ପଟ୍ଟାମୁଣ୍ଡାଇ,୨୦ା୯ – ପାର୍ବଣ ଋତୁର ଆଗମନରେ ଆସନ୍ତା ଅକ୍ଟୋବର ୯ରେ ପଟ୍ଟାମୁଣ୍ଡାଇ ସହରରେ ୨୬ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ଦୁର୍ଗାପୁଜା ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶୁକ୍ରବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ଥାନା ଆଇଆଇସି ଶୁସାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୌରାଧ୍ୟକ୍ଷ ହେମନ୍ତ ସାହୁ, ଅତିରିକ୍ତ ତହସିଲଦାର […]
କେନ୍ଦ୍ରାପଡ଼ା,୨୦ା୯: ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଭାବେ କେନ୍ଦ୍ରାପଡା ମାଟିର ପୁଅ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଜାତୀୟ ଛାତ୍ର କଂଗ୍ରେସର ସଭାପତି ବରୁନ୍ ଚୈାଧୁରୀ ବିଶ୍ୱରଞ୍ଜନଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଦେଶରେ ଛାତ୍ର ସଂଗଠନକୁ ସୁଦୃଢ କରିବା ପାଇଁ ଶ୍ରୀ ମହାପାତ୍ରଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଶ୍ରୀ ମହାପାତ୍ର ହେଉଛନ୍ତି ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ବିଧୁଭୂଷଣ ମହାପାତ୍ରଙ୍କ ସୁପୁତ୍ର। ବିଶ୍ୱଭୂଷଣ ଦୀର୍ଘଦିନ ହେବ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଅଳଭା ଭାୟା ଗଣ୍ଡାଖିଆ କେନ୍ଦ୍ରାପଡା ଯାଇଥିବା ରାସ୍ତାରେ ଗୁରୁବାର ସକାଳେ ଭାରସାମ୍ୟ ହରାଇ ଏକ ଆମ୍ବୁଲାନ୍ସ ଓଲଟିପଡିଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଚାଳକ ଅଳ୍ପକେ ବର୍ତିଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରୋଗିକୁ ନେଇ ଆମ୍ବୁଲାନ୍ସଟି କେନ୍ଦ୍ରାପଡା ମୁଖ୍ୟ ମେଡିକାଲ ଯାଇଥିଲା । ସେଠାରେ ରୋଗୀକୁ ଛାଡି ଫେରିବା ବାଟରେ ଭୋର […]
ବିତ୍ର ଇନ୍ଦୂପୂର୍ଣୀମା ଓ ଭାଗବତ ଜନ୍ମ ଉତ୍ସବ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଖଡିାଂଟା ପଂଚାୟତ ଜିଗରଣ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଭାଗବତ ଟୁଙ୍ଗି ଆନୁକୁଲ୍ୟରେ ଧର୍ମ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବାବାଜୀ ରାମହରି ଦାସ ଭାଗବତ ଜନ୍ମ ବିଷୟରେ ଆଲୋକପାତ କରିବା ସହିତ ଭାଗବତ କିପରି ଧର୍ମ, ସଂସ୍କୃତି ଓ ଜନ ମାନସରେ ଗଭୀର ପ୍ରଭାବ ପକାଇଛି ବର୍ଣ୍ଣନା କରିଥିଲେ । ସନ୍ଧ୍ୟାରେ ନଗର କୀର୍ତନ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଏନ ଏସ ଏସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ରାହ୍ମଣୀ କଲେଜ ଅଧକ୍ଷ ଡ଼ ଗୌରୀ କୁମାର ସାମଲ ଉଦଘାଟନ କରିଥିଲେ । ଏନ ଏସ ଏସ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଶାନ୍ତ ସାମଲ,ଅଧ୍ୟାପକ ଡ଼ ସତ୍ୟଜିତ ବେହେରା, ଅଧ୍ୟାପକ ଡ଼ ଚିନ୍ମୟ ପ୍ରଧାନ, ଅଧ୍ୟାପକ […]
ଓଡ଼ିଶାରେ ନୂଆ ସରକାର ଭାଜପାକୁ ଗୁରୁବାର ୧୦୦ ଦିନ ପୂରିଛି। ଚଳିତ ୨୦୨୪ ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ଅନେକ ପ୍ରତିଶ୍ରୁତି ଓ ଆଶ୍ୱାସନା ଦେଇ ଦଳ ଲୋକଙ୍କ ଭରସା ଜିତିବା ସହ ୨୪ ବର୍ଷର ବିଜେଡି ଗଡ଼କୁ ଭେଦିବାରେ ସଫଳ ହୋଇ ରାଜ୍ୟରେ କ୍ଷମତାକୁ ଆସିଥିଲା । ଭାଜପା ଦଳ ଏକକ ରୂପେ ଦୀର୍ଘ ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ବହୁମତ ପାଇ ରାଜ୍ୟରେ ସରକାର […]
କେନ୍ଦ୍ରାପଡ଼ା, ୧୯ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଶ୍ଚିମ ନିକିରାଇସ୍ଥିତ ସ୍ୱର୍ଗତ ଦିବ୍ୟସିଂହ ଜେନାଙ୍କ ଭାଗବତ ମନ୍ଦିରଠାରେ ସାତ ଦିନ ଧରି ଚାଲିଥିବା ଭାଗବତ ପାରାୟଣ ଇନ୍ଦୁ ପୂର୍ଣ୍ଣିମା ଦିନ ମହା ସମାରୋହରେ ସମାପ୍ତ ହୋଇଛି । ଭାଗବତ ଜୟନ୍ତୀ ପାଳନ ଅବସରରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ବୃନ୍ଦ ସମେତ ଜିଲ୍ଲା ପରିଷଦ ଚେୟାରମ୍ୟାନ ସୁଶ୍ରୀ ଲିଲିତା ଦାସ, ନିକିରାଇ ମଠ ମହନ୍ତ ମହାରାଜ ଅଭୟ ଦାଶ, […]
କେନ୍ଦ୍ରାପଡ଼ା,୧୮ା୯: କେନ୍ଦ୍ରାପଡ଼ା ସହରର ଇଛାପୁର ସରକାରୀ ହାଇସ୍କୁଲ ପରିସରରେ ଟି.ଇ. ଓ ଏସସିଇଆରଟି ନିର୍ଦେଶାଳୟ, ଓଡିଶା ସହାୟତାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଜୋନ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାକାଳପଡା ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ ବେହେରା, ମାର୍ଶାଘାଇ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର […]
କେନ୍ଦ୍ରାପଡ଼ା,୧୮ା୯: ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ କଳ୍ପତରୁ ଆଶ୍ରମର କିମ୍ବଦନ୍ତୀ ମହାପୁରୁଷ ଅନନ୍ତ ଦାସଙ୍କ ୪୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟର ସହସ୍ରାଧିକ ସାଧୁସନ୍ଥମାନଙ୍କ ଗହଣରେ ମନ୍ଦିରରେ ଥିବା ଚତୁର୍ଦ୍ଧା ମୂର୍ତ୍ତି ସାରାବିଶ୍ୱର ପାଳନ କର୍ତ୍ତା ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା ସହିତ ମହାପୁରୁଷ ଅନନ୍ତ ଦାସଙ୍କୁ ଜଳାଭିଷେକ ଓ ହୋମ କାର୍ଯ୍ୟ ସମାପନ କରାଯାଇଛି । ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗ୍ଦେବୀ କଳାମନ୍ଦିର ଆନୁକୂଲ୍ୟରେ […]
କେନ୍ଦ୍ରାପଡ଼ା,୧୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋଚିତ୍ର ଆଙ୍କି ପ୍ରଶଂସିତ ହୋଇଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋପ ଗ୍ରାମର ଭାଇ ଓ ଭଉଣୀ । ଅଙ୍କନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁନ୍ଦର ଚିତ୍ର ପ୍ରଧାନମନ୍ତ୍ରୀଙ୍କ ମନକୁ ସୁନ୍ଦର ଲାଗିଛି । ଏଥିପାଇଁ ଭାଇଭଉଣୀଙ୍କୁ ମିଳିଛି ପ୍ରଶଂସା ପତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରାପଡା ବ୍ଲକ ଅଧିନ ବାରୁଅ ଗ୍ରାମ ପଡିଆକୁ ଭୋଟ ପ୍ରଚାରରେ ଆସିଥିବା […]
କେନ୍ଦ୍ରାପଡା ତା.୧୮ା୯: ଆଜି ଷଷ୍ଠ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲା ପରିଷଦର ସଭାପତି ଲିଲିତା ଦାସଙ୍କଅଧକ୍ଷ୍ୟତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ପଦବୀ ନିମନ୍ତେ ବଛା ଯାଇଥିବା ଚୂଡ଼ାନ୍ତ ତାଲିକାର ଅନୁମୋଦନ ନିମନ୍ତେ ଉକ୍ତ ବୈଠକ ଆହ୍ୱାନ କରାଯାଇଥିଲା । ଉକ୍ତ ବୈଠକରେ ଆଳିର ମାନ୍ୟବର ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗରର ମାନ୍ୟବର ବିଧାୟକ ଧ୍ରୁବଚରଣ […]
କେନ୍ଦ୍ରାପଡା,୧୮ା୯: ଶୁକ୍ରବାର ଇନ୍ଦୁପୂର୍ଣ୍ଣିମା ତଥା ଭାଗବତ ଜନ୍ମ ଉତ୍ସବ ଅବସରରେ ଶ୍ରୀ ଗୋପିନାଥ ଜୀୟୁ, ବିନୋଦବିହାରୀଜୀୟୁ ଓ ବାଲାବାବା ଟ୍ରଷ୍ଟ ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ଉତ୍ସବ ତଥା ବାର୍ଷିକୋତ୍ସବ ସ୍ଥାନୀୟ ଗଣାମାହାଲ ବାଲାବାବା ମନ୍ଦିରଠାରେ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅପରାହ୍ନ ୫ଟା ସମୟରେ ସହରର ତିନିମୁହାଣିଠାରୁ ସାନ୍ତସାହି ପର୍ଯ୍ୟନ୍ତ ବାଲାବାବାଙ୍କର ଏକ ଫଟୋଚିତ୍ର ସହ ନଗରକୀର୍ତ୍ତନ […]
ସମ୍ବର୍ଦ୍ଧିତ ହେଲେ ଶତାଧିକ ଭିନ୍ନକ୍ଷମ ପଟ୍ଟାମୁଣ୍ଡାଇ ତା ୧୭/୯- ବ୍ରାହ୍ମଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ନିର୍ମଳ ଚନ୍ଦ୍ର ବିଶ୍ୱାଳଙ୍କ ଧର୍ମପତ୍ନୀ ଦିବଂଗତl ବିଦ୍ୟୁତଲତା ଦେଵୀଙ୍କ ୪ର୍ଥ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ଠାରେ ଡ଼ ଦେବପ୍ରସାଦ ସାମଲଙ୍କ ପୌରହିତ୍ୟ ଓ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ହୋଇଥିବା ସଭାରେ କେନ୍ଦ୍ରା ପଡ଼ା ବିଧାୟକ […]
କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠ ଠାରେ ଠାକୁର ଶ୍ରୀଶ୍ରୀ ହରି ଦାସଙ୍କ ତିରୋଭାବ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ, ପ୍ରଭୁ ଶ୍ରୀ ଜଗନ୍ନାଥ,ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା, ପ୍ରଭୁ ଗୋପେଶ୍ୱର ମହାଦେବ ଓ ପ୍ରଭୁ […]
କେନ୍ଦ୍ରାପଡ଼ା,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ସେହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ନିମନ୍ତେ କେନ୍ଦ୍ରାପଡା ବ୍ଲକ ପକ୍ଷରୁ କେନ୍ଦ୍ରାପଡା ସହରର ଇଛାପୁର ରଥଦାଣ୍ଡରେ ବ୍ୟବସ୍ଥା କରାଯାଇଥିଲା। ବ୍ଲକର ବିଡିଓ ବନ୍ଦନା ଖଟୁଆ ବ୍ଲକର ସମସ୍ତ ପଞ୍ଚାୟତ ଗୁଡିକରେ ଥିବା ଗ୍ରାମପଞ୍ଚାୟତ ମିଶନଶକ୍ତି ମହାସଙ୍ଘର ସିଆରପିମାନଙ୍କୁ ନିର୍ଦେଶ ଦେଇଥିଲେ ଯେ ସେହି ମହାସଙ୍ଘ ଅଧିନରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର […]
କେନ୍ଦ୍ରାପଡ଼ା,୧୭ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ଏକ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ପରିଚାଳନା ପରିଷଦର ସଭାପତି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଏବଂ ପ୍ରଧାନ ଆଚାର୍ଯ୍ୟ ବିଭୁତିରଞ୍ଜନ ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଜିଲ୍ଲାର ଶିକ୍ଷା ବିକାଶ ସଂସ୍ଥାନ ସହବନ୍ଧିତ ଥିବା ୧୨ଟି ବିଦ୍ୟାଳୟର ପ୍ରାୟ ଏକଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସେମାନଙ୍କର […]
କେନ୍ଦ୍ରାପଡ଼ା,୧୭ା୯:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୪ତମ ଜନ୍ମଦିବସରେ ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରପରିଷଦ ପକ୍ଷରୁ ସିଧା ପ୍ରସାରଣ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ସଦସ୍ୟାମାନେ କେନ୍ଦ୍ରାପଡ଼ା ବ୍ଲକ ପକ୍ଷରୁ ଆୟୋଜିତ […]
କେନ୍ଦ୍ରାପଡ଼ା,୧୭ା୯: କେନ୍ଦ୍ରାପଡା କପାଳେଶ୍ୱର ପଞ୍ଚାୟତ ଯଝାଙ୍ଗ ଗ୍ରାମର ଜଗବନ୍ଧୁ ଦାସଙ୍କ ଏକମାତ୍ର ପୁଅ ରମେଶ ଦାସ (୨୬) ଗତ କାଲି ବିଳମ୍ବିତ ରାତିରେ ଡିଜେର ବିକଟାଳ ଶବ୍ଦରେ ମୃତ୍ୟୁ ହୋଇଯାଇଛି। ଜଗବନ୍ଧୁଙ୍କ ଏକମାତ୍ର ପୁତ୍ର ଥିଲେ ରାମେଶ। ଡିଜେ ବା ଉଚ୍ଚ ଶକ୍ତି ସଂପନ୍ନ ବାଜା ବଜାଇବା ଉପରେ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଥିବା ବେଳେ ଜିଲା ପ୍ରଶାସନ ଏ ଦିଗରେ ନିଷ୍କ୍ରିୟ ରହିଛି। ରାତି ୧୦ଟା […]
କେନ୍ଦ୍ରାପଡ଼ା,୧୭ା୯:କେନ୍ଦ୍ରାପଡ଼ା ସହର ତିନିମୁହାଣୀ ଛକ ଶିବ ମନ୍ଦିର ନିକଟରେ ଏକ ବାଇକ ଓ ସ୍କୁଟି ଧକ୍କା ହେବାରୁ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ଗୁରୁତର ହୋଇଥିବା କବି ପ୍ରସାଦ ମଲ୍ଲିକଙ୍କୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଛନ୍ତି । ଅନ୍ୟ ଜଣେ ଆହତ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ […]
ପଟ୍ଟାମୁଣ୍ଡାଇ ୧୭/୯- ପୋଖରୀରେ ପାଣିରେ ବୁଡି ତିନି ବର୍ଷର ଶିଶୁପୁତ୍ର ମୃତ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ମାଳିପୁର ଗାଁରେ । ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ, ମାଳିପୁର ଗାଁର ଗଣେଶ ସେନାପତିଙ୍କର ତିନି ବର୍ଷର ଶିଶୁପୁତ୍ର ଗୌରବ ସେନାପତିଙ୍କ ଖେଳୁଥିବାବେଳେ, ଘର ପାଖ ପୋଖରୀରେ ବୁଡି ଯାଇଥିଲେ। ଏନେଇ ପରିବାର ଲୋକ ବହୁତ ଖୋଜାଖୋଜି କରି ପୋଖରୀରେ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରାଯିବା ସହିତ ସ୍ୱଚ୍ଛ ନିର୍ମଳ ପରିବେଶ ପାଇଁ ସ୍ୱଛତା ଶପଥ ନିଆଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଠାରେ ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା । ବ୍ଲକ ସୋସିଆଲ ଅଡିଟର ନଳିନୀକାନ୍ତ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ସମାବେଶରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ […]
କେନ୍ଦ୍ରାପଡ଼ା, ୧୭ା୯: ପବିତ୍ର ବିଶ୍ୱକର୍ମାଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଶ୍ରମ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଭାରତୀୟ ମଜଦୁର ସଂଘ ଜିଲ୍ଲା ସମିତି ଏକ ବୈଠକର ଆୟୋଜନ କରିଥିଲା । ପରମ ପୂଜ୍ୟ ଭାରତ ମାତା, ଦେବ ଶିଳ୍ପୀ ଭଗବାନ ବିଶ୍ୱକର୍ମା ଓ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଦନ୍ତୋପନ୍ଥ ଠେଙ୍ଗିଣୀଙ୍କୁ ଧୂପ, ଦୀପ, ପୁଷ୍ପ ଅର୍ପଣ କରାଯାଇ ବୈଠକ ଆରମ୍ଭ କରାଯାଇଥିଲା । ଜିଲ୍ଲା ସଭାପତି ପ୍ରଭାତ କୁମାର […]
କେନ୍ଦ୍ରାପଡ଼ା,୧୬ା୯: ଶତାୟୁ ସ୍ୱାଧୀନତା ସଂଗ୍ରାମୀ ତଥା କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଉପସଭାପତି ଫକିର ମୋହନ ଦାସଙ୍କର ୧୦୧ବର୍ଷ ବୟସରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଅପରାହ୍ନ ୩ଟା ୧୮ମିନିଟରେ ଦେହାନ୍ତ ହୋଇଯାଇଛି। ପୂର୍ବରୁ ସ୍ୱର୍ଗତ ଦାସ ମୁତ୍ର ସଂକ୍ରମଣ ଜନିତ ରୋଗରେ ପିଡିତ ଥାଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଦେହ ଭଲ ହେବା ପରେ ଗ୍ରାମକୁ ଆସି ସେ ରହୁଥିଲେ। ଆଜି ହଠାତ […]
ପଟ୍ଟାମୁଣ୍ଡାଇ -ପଟ୍ଟାମୁଣ୍ଡାଇ ଅଂଚଳରେ ପବିତ୍ର ଇସଲାମ ଧର୍ମର ମହାନ ପ୍ରବର୍ତକ ହଜରତ ମହମଦଙ୍କ ଜନ୍ମ ଦିବସ ଇଦ ମିଲାଦୁନ ନବି ସମାରୋହରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ପୌରାଂଚଳର ୧୧ନଂ ୱାର୍ଡ ସଂଖ୍ୟାଲଘୁ ବସ୍ତିର ମଦ୍ରାସା ନିକଟରୁ ସୋମବାର ଏକ ବିରାଟ ଶୋଭାଯାତ୍ରା ବାହାରି ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରିବା ପରେ ମଦ୍ରାସା ନିକଟରେ ପହଂଚି ଥିଲା । ମୁସଲମାନ ବସ୍ତିର ମାନ୍ୟଗଣ୍ୟ ବ୍ୟକ୍ତି ଓ […]
