ ଜରିମାନା ହୋଇପାରେ । ରାଜ୍ୟ ଓ କେନ୍ଦ୍ର ଉଭୟ ଏହି ଆଇନକୁ କଡାକଡି ଭାବରେ ପାଳନ କରିବା ଉଚିତ ବୋଲି କୁହାଯାଇଥିବା ବେଳେ ଶିଶୁ ଶ୍ରମିକ ନିରୋଧ ଆଇନ କାର୍ଯ୍ୟକାରୀ କରିବାରେ ମାନସିକତାର ଅଭାବ ହିଁ ଏହାର ମୁଖ୍ୟ କାରଣ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣପ୍ରଭା ପ୍ରଧାନ କହିଥିଲେ ଦାରିଦ୍ର୍ୟ ଦୂର ନ ହେଲେ କୌଣସି ଆଇନ କିମ୍ବା ଯୋଜନାରୁ ସୁଫଳ ମିଳିବ ନାହିଁ । ଜାତିସଂଘ ହିସାବ ମୁତାବକ ସମଗ୍ର ବିଶ୍ୱରେ ୧୫.୨ କୋଟି ଶିଶୁ ଶ୍ରମିକଙ୍କ ମଧ୍ୟରୁ ୭.୨ କୋଟି ଅତି କଠିନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୧ ପ୍ରତିଶତ କୃଷି କ୍ଷେତ୍ରରେ,୧୭ ପ୍ରତିଶତ ସର୍ଭିସ କ୍ଷେତ୍ରରେ ଏବଂ ୧୨ ପ୍ରତିଶତ ଖଣି ସମେତ ବିଭିନ୍ନ ଶିଳ୍ପ କ୍ଷେତ୍ରରେ କାମ କରୁଛନ୍ତି । ଆମ ଦେଶରେ ୧ କୋଟିରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ରହିଛନ୍ତି । ଦାରିଦ୍ର୍ୟ ଯୋଗୁ ଅନେକ ଶିଶୁ ଅଧାରୁ ପାଠ ଛାଡି ଶିଶୁଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଶିକ୍ଷକ ରଂଜିତ ସାହୁ କହିଥିଲେ ଦାରିଦ୍ର୍ୟ, କ୍ଷୁଧା ଓ ରୋଗ ଦୂରୀକରଣ ପାଇଁ ଜାତିସଂଘର ସହସ୍ରାବ୍ଦୀ ଲକ୍ଷ୍ୟ ଏଯାବତ ପୂରଣ ହୋଇପାରି ନ ଥିବାରୁ ଶିଶୁ ଶ୍ରମିକକୁ ରୋକିବା କଷ୍ଟକର ହୋଇପଡିଛି । ଶିକ୍ଷୟତ୍ରୀ ନିରୁପମା ତ୍ରିପାଠୀ ସାବିତ୍ରୀ ମଲିକ କହିଥିଲେ ସରକାର ଏ ଦିଗରେ ଅଧିକ ତତପରତା ପ୍ରକାଶ କରିବା ଆବଶ୍ୟକ । ଶିଶୁ ଶ୍ରମିକ ସୃଷ୍ଟି ହେବାର ଗରିବୀ ହେଉଛି ମୁଖ୍ୟ କାରଣ । ତେଣୁ ଶିଶୁ ଶ୍ରମିକ ହେଉଥିବା ପରିବାର ଗୁଡିକ ରୁ କିପରି ଆର୍ôଥକ ଅଭାବ ଦୂର ହେବ ସେ ସମ୍ବନ୍ଧରେ ସରକାର ଦୃଷ୍ଟି ଦେବା ଉଚିତ ।ଆଇନୀଜୀବୀ ଧୀରେନ୍ଦ୍ର ନାଥ ସାହୁ କହିଥିଲେ ଶିଶୁ ମାନେ ବିଦ୍ୟାଳୟକୁ ନଯାଇ ହୋଟେଲ,କଳକାରଖାନା ଓ ଇଟାଭାଟିରେ ଶ୍ରମିକ ଭାବେ କାମ କରୁଛନ୍ତି । ସେମାନଙ୍କ ପିତା ମାତାଙ୍କ ପାଇଁ କେଉଁ କେଉଁ କଠୋର ଆଇନ ସବୁ ଅଛି, ଓ ସେମାନଙ୍କୁ କିପରି ସହଜରେ ତାଲୁକ ଆଇନ ସେବା ସମିତି ସହଜରେ ଶୀଘ୍ର ଏବଂ ମାଗଣାରେ କରିପାରୁଛି ତାହା ବର୍ଣନା କରିଥିଲେ । ଶେଷରେ ଶିକ୍ଷକ ଦିଲୀପ କୁମାର ପଡିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।