ପ୍ରାଚୀନ ଭାରତୀୟ ଜ୍ଞାନ ଓ ବିଜ୍ଞାନର ପ୍ରଗତିରେ ସଂସ୍କୃତର ଏକ ବଡ଼ ଭୂମିକା – କେନ୍ଦ୍ରାପଡାରେ ସଂସ୍କୃତ ଦିବସ



କେନ୍ଦ୍ରାପଡା,୧/୯: କେନ୍ଦ୍ରାପଡ଼ା ଜିଲ୍ଲା ଉପକଣ୍ଠ ଗୁଲନଗର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖାର ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପଞ୍ଚଦଶ ସଂସ୍କୃତ ଦିବସ ସମାରୋହ ପାଳିତ ହୋଇଯାଇଛି। ପଣ୍ଡିତ କାଳୀପ୍ରସନ୍ନ ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ୍ ମୁଖ୍ୟ ଅତିଥି, ପଣ୍ଡିତ ନୃସିହ ଚରଣ ପଣ୍ଡା ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଓଷ୍ଟା ସମ୍ପାଦକ ନିର୍ମଳ କୁମାର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ପ୍ରଧାନ ଓ ରାଜଶ୍ରୀ ସାହୁ,ପଣ୍ଡିତ ତ୍ରୈଲୋକ୍ୟ ମିଶ୍ର ଯୋଗଦେଇ ସଂସ୍କୃତ ଭାଷାର ଗୁରୁତ୍ୱ ଓ ମହତ୍ତ୍ୱ ବିଷୟରେ ଆଲୋକପାତ କରି କହିଥିଲେ ଯେ,ଏକ କାଳରେ ସଂସ୍କୃତ ଭାଷାହିଁ ପୃଥିବୀର ଏକମାତ୍ର ଭାଷା ଥିଲା ଏହା ଗ୍ରୀକ୍ ଓ ଲାଟିନ୍ ଆଦି ଭାଷା ଅପେକ୍ଷା ପୂର୍ଣ୍ଣାଚୟବସଂପନ୍ନ । ଅଧିକତର ଭାବଦ୍ୟୋତକ, ଶବ୍ଦପ୍ରଚୁର ଓ ସୌନ୍ଦର୍ଯ୍ୟଶାଳୀ ଅଟେ । ପ୍ରାକୃତ ବା ସାଧାରଣ ଲୋକଙ୍କ କଥିତ ଭାଷା ପ୍ରାକୃତ ଏବଂ ବେଦାଦି ଶାସ୍ତ୍ରରେ ତଥା ତଦାନୀନ୍ତନ ସଭ୍ୟ ସମାଜରେ ବ୍ୟବହୃତ ଭାଷାକୁ ‘ସଂସ୍କୃତ’ ବୋଲା ଯାଉଥିଲା । ପଣ୍ଡିତମାନେ ଅନୁମାନ କରନ୍ତି ଯେ, ପ୍ରଥମେ କଥିତ ଭାଷାର ସୃଷ୍ଟି ଏବଂ ସେହି କଥିତ ଭାଷାରୁ ଲିଖିତ ଭାଷାର ବା ସାହିତ୍ୟର ଓ ବ୍ୟାକ୍ୟରଣ ସୃଷ୍ଟି ହେଲା ।

ପ୍ରାଚୀନ ଭାରତୀୟ ଜ୍ଞାନ ଓ ବିଜ୍ଞାନର ପ୍ରଗତିରେ ସଂସ୍କୃତର ଏକ ବଡ଼ ଭୂମିକା ରହିଛି। ଆଜିର ସମୟର ଦାବି ହେଉଛି ଆମେ ସଂସ୍କୃତକୁ ସମ୍ମାନ ଦେବା ସହ ଏହାକୁ ଆମ ଦୈନନ୍ଦିନ ଜୀବନ ସହ ଯୋଡ଼ିବା ଉଚିତ୍। ଆଜିକାଲି କର୍ଣାଟକ ବେଙ୍ଗାଲୁରୁରେ ଅନେକ ଲୋକ ଏଭଳି ପ୍ରୟାସ କରୁଛନ୍ତି। ବେଙ୍ଗାଲୁରୁରେ ରହିଛି ଏକ ପାର୍କ । ସେ ପାର୍କ ନହେଉଛି କବନ୍ ପାର୍କ। ପାର୍କରେ ସେଠାକାର ଲୋକେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ସେଠାରେ ସପ୍ତାହକୁ ଥରେ, ପ୍ରତି ରବିବାର ପିଲା, ଯୁବକ ଏବଂ ବୟସ୍କମାନେ ସଂସ୍କୃତରେ ପରସ୍ପର ସହ କଥା ହୁଅନ୍ତି। ଖାଲି ସେତିକି ନୁହେଁ ସଂସ୍କୃତରେ ଅନେକ ବିତର୍କ ଅଧିବେଶନର ଆୟୋଜନ ମଧ୍ୟ କରାଯାଏ। ଏହି ପଦକ୍ଷେପର ନାମ ହେଉଛି ସଂସ୍କୃତ ସପ୍ତାହାନ୍ତ। ଏହି ପଦକ୍ଷେପ ବେଙ୍ଗାଲୁରୁବାସୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇଛି। ଯଦି ଆମେ ସମସ୍ତେ ଏଠାରେ ଏଭଳି ପ୍ରୟାସ କରି ସାମିଲ ହୁଅନ୍ତେ  । ତେବେ ଆମେ ବିଶ୍ୱର ଏଭଳି ଏକ ପ୍ରାଚୀନ ଓ ବୈଜ୍ଞାନିକ ଭାଷାରୁ ବହୁତ କିଛି ଶିଖି ପାରିବା ବୋଲି ମତାପ୍ରକାଶ କରିଛନ୍ତି  । 

 

ଏହି କାର୍ଯ୍ୟକ୍ରମରେ ନଅଟି ବ୍ଲକରୁ ଆସିଥିବା ପିଲାମାନଙ୍କର ଜିଲ୍ଲାସ୍ତରୀୟ ଗୀତାପାଠ ପ୍ରତିଯୋଗିତାରେ କୁମାରୀ ସଞ୍ଜନା ସାମଲ (ପ୍ରଥମ ସ୍ଥାନ), ସ୍ୱାଧୀନ ସାମନ୍ତରାୟ (ଦ୍ୱିତୀୟ), ବୈଷ୍ଣବୀ ବେହେରା(ତୃତୀୟ)ସ୍ଥାନ ଅଧିକାର କରିଥିଲେ । ସେମାନଙ୍କୁ ସାର୍ଟିଫିକେଟ ସହ ଅର୍ଥରାଶି ସେମାନଙ୍କୁ ପ୍ରଦାନ କରାଯାଇଥିଲା। ଅବସର ଶିକ୍ଷକମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପଣ୍ଡିତ ଉମାକାନ୍ତ ମହାପାତ୍ର ବେଦପାଠ, ମାନସ ମୁଦ୍ରା ଅତିଥି ପରିଚୟ, ସଂଘ ସମ୍ପାଦକ ଭଗବାନ ସାହୁ ବିବରଣୀ ପାଠ କରିଥିଲେ ଓ ଶକ୍ତି କୁମାର ଶତପଥୀ ଧନ୍ୟବାଦ୍ ଦେଇଥିବା ବେଳେ ସର୍ବଶ୍ରୀ ପ୍ୟାରୀ ମୋହନ ସ୍ୱାଇଁ, ଗୋଲକ ନାୟକ, ଶ୍ରୀନାଥ ମିଶ୍ର, ଜୟନ୍ତ ପଣ୍ଡା, ହାଡିବନ୍ଧୁ ଭୂୟାଁ,  ବିଜୟ ସାହୁ, ସୂଜୟକୁମାର ବେଉରା, ପ୍ରସନ୍ନ ଦାସ, ରବିନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ ଦାସ, ନର୍ମଦା ବେହେରା, ମାଗୁଣି ବେହେରା, ସୁରେଶ କୁମାର ପାଣି, ଜୟନ୍ତ ଶତପଥୀ, ଭୁବନ ମୋହନ ମିଶ୍ର, ସତ୍ୟବ୍ରତ ନନ୍ଦ, ଶ୍ରୀବତ୍ସ ତ୍ରିପାଠୀ, ମଞ୍ଜୁଶ୍ରୀ ଦାସ ସମେତ ଗୁଲନଗର ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଶୃଙ୍ଖଳିତ ପରିବେଶ ସୃଷ୍ଟି ହୋଇଥିଲା। ଶତାଧିକ ସଂସ୍କୃତ ଶିକ୍ଷକ/ଶିକ୍ଷିକା ଯୋଗଦେଇ ସମାରୋହକୁ ସରସ ସୁନ୍ଦର କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading