ବଢ଼ିଲା କମରସିଆଲ ଗ୍ୟାସ୍ ଦର. ଫରକ ପଡୁନି ହୋଟେଲ ବ୍ୟବସାୟୀଙ୍କୁ, ଘରୋଇ ଗ୍ୟାସ ବ୍ୟବହାର ହୋଟେଲରେ ,


ପଟ୍ଟାମୁଣ୍ଡାଇ ୧/୧୧ -ସରକାରୀ ତୈଳ କମ୍ପାନୀଗୁଡ଼ିକ ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି । ସେଥିନେଇ ଶୁକ୍ରବାର ଠାରୁ ନୂଆ ମାସ ଆରମ୍ଭ ହେଉଥିବାରୁ ନଭେମ୍ବର ୧ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର କମରସିଆଲ ଗ୍ୟାସ ବ୍ୟବହାରକାରୀ ଦୋକାନୀ ମାନଙ୍କୁ କୌଣସି ଫରକ ପଡିନାହିଁ । କାରଣ ସେମାନେ ଗ୍ୟାସ ବିତରଣକାରୀ ଲୋକାଲ ଡିଲରଙ୍କୁ ହାତ କରି ଘରୋଇ ଲେପିଜି ଗ୍ୟାସ ବ୍ୟବହାର କରୁଛନ୍ତି । ସହରରେ ଚାଲୁଥିବା ହୋଟେଲ,ମିଠା. ଭଜିଆ, ଠେଲା ଏବଂ ସ୍ନାକ୍ସ ଦୋକାନ ଗୁଡ଼ିକରେ ଘରୋଇ ଏଲପିଜି ସିଲିଣ୍ଡର ବ୍ୟବହାର କରାଯାଉଛି । ତେବେ ଏହା ନିୟମ ବିରୁଦ୍ଧ ଥିବା ବେଳେ ଏଲପିଜିର ଅପବ୍ୟବହାରକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ଯୋଗଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଘରୋଇ ସିଲିଣ୍ଡର ପାଇବାରେ ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି ।

ଗ୍ୟାସ ହିତାଧିକାରୀ ଲଳିତା ନାୟକ କୁହନ୍ତି ଘରୋଇ ଏଲପିଜି ସିଲିଣ୍ଡର ଯାହା ରୋଷେଇ ଘରେ ବ୍ୟବହାର କରାଯିବା ଉଚିତ ହୋଟେଲ, ଢାବା କିମ୍ବା ରେଷ୍ଟୁରାଂଟରେ ବ୍ୟବହାର କରାଯାଉଛି । ହିତାଧିକାରୀ ବୁକିଂ କଲା ପରେ ମଧ୍ୟ ସିଲିଣ୍ଡର ପାଇବାକୁ ସମୟ ଲାଗୁଛି । ଏହାର ପ୍ରମୁଖ କାରଣ ହେଉଛି ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରକୁ ବାଣିଜ୍ୟାକ ବ୍ୟବହାରରେ ଲଗାଯାଉଛି । ଫଳରେ ହିତାଧିକାରୀ ମାନେ ଠିକ ସମୟରେ ଗ୍ୟାସ ପାଇପାରୁନାହାଁନ୍ତି । ଅନ୍ୟପକ୍ଷରେ ବାଣିଜ୍ୟକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବହୁତ ପାର୍ଥକ୍ୟ ଥିବାରୁ ଘରୋଇ ସିଲିଣ୍ଡରର କଳା ମାର୍କେଟିଂ ଏକ ବଡ଼ ଧରଣର ଚାଲିଛି । ବ୍ଲାକ୍ ମାର୍କେଟିଂରେ ରୋଜଗାର ବୃଦ୍ଧି ହେଉଥିବାରୁ ଏଜେନ୍ସି ଏବଂ ସେମାନଙ୍କର ବିକ୍ରେତାମାନେ ଏଥିରେ ଜଡିତ ରହି ଏପରି କରୁଥିବା ଅଭିଯୋଗ ହୋଇଆସୁଛି । ଏହି କାରଣରୁ, ଗ୍ରାହକମାନେ ସିଲିଣ୍ଡର ପାଇଁ ଚିନ୍ତିତ ରହୁଛନ୍ତି ।

ସାମାଜିକକର୍ମୀ ପ୍ରବୀର ନାୟକ କୁହନ୍ତି ଘରୋଇ ଗ୍ୟାସ ସିଲିଣ୍ଡରର ଓଜନ ୧୪.୨ କିଲୋଗ୍ରାମ ଏବଂ ବ୍ୟବସାୟିକ ସିଲିଣ୍ଡରର ଓଜନ ୧୯ କିଲୋଗ୍ରାମ । ଉଭୟ ସିଲିଣ୍ଡରର ମୂଲ୍ୟରେ ବହୁତ ପାର୍ଥକ୍ୟ ଅଛି । ଘରୋଇ ସିଲିଣ୍ଡରର ମୂଲ୍ୟ ୮୨୯ ଟଙ୍କା ଥିବାବେଳେ ୧୯ କିଲୋଗ୍ରାମ ବାଣିଜ୍ୟକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୯୨୯ ଟଙ୍କା ରହିଛି। ଏହି ଦୁଇଟି ସିଲିଣ୍ଡର ମଧ୍ୟରେ ୧୧୦୦ ଟଙ୍କା ପାର୍ଥକ୍ୟ ଥିବାବେଳେ ଗ୍ୟାସର ଓଜନରେ ସାମାନ୍ୟ ପାର୍ଥକ୍ୟ ଅଛି । କଳା ମାର୍କେଟରମାନେ ମୂଲ୍ୟର ପାର୍ଥକ୍ୟର ଲାଭ ଉଠାଉଛନ୍ତି ଏବଂ ଖୋଲା ବଜାରରେ ଘରୋଇ ସିଲିଣ୍ଡର ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି । ବର୍ତମାନ ଯଦି ହୋଟେଲ କିମ୍ବା ଢାବା ମାଲିକମାନେ ୧୯୦୦ ଟଙ୍କା ବଦଳରେ ୧୪୦୦ ଟଙ୍କାରେ ସିଲିଣ୍ଡର ପାଆନ୍ତି, ତେବେ ସେମାନେ ୫୦୦ ମୁନାଫା ପଉଥିବା ବେଳେ ଡିଲର ୬୦୦ ଲାଭ ପାଉଛି । ଘରୋଇ ସିଲିଣ୍ଡରର ବ୍ୟବହାର ୧୫ ରୁ ୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ସମସ୍ତ ପ୍ରକାରର ଲୋକ ଏଥିରେ ଅନ୍ତର୍ଭୁକ୍ତ । ଏହା ବେଆଇନ ଏଜେଂଟ ହେଉ କିମ୍ବା ଏଜେନ୍ସି ବିକ୍ରେତା ହୁଅନ୍ତୁ ସେମାନେ ରେଷ୍ଟୁରାଂଟ, ଢାବା, ଚା ଦୋକାନ ଏବଂ ରାସ୍ତା କଡ଼ରେ ଥିବା ହୋଟେଲରେ ବ୍ୟବସାୟିକ ସିଲିଣ୍ଡର ବିକ୍ରୀ କରାଯାଉଛି ।

ବୁଦ୍ଧିଜିବୀ ଭିମସେନ ପ୍ରଧାନ, ରବିନ୍ଦ୍ର ଭଟ୍ଟ. ରାଜେନ୍ଦ୍ର ଦାଶ ପ୍ରମୁଖ କୁହନ୍ତି ବେଆଇନ ଏଜେଂଟମାନେ ଘରୋଇ ଗ୍ୟାସକୁ ଏକ ପାଇପ ସାହାଯ୍ୟରେ ବ୍ୟବସାୟିକ ସିଲିଣ୍ଡରରେ ଭର୍ତି କରି ବିକ୍ରି କରୁଛନ୍ତି । ସେମାନେ ଏଥିରୁ ବିପୁଳ ଲାଭ ଅର୍ଜନ କରନ୍ତି । କେତେକ ଏଜେନ୍ସି ବିତରକମାନେ ମଧ୍ୟ ସିଲିଣ୍ଡରର କଳା ମାର୍କେଟିଂରେ ଜଡିତ ଥିବା କୁହାଯାଉଛି। ବିତରକମାନେ ଏକ ଗ୍ୟାସ ସିଲିଣ୍ଡରରେ ୩୦୦-୪୦୦ ଟଙ୍କା ଲାଭ ନେଇ ଏହାକୁ ବେଆଇନ ଏଜେଂଟମାନଙ୍କୁ ବିକ୍ରି କରନ୍ତି । ଏହି ଏଜେଂଟମାନେ ଘରୋଇ ସିଲିଣ୍ଡର ଗ୍ୟାସକୁ ବ୍ୟବସାୟିକ ଟାଙ୍କିରେ ଭରନ୍ତି ଏବଂ ଏହାକୁ ୧୪୦୦-୧୫୦୦ ଟଙ୍କାରେ ବିକ୍ରି କରନ୍ତି । ହୋଟେଲ-ଢବା ମାଲିକମାନେ ସିଲିଣ୍ଡର ପିଛା ୫୦୦-୬୦୦ ଟଙ୍କା ସଂଚୟ କରନ୍ତି ଏବଂ ବାଆଇନ ଏଜେଂଟ ଗୋଟିଏ ସିଲିଣ୍ଡରରେ ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ।ଏଭଳି ସମସ୍ୟା ଅଧିକାଂଶ ଗ୍ରାମାଂଚଳରେ ଦେଖାଯାଉଛି କଳା ମାର୍କେଟିଂ ହେତୁ ଲୋକଙ୍କୁ ସିଲିଣ୍ଡର ପାଇଁ ଅନେକ ଦିନ ଅପେକ୍ଷା କରିବାକୁ ପଡିଛି। ସିଲିଣ୍ଡର ବିତରକ ସେମାନଙ୍କ ଘରକୁ ନେଇ ଗ୍ୟାସ ଦେବାକୁ ଥିବା ବେଳେ ସେମାନେ ସଠିକ ସମୟରେ ପାଇପାରୁ ନାହାଁନ୍ତି । ଏଥିନେଇ ଜିଲା ଯୋଗାଣ ବିଭାଗକୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାଁନ୍ତି । ଏବାବଦରେ ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାରେ ଏପରି ଅଭିଯୋଗ ଉପରେ ତଦନ୍ତ କରାଯିବ ।


Next Post

ଆବାସ ବଂଟନ ହୋଇଛି , ବାତ୍ୟା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ହଜାର ଲୋକ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞିଲେ

Sat Nov 2 , 2024
ପଟ୍ଟାମୁଣ୍ଡାଇ ୨୯/୧୦ – ବାତ୍ୟା ଆସିଲେ ଉପକୂଳ ଓଡିଶାବାସୀଙ୍କ ଛାତି ଥରିଉଠେ । କାହାକୁ ବାସହରା କରିଦିଏ ତ କାହାର ଜୀବିକା ଉଜାଡିଦିଏ । ଆଉ ବିପର୍ଯ୍ୟୟ ଯିବା ପରେ ପ୍ରଭାବିତଙ୍କୁ ସରକାର ଘର ଦେବାକୁ ଘୋଷଣା କରନ୍ତି । ଦୀର୍ଘ ବର୍ଷ ହେବ ଏଭଳି ଚାଲି ଆସୁଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି । ବାତ୍ୟା ବେଳେ ସେମାନେ ବାରଓଳି ଶୃଣ୍ଢିପିଣ୍ଡା ହୋଇ ଆଶ୍ରୟ ସ୍ଥଳରେ […]

You May Like