ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତୟାର, ୧୦ ବାତ୍ୟା ଆଶ୍ରୟସ୍ଥଳୀ ଓ୨୫ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ


ପଟ୍ଟାମୁଣ୍ଡାଇ ତା ୨୧/୧୦-ରାଜ୍ୟ ସରକାରଙ୍କ ନିର୍ଦେଶରେ ସମ୍ଭାବ୍ୟ ବାତ୍ୟା “ଦାନା”କୁ ସଫଳତାର ସହ ମୁକାବିଲା କରିବା ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଅସୁରକ୍ଷିତ ଅବସ୍ଥାରେ ଥିବା ଲୋକ ମାନଙ୍କୁ ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ରଖା ଯିବା ପାଇଁ ବ୍ୟବସ୍ଥା କରାଯାଇ ତଦନୁଯାୟୀ ପଦକ୍ଷେପ ନିଆଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକରେ ବଢ଼େଇ ପଡା, ସାତକୁଡ଼ିଆ, ବିଲିକଣା, କଜଳବନ୍ଧ, କୋରିଆପଲ୍ଲା, ଶଙ୍କ ପୁର, ପାଳପାଟଣା, ବଳଭଦ୍ର ପୁର ବାଲିପାଟଣା, ସିଂହଗାଁ, ଦାଣ୍ଡିସାହି, ଦୋଷିଆ ଆଦି ୧୦ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଓ ଅଳପୁଆ ହାଇସ୍କୁଲ, ତରଡ଼ିପାଳ ହାଇସ୍କୁଲ, ଅଣ୍ଢରା ବନ୍ଦେ ମାତରଂ ହାଇସ୍କୁଲ, ସିଦ୍ଧ ବାଲି ଏସ କେ ହାଇସ୍କୁଲ, ବଲୁରିଆ ହାଇସ୍କୁଲ, ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ, ନୀଳକଣ୍ଠପୁର ହାଇସ୍କୁଲ, ମୂଳବସନ୍ତ ଏନ ସି ହାଇସ୍କୁଲ ବାଲିପାଟଣା ହାଇସ୍କୁଲ, ବାଛରା ମଣ୍ଡପଡା ଭଜନେଶ୍ୱର ହାଇସ୍କୁଲ ଡିହାପଡା ସାତଭଉଣୀ ହାଇସ୍କୁଲ ବଜ୍ର ମା କାଳୀ ହାଇସ୍କୁଲ ଆମ୍ବେର ନରସିଂହପୁର, ଗଙ୍ଗାରାମପୁର ପଂଚାୟତ ହାଇସ୍କୁଲ, ଅରଡ଼ ପଲ୍ଲୀ ଆଞ୍ଚଳିକ ହାଇସ୍କୁଲ, ନିଗିନପୁର ନୃସିଂହ ଜୀଉ ହାଇସ୍କୁଲ, ବଡ଼ ମୋହନପୁର ଚିଦାନନ୍ଦ ହାଇସ୍କୁଲ ବଡ଼ପଡା କାଠିଆପଡା ଦକ୍ଷିଣେଶ୍ୱର ହାଇସ୍କୁଲ, ମାଟିଆପଡାହାଇସ୍କୁଲ ମଦନପୁର ମହାବୀର ହାଇସ୍କୁଲ
ଚନ୍ଦନନଗର ପି ଏଲ ବିଦ୍ୟାପୀଠ ଡାମରପୁର ହରେକୃଷ୍ଣ ହାଇସ୍କୁଲ ନିମପୁର-ଶାସନ ହାଇସ୍କୁଲ, ଖଡ଼ିଅଣ୍ଟା ପଂଚାୟତ ହାଇସ୍କୁଲ, ମାଳିପୁର ପ୍ରାଥମିକ ବିଦ୍ୟାଳୟ ଓ କଖାରୁଣୀ ପ୍ରାଥମିକ ବିଦ୍ୟାଳୟ ଆଦି ୨୫ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରାଯାଇ ଲୋକ ମାନଙ୍କୁ ଆବଶ୍ୟକ ଖାଦ୍ୟ ପାନୀୟ ସହିତ ସୁରକ୍ଷିତ ଭାବେ ଅବସ୍ଥାନ ପାଇଁ ପଦକ୍ଷେପ ନିଆଯାଇଛି ।  ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତ ଲୋକ ମାନଙ୍କ ପାଇଁ ୧୫୦ କ୍ୟୁ ଣ୍ଟାଲ ଚୁଡା, ୨୦ କ୍ୟୁଣ୍ଟାଲ ଗୁଡ଼ ୧୫୦ କାଟୁନ ବିସ୍କୁଟ, ୧୦୦ ପ୍ୟାକେଟ ମହମବତୀ, ୧୦ କାଟୁନ ଦିଆସିଲି, ୨୫, ୦୦୦ବୋତଲ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି। ଏହି ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ଓଡିଶା ଅତିକ୍ରମ କରିବା ସମ୍ଭାବନା ଥିବାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଉପରେ ବିଶେଷ ପ୍ରଭାବ ପଡିବା ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ସାଙ୍ଗକୁ ୧୨୦କିମି ପବନ ବହିବା ସମ୍ଭାବନା ଥିବାରୁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ବ୍ୟାପକ ଫସଲହାନୀ ଆଶଙ୍କାରେ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି । ବାତ୍ୟା ଆଶଙ୍କାରେ ନଦୀ କୂଳିଆ ଲୋକମାନଙ୍କ ନିଦ ହଜି ଯାଇଛି । ବାତ୍ୟା ପରେ ପରେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଆଶଙ୍କା କରି ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବିଭିନ୍ନ ଦୋକାନରେ ଭିଡ଼ ଲଗାଇଛନ୍ତି ।  ଅକ୍ଟୋବର ମାସ ବାତ୍ୟା ମାସରେ ପରିଣତ ହୋଇଥିବାରୁ ବାତ୍ୟାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭି ସି ଯୋଗେ ଆର ଡି ସି ଓ ଜିଲ୍ଲାପାଳ ବାତ୍ୟା ନେଇ ସମ୍ଭାବ୍ୟ ସ୍ଥିତି ସମୀକ୍ଷା କରିବା ସହିତ ନଦୀକୁଳ,ଖାଲୁଆ ଅଂଚଳ ଓ ବିପଦଜନକ ଅବସ୍ଥାରେ ଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ନିରାପଦ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦେଶ ଦେଇଥିଲେ । ଏଥି ସହିତ ପଂଚାୟତ ଗୋଦାମରେ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି ।ଏହି ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବିଡ଼ିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଞ୍ଚାନନ ନାୟକ,ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି,ଏ ବିଡ଼ିଓ ସନ୍ତୋଷ ମନ୍ତ୍ରୀ,ବ୍ଲକ ସହକାରୀ ଯନ୍ତ୍ରୀ ଇଂ ଜଳଧର ବେହେରା,ମୁଖ୍ୟ ଚିକିତ୍ସାଧିକାରୀ ଡା ନିରାକାର ପରିଡା, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ ବ୍ଲକ ଯୋଗାଣ ନିରୀକ୍ଷକ, ଅଗ୍ନିଶମ ଅଧିକାରୀ, ବିଭିନ୍ନ ପଂଚାୟତ ସରପଞ୍ଚ ନିର୍ବାହୀ ଅଧିକାରୀ ରାଜସ୍ବ ନିରୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ ପଦାଧିକାରୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ତହସିଲ ଠାରେ ୨୪ ଘଣ୍ଟିଆ ନିୟଂତ୍ରଣ କକ୍ଷ ଖୋଲାଯାଇ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ନିଷ୍ପତ୍ତି ନିଆଯାଇଛ । ବାତ୍ୟା ସ୍ଥିତିର ଫାଇଦା ନେଇ ଅତ୍ୟାବଶ୍ୟକ ସାମଗ୍ରୀ କଳା ବଜାର କରୁଥିବା ଅସାଧୁ ବ୍ୟବସାୟୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ଭୟାବହତାକୁ ଦୃଷ୍ଟିରେ ରଖି ବାତ୍ୟା ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା ସଦର ମହକୁମାରେ ଓଡ୍ରାପ୍ଟ ଓ ଏନ ଡି ଆର ଏଫ ଟିମକୁ ରଖା ଯାଇ ସ୍ଥିତି ଉପରେ କଡା ନଜର ରଖାଯାଇଛି । ଯେ କୌଣସି ପରିସ୍ଥିତି ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ବୋଲି ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡ଼ିଓ ଶୁଭ୍ରାଂଶୁ ସାହୁ ଓ ତହସିଲଦାର ପଞ୍ଚାନନ ନାୟକ ପ୍ରକାଶ କରିଛନ୍ତି । ବାତ୍ୟାକୁ ନଡରି ସାହସର ସହ ମୁକାବିଲା କରିବା ପାଇଁ ପଟ୍ଟାମୁଣ୍ଡାଇ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବା ସହିତ ସବୁ ପରିସ୍ଥିତିରେ ପ୍ରଶାସନ ଜାଗତିଆର ରହିଛି ବୋଲି ସୂଚନା ଦିଆଯାଇଛି ।


Discover more from

Subscribe now to keep reading and get access to the full archive.

Continue reading