କେନ୍ଦ୍ରାପଡା,୨୦ା୩: ଆଜି ପଖାଳ ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ପଖାଳ ବଣ୍ଟନ କରାଯାଇଛି । ଏହି ଅବସରରେ ଚଣ୍ଡିଆ ପ୍ୟାଲେସ୍‌ର ମାଲିକ ବଳରାମ ସାହୁ ଡାକ୍ତରଙ୍କ ଉକ୍ତିକୁ ପାଥେୟ କରି କହିଛନ୍ତି ଯେ ପଖାଳ ଏକ ପୃଷ୍ଟିକର ଖାଦ୍ୟ । ୧୦୦ଗ୍ରାମ ଭାତକୁ ୧୨ଘଣ୍ଟା ପଖଳା ହେବା ପରେ ଲୌହ ପରିମାଣ ୩.୪ ମିଲିଗ୍ରା.ରୁ ୭୩.୯୧ ମିଲିଗ୍ରା କୁ ସେହିପରି ପୋଟାସିୟମ୍ ୮୩୯ମିଲିଗ୍ରା.କୁ ଓ […]

ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଦାଣ୍ଡିସାହି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଦ୍ରୋପଦି ବାରିକଙ୍କ ଗୋଟିଏ ବଖରା ଜଳିଯାଇଛି । ଘରେ ଥିବା ବିରି, ଧାନ, ଚାଉଳ, ସୁନା, ଟଙ୍କା, କଂସା ବାସନ ସମେତ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି ।  ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ରୋଷେଇ […]

ପଟ୍ଟାମୁଣ୍ଡାଇ ୨୦/୩ -ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଣ୍ଢରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ମଙ୍ଗଳବାର କେତେକ ଦୁର୍ବୁତ ପସି ରାଜସ୍ୱ ନିରୀକ୍ଷକଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିବା ସହିତ ଆଲମିରାରେ ଥିବା ୨୪ ହଜାର ୩୪୮ ସରକାରୀ ଅର୍ଥ ନେଇ କାଗଜପତ୍ରକୁ ଏଣେତେଣେ ଫୋପାଡି ଦେଇଛନ୍ତି ବୋଲି ଆରଆଇ ମନୋଜ କୁମାର ମଲିକ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତି କରି ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଏକ ଚିଠି […]

କେନ୍ଦ୍ରାପଡ଼ା,୧୯ା୩ : କେନ୍ଦ୍ରାପଡା ସହର କାକଟ ମୈାଜାରେ ସରକାରୀ ଜମିକୁ ଦଖଲକରି ଗୃହ ନିର୍ମାଣ କରିଥିବା ଜନୈକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୪ସପ୍ତାହ ମଧ୍ୟରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହାର ତଥ୍ୟ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।  

କେନ୍ଦ୍ରାପଡ଼ା,୧୯ା୩: କେନ୍ଦ୍ରାପଡା ସହର ସମେତ ଆଖପାଖ ଅଞ୍ଚଳରେ ବଡ ଧୁମଧାମରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଛାମୁ ମେଳଣରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନରେ ସଜ୍ଜିତ ହୋଇ ବାଜାବଜାଇ, ବାଣଫୁଟାଇ ରୋଷଣିକରି ଯୋଗ ଦେଇଥିଲେ । ମଙ୍ଗଳବାର ରାତିରେ ବହୁ ଦୋଳ ବିମାନ ସହରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରେ ଅନୁଷ୍ଠିତ ମେଲଣରେ ଏକାଠି […]

କେନ୍ଦ୍ରାପଡ଼ା,୧୮ା୩ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅକାମି ହୋଇ ପଡିଥିବା ଶୁଦ୍ଧ ପାନୀୟଜଳ ପ୍ରକଳ୍ପକୁ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ପ୍ରକଳ୍ପକୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଉଦଘାଟନ କରଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ଉପସ୍ଥିତ ଥିଲେ। ମାଇଁ ଏନସିସି ଆଲୁମିନି ଆସୋସିଏସନର ଏଭଳି ନିସ୍ୱାର୍ଥପର ସେବାମୂଳକ କାର୍ଯ୍ୟକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଓ ଅଧ୍ୟକ୍ଷ ପ୍ରଫେସର […]

କେନ୍ଦ୍ରାପଡ଼ା, ୧୮ା୩: କେନ୍ଦ୍ରାପଡା ସହରର ମୀରପାଟଣା ଗ୍ରାମରେ ମଙ୍ଗଳବାର ଦିନ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଆରଧ୍ୟା ଦେବତା ଶ୍ରୀ ମା ଥାନପତି ଠାକୁରାଣୀଙ୍କ ପ୍ରାଙ୍ଗଣରେ ପ୍ରତିବର୍ଷ ପରି ଦୋଳ ମହୋତ୍ସବ ମହାସମାରୋହରେ ଅନୁଷ୍ଠିରତ ହୋଇଯାଇଛି । ଏହି ମେଲଣ ଉତ୍ସବରେ ମୀରପାଟଣା ଗ୍ରମ ଦେବତୀଙ୍କ ନିମନ୍ତ୍ରଣରେ ସହର ଓ ଆଖାପାଖ ଅଞ୍ଚଳରୁ ୧୪ଟି ବିମାନ ଯୋଗଦେଇଥିଲେ । ଚାଟରାପାଟଣାର ରାଧାଗୋବିନ୍ଦଜୀଉ, ଇଚ୍ଛାପୁରର ରଘୁନାଥଜୀଉ, ଗଣାମାହାଲର ବିନୋଦବିହାରୀଜୀଉ, […]

କେନ୍ଦ୍ରାପଡା, ୧୮ା୩: କେନ୍ଦ୍ରାପଡ଼ା ବ୍ଲକ ଅର୍ନ୍ତଗତ ବାରୁଅସ୍ଥିତ ଶ୍ରୀ ଶିଶୁ ଅନନ୍ତ ଆଶ୍ରମ ପରିସରରେ ଆସନ୍ତା ଗୁରୁବାର ଅପରାହ୍ନ ୫ଟାରେ ଆଶ୍ରମର ଭକ୍ତବୃନ୍ଦ, ଆଞ୍ଚଳିକ ସଜ୍ଜନ ବୃନ୍ଦ ଏବଂ ଅରିଲୋର ଅନନ୍ତ ବଳିଆ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ପରିବେଶ, ଗଣତନ୍ତ୍ର ଏବଂ ଧର୍ମ ସମ୍ପର୍କିତ ଏକ ବିଶାଳ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହେବ। ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ […]

କେନ୍ଦ୍ରାପଡ଼ା,୧୮ା୩: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଗ୍ରାମର ମୁଖକର୍କଟରେ ପିଡିତ ପାଣ୍ଡବ ଚରଣ ମଲିକଙ୍କ ଘରେ […]

କେନ୍ଦ୍ରାପଡ଼ା,୧୭ା୩: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧିନରେ ଫାର୍ମ ପୋଖରୀ ଖୋଳାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମହେଶପୁର-ଶଙ୍କରପୁର ଗ୍ରାମରେ୨୦୨୩-୨୪ଆର୍ଥିକ ବର୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ କୃଷ୍ଣଚନ୍ଦ୍ର ସାହୁ ଏବଂ ନବକିଶୋର ସାହୁଙ୍କ ଫାର୍ମ ପୋଖରୀ ଖୋଳାଯାଇଛି। କିନ୍ତୁ କୃଷ୍ଣଚନ୍ଦ୍ର କିମ୍ବା ନବକିଶୋରଙ୍କ ନିଜସ୍ୱ ଜମିରେ ଏହି ପୋଖରୀ […]

କେନ୍ଦ୍ରାପଡା,୧୭ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ତନାର ଗ୍ରାମରେ ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବ ଆବହମାନକାଳରୁ ପାଳିତ ହୋଇ ଆସୁଅଛି। ଚଳିତବର୍ଷ ଏହି ଅବସରରେ ପ୍ରାୟ ୭୨ଟି ବିମାନ ତନାର ଗ୍ରାମ ମୁଣ୍ଡରୁ ରୋଷଣୀକରି ତନାର ମଠ ମେଲଣ ପଡିଆରେ ପହଞ୍ଚିବା ପରେ ସେଠାରେ ଦୋଳ ମେଲଣ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀମାନେ ସମସ୍ତେ ମିଶି ଭୋଗ, ଧୂପ,ଦୀପ ସମର୍ପଣ କରି ବିମାନର ଠାକୁରମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। […]

କେନ୍ଦ୍ରାପଡା, ୧୭/୩- ମଦ ପାଇଁ ମହାଭାରତ । ତାତିଲେ ମହିଳା ଭଙ୍ଗାରୁଜା ସହ ପୋଡିଲେ ଚାଖେଣା ଦୋକାନ । ଉତ୍ତେଜନା ସ୍ଥଳରେ ପହଁଞ୍ôଚ ବୁଝା ସୁଝା କରୁଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଓଲଢ଼ି ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଆଜି ଶତାଧିକ ମହିଳା ମାନେ ଘେରାଉ କରିବା ସହ ପୋଡା ଜଳା କରିବା ଦେଖିବାକୁ ମିଳିଛି । ତେବେ ସୂଚନା ଆନୁଯାୟୀ ଗତ କାଲି […]

କେନ୍ଦ୍ରାପଡ଼ା, ୧୭ା୩: ସମାନ କାମ ପାଇଁ ସମାନ ଦରମା ଏବଂ ସମାନ ପଦବୀ ନୀତି ହେଉ। ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଗୁଡିକୁ ସରକାରୀ ଘୋଷଣା କରାଯାଉ। ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଜିଲ୍ଲା ବୈଠକରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନରେ ଅନୁଷ୍ଠିତ ହୋଇଥିଲା। ପଟ୍ଟାମୁଣ୍ଡାଇ […]

କେନ୍ଦ୍ରାପଡ଼ା,୧୬ା୩: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଓ ସୃଜନ ଦିଗନ୍ତର ମିଳିତ ଉଦ୍ୟମରେ କବି ବସନ୍ତ କୋକିଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିଳିତ ଫଗୁଆସର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ସାହିତ୍ୟ ସଂସଦର ଉପସଭାପତି ବିଶିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପ୍ରକୃତି ବନ୍ଧୁ ନୃସିଂହ ଚରଣ ତ୍ରିପାଠୀଙ୍କ ତଳବାରଙ୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରକୃତିବନ୍ଧୁ ଶ୍ରୀ ତ୍ରିପାଠୀ ପାରମ୍ପରିକ ଅଭିର ରଙ୍ଗରେ ହୋଲି […]

କେନ୍ଦ୍ରାପଡା,୧୬ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ମହାନ୍ତିସାହିର ଦୋଳ ମେଲଣ ଉଦଯାପିତ ହୋଇଯାଇଛି । ଜିଲ୍ଲାର ବହୁ ପୁରାତନ ମେଲଣ ମଧ୍ୟରୁ ମହାନ୍ତି ସାହି ମେଲଣ ପ୍ରାୟ ୨ଶହ ବର୍ଷ ପୂର୍ବେ ପୂର୍ବଜମାନେ ଆରମ୍ଭ କରିଥିଲେ । ମେଲଣକୁ ବିଭିନ୍ନ ଅଂଚଳରୁ ୯ଟି ସୁସଜ୍ଜିତ ବିଭାନ ବାଜାବାଣ ରୋଷଣୀ କରି ମଧ୍ୟାହ୍ନରେ ମହାନ୍ତିସାହିରେ ପହଁଚିଥିଲେ । ଥାନପତି ଶ୍ରୀଦଧିବାବନଜୀଉ ପ୍ରଥମେ ପହଁଚି ଆସ୍ଥାନ ଗ୍ରହଣ କରିବା ପରେ ଅନ୍ୟମାନେ […]

କେନ୍ଦ୍ରାପଡ଼ା,୧୬ା୩: କଟକସ୍ଥିତ ଓଡିଶା ଏନ୍‌ସିସି ମୁଖ୍ୟ ନିର୍ଦ୍ଦେଶାଳୟର କଟକ ଗ୍ରୁପ୍ ଆନୁକୂଲ୍ୟରେ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସାଇକେଲ ଶୋଭାଯାତ୍ରା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଶନିବାର ଆସି ପହଞ୍ôଚଥିଲା । ଏନ୍‌ସିସି କ୍ୟାଡେଟ୍‌ମାନେ ଏଠାରେ ରାତ୍ରି ରହଣି କରିଥିଲେ । ରବିବାର ସକାଳ ୭ଟା ବେଳେ ଶୋଭାଯାତ୍ରାକାରୀମାନେ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରିବା ଉଦେଶ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର […]

କେନ୍ଦ୍ରାପଡ଼ା, ୧୬ା୩ : କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍‌ରେ ୬ଶହ ବର୍ଷର କନିକା ରାଜମେଳଣ ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି। ପାଂଚଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରୀଆ ମେଳଣ ଉତ୍ସବ ପରେ କନିକାର ପ୍ରସିଦ୍ଧ ମେଳଣ ଉତ୍ସବର ଶେଷ ଦିନ କନିକା ରାଜପ୍ରସାଦ ଆଗରେ ରାଜ ମେଳଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ରାଜ ମେଳଣ ଉତ୍ସବକୁ ଦେଖିବା ପାଇଁ ଲୋକେ ପ୍ରତିବର୍ଷ […]

କେନ୍ଦ୍ରାପଡ଼ା,୧୬ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଉନବିଂଶତମ ବାର୍ଷିକ ଉତ୍ସବ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ସତ୍ୟସାଇ ସେବାସମିତି ସଭାପତି ଉମେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଭୁବନେଶ୍ୱର ରୋଟାରୀ କ୍ଲବ(ୟୁନିକ୍‌)ର ସଭାପତି ଲକ୍ଷ୍ମୀକାନ୍ତ ପାଲିତ ମୁଖ୍ୟବକ୍ତା ଓ […]

ପଟ୍ଟାମୁଣ୍ଡାଇ ତା ୧୬/୩-ପଟ୍ଟାମୁଣ୍ଡାଇ ଅଂଚଳରେ ପବିତ୍ର ହୋଲି ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସର ସହିତ ସମାରୋହରେ ପାଳିତ ହୋଇଯାଇଛି । ରଙ୍ଗର ପର୍ବ ହୋଲି ଉତ୍ସବକୁ ପଟ୍ଟାମୁଣ୍ଡାଇ ଧୋ୍ୟାଞ୍ଚଳ ଓ ଉତିକଣ ଅଂଚଳରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି । ହୋଲି ଉତ୍ସବ ଉପଲକ୍ଷେ ବିଭିନ୍ନ ବର୍ଗର ଲୋକମାନେ ପରସ୍ପରକୁ ରଙ୍ଗ ଓ ଅଭିର ମାରି ହୋଲି ଅଭିନନ୍ଦନ ଜ୍ଞାପନ କରିଥିଲେ । ବିଭିନ୍ନ ରାଜନୈତିକ ଦଳର […]

ପଟ୍ଟାମୁଣ୍ଡାଇ, ୧୬ା୩ – ପଟ୍ଟାମୁଣ୍ଡାଇ ବ୍ଳକ ବଡପଡା ପଚାଂୟତ କାଠିଆପଡା ଠାରେ ଅନୁଷ୍ଟିତ ୩୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଦୋଳପୂର୍ଣ୍ଣିମା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପଣ୍ଡିତ ପ୍ରଶାନ୍ତ ପଣ୍ଡାଙ୍କ ତତ୍ୱବଧାନରେ ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ଗୁରୁ ପୂଜା, ଧରିତ୍ରୀ ପୂଜା, ସୂର୍ଯ୍ୟପୂଜା, ଗୋପୂଜା. ଶାଲା ମାର୍ଜନା, ଶୌବନାମଗ୍ନୀ ସ୍ଥାପନ, ସ୍ତମ୍ଭ ତୋରଣ ପୂଜା, ଅଗ୍ନି ସ୍ଥାପନ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପଣ୍ଡିତ ମାନଙ୍କ […]

କେନ୍ଦ୍ରାପଡା,ତା୧୬/୩-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ଶ୍ରୀ ଗୋବିନ୍ଦଜୀଉ ମନ୍ଦିର ପରିସରରେ ୪୨ତମ ବାର୍ଷିକ ଶ୍ରୀମଦ୍ ଭାଗବତ ପାରାୟଣ ସପ୍ତାହ ମାର୍ଚ୍ଚ ୮ତାରିଖ ଶନିବାର ଠାରୁ ୧୪ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହାପରେ ୧୫ତାରିଖ ଠାରୁ ୧୯ତାରିଖ ପର୍ଯ୍ୟନ୍ତ ଦୋଳ ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ଶୁକ୍ରବାରଦିନ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଧାଗୋବିନ୍ଦଜୀଉଙ୍କ ନିକଟରେ ନୂତନ ପାଞ୍ଜିକା ପଠନ କରାଯିବା ପରେ ଶ୍ରୀମଦ୍ […]

କେନ୍ଦ୍ରାପଡ଼ା,୧୪ା୩: କେନ୍ଦ୍ରାପଡା ସହରସ୍ଥ ଗୁଲନଗର ମାରୁତି ଛକସ୍ଥିତ ସଂଜୀବନୀ ବିଦ୍ୟାମନ୍ଦିରର ପଞ୍ଚଦଶତମ ବାର୍ଷିକ ଉତ୍ସବ ଗୁରୁବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଭରତ ଚନ୍ଦ୍ର ସାହୁ ଓ ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଧର ମହାପାତ୍ରଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ସଭା ସମ୍ପାଦକ ନିର୍ମଳ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ […]

ବିଶ୍ୱର ସମସ୍ତ ଦେଶ, ରାଜ୍ୟ ବିକାଶ ଆଡ଼କୁ ଦ୍ରୁତ ଗତିରେ ବଢିଚାଲୁଛି । ବିକାଶ ଆଡ଼କୁ ଅଗ୍ରଗତି କରି ଲୋକେ କୋଠାବାଟି ଗାଡି ଘୋଡା ବଢିଚାଲିଛି । ବଦ୍ଧିତ ସହରରେ ଲୋକେ ବ୍ୟସ୍ତତା ଭିତରେ ଜୀବନ ଅତିବାହିତ କରୁଛନ୍ତି । ହେଲେ ବିକାଶରେ ସାହାଯ୍ୟ କରିଥିବା ପ୍ରାକୃତିକ ସମ୍ପଦଗୁଡ଼ିକ ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି । ଲୋକେ ନବୀକରଣୀୟ ଶକ୍ତି ଆଡକୁ ମୁହାଁଇବା ଆରମ୍ଭ କରୁଥିବା ବେଳେ ପ୍ରାକୃତିକ ସମ୍ପଦ […]

ପଟ୍ଟାମୁଣ୍ଡାଇ ତା ୧୩/୩- ଓଡିଶାର ଅନ୍ୟତମ ଅଗ୍ରଣୀ ସମବାୟ ସଂସ୍ଥା କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ପଟ୍ଟାମୁଣ୍ଡାଇ ଶାଖାର ୨୨ତମ ସ୍ୱନକ୍ଷତ୍ର ଉତ୍ସବ ସୋସାଇଟି ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ମାନସ ରଞ୍ଜନ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରାପଡ଼ା କ୍ରେଡିଟ ସୋସାଇଟି ସଭାପତି ପ୍ରମୋଦ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀର୍ଘ ୨୨ବର୍ଷ ହେଲା ପଟ୍ଟାମୁଣ୍ଡାଇ ଶାଖା ସରକାରୀ ନୀତି ନିୟମ […]