କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ରଟପଙ୍କ ଗ୍ରାମରରେ ଏକ ଅଭାବନୀୟ ଘଟଣା ଘଟିଛି ଯାଇଛି । ନଦୀ ପାର୍ଶ୍ୱରେ ବଳଦ ଖୋଜିବାକୁ ଯାଇଥିବା ଜଣେ ଯୁବକଙ୍କୁ କୁମ୍ଭୀର ଟାଣିଟାଣି ନେଇଯାଇଛି। ସୁଚନାନୁଯାଇ ଶଙ୍କରର ଏକ ବଳଦ ନାଳ ନିକଟରେ ଚରୁଥିଲା। ବଳଦ ଦେଖାନଦେବାରୁ ବୁଧବାର ଅପରାହ୍ନରେ ଶଙ୍କର ଖୋଜିବାକୁ ଯିବା ସମୟରେ କୁମ୍ଭୀର ଟାଣି ତାଙ୍କୁ ନେଇଥିଲା। ଶଙ୍କରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ […]
ଆସନ୍ତୁ ଭାବିବା
Your blog category
କେନ୍ଦ୍ରାପଡ଼ା,୧୬ା୧୦ : ଅରିଲୋ ଆଶ୍ରମର ବାବା ବଳିଆଙ୍କ ଅନନ୍ତ ବଳିଆ ଟ୍ରଷ୍ଟ କେନ୍ଦ୍ରାପଡା ଶାଖା ପକ୍ଷରୁ ବୁଧବାର ଶ୍ରୀ ବଳଦେବଜୀଉଙ୍କ ସପ୍ତଦଶତମ ବାର୍ଷିକ ଅନନ୍ତ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ଶ୍ରୀ ଜୀଉଙ୍କ ପହୁଡ ଫିଟିବାପରେ ଆଳତି କରାଯାଇ ନୀତିସ୍ନାନ କରାଯାଇଥିଲା । ଏହାପରେ ଦିଅଁମାନଙ୍କୁ ନୂତନ ଅଙ୍ଗବସ୍ତ୍ରରେ ସଜ୍ଜିତ କରାଯାଇ ବାବା ବଳିଆଙ୍କ ପକ୍ଷରୁ ଦିଅଁଙ୍କ ପାଦରେ ଏକହଜାର ଆଠଶହ ତୁଳସୀ ଅର୍ପଣ କରାଯାଇଥିଲା । ସନ୍ଧ୍ୟାରେ […]
କେନ୍ଦ୍ରାପଡ଼ା, ୧୬ା୧୦: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମ୍ରେ କେନ୍ଦ୍ରାପଡା ଜିଲ୍ଲା ମଦ୍ରାସା ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୟଦା ସୁହିଲ୍ ଅଖତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ମଦ୍ରାସାମାନଙ୍କର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ସଭାପତି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଉର୍ଦ୍ଦୁ ଭାଷା ମିଳିତ ସଂଘ (ୟୁଏନ୍)ରେ ମାନ୍ୟତା ପାଇଥିବାରୁ […]
କେନ୍ଦ୍ରାପଡ଼ା, ୧୬ା୧୦: ସମସ୍ତଙ୍କର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିବସ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ ସେକ୍ ଇନାୟତ୍(ଚନ୍ଦନ)ଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ସୟଦ୍ ମନସୁର୍ ଶାହା ପିରବାବାଙ୍କ ମଜାରରେ ଚାଦର ଚଢାଯିବା ସହ ନବୀନ ବାବୁଙ୍କ ସୁସ୍ଥ ନିରାମୟ ଜୀବନ କାମନା କରାଯାଇ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା […]
ପଟାମୁଣ୍ଡାଇ ୧୬.୧୦- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ସଭା ଗୃହ ପରିସରରେ ପୁରାତନ ଛାତ୍ର ସଂସଦର ଉପସଭାପତି ଶିକ୍ଷକ ନେତା ବିଜୟ କୁମାର ସାହୁଙ୍କ ସଭାପତିତ୍ୱ ଏକ କାର୍ଯ୍ୟକାରୀ କମିଟି ସଭା ଅନୁଷ୍ଠିତ ହୋଇଯାଇଛିା ଏହି ସଭାରେ ସଂସଦର ୧୪ତମ ବାର୍ଷିକ ଉତ୍ସବ ୨୦୨୪ ର ଆୟ ବ୍ୟୟ ସମୀକ୍ଷା କରାଯିବା ସହିତ ଏକ କମିଟି ଗଠନ କରାଯାଇ ଦାୟୀତ୍ୱ ହସ୍ତାନ୍ତର […]
କେନ୍ଦ୍ରାପଡ଼ା, ୧୬ା୧୦: ସଂସ୍କୃତି ଗୋଟିଏ ଜାତିର ଆତ୍ମା ପରି। ଆତ୍ମାହୀନ ଶରୀର ଯେପରି ପ୍ରାଣ ସ୍ପନ୍ଦନ ହୀନ ହୋଇ ପଡି ରହେ, ସଂସ୍କୃତି ହୀନ ଜାତିଟିଏ ସେହିପରି ବେଶୀକାଳ ବଞ୍ଚି ରହିପାରେ ନାହିଁ। ଇଂରେଜ ଶାସକ ତଥା ପଡୋଶୀମାନଙ୍କ ଶତ ଚକ୍ରାନ୍ତ ସତ୍ତ୍ୱେ ଆଜି ଓଡିଆ ଯଦି ଏକ ଜାତି ରୂପେ ତିଷ୍ଠି ରହିଛି, ତାହା କେବଳ ତାର ଉଚ୍ଚ ସାଂସ୍କୃତିକ ବିଭବ ପାଇଁ ହିଁ ସମ୍ଭବ ହୋଇଛି। ଆମ […]
ପଟ୍ଟାମୁଣ୍ଡାଇ ୧୬/୧୦ -ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜଡେି ସୁପ୍ରିମ ନବୀନ ପଟ୍ଟନାୟକ ବୁଧବାର ୭୯ ବର୍ଷରେ ପାଦ ଥାପିଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ରାଜନଗର ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଜନସେବାର ସଂକଳ୍ପ ଦିବସ ପାଳନ କରିବା ସହିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଏକ ରକ୍ତ ଦାନ ଶିବର ସ୍ଥାନୀୟ ଡିଭାଇନ ପ୍ୟାଲେସ୍ ରେ ଅନୁଷ୍ଠିତ ହୋଇଛି […]
କେନ୍ଦ୍ରାପଡ଼ା, ୧୬ା୧୦: କେନ୍ଦ୍ରାପଡ଼ା ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ ମହାଲକ୍ଷ୍ମୀଙ୍କ ପୂଜା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରରେ କୈବର୍ତ୍ତ ସମାଜ ପକ୍ଷରୁ ନିର୍ମିତ ମହାଲକ୍ଷ୍ମୀଙ୍କ ମନ୍ଦିରରେ ମା’ଲକ୍ଷ୍ମୀଙ୍କର ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପୂଜାରେ କୈବର୍ତ୍ତ ସମାଜ ପକ୍ଷରୁ ନୂଆ ଧାନରେ ପ୍ରସ୍ତୁତ ପାରମ୍ପରିକ ଚୁଡାଘଷା ଭୋଗ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରାଯିବା ସହ ସାମୁହିକ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। […]
ପଟ୍ଟାମୁଣ୍ଡାଇ ୧୫/୧୦-ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୬ଜଣ ବିଜେଡି ସମର୍ôଥତ ସମିତି ସଭ୍ୟ ଶାସକ ଭାଜପା ଦଳରେ ସାମିଲ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ ମଙ୍ଗଳବାର ରାତ୍ରୀ ସାଢେ ୮ରେ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ଯେ ଗତ ୨୦୨୨ ମସିହା ପଂଚାୟତ ନିର୍ବାଚନରେ ଖଡ଼ିଅଂଟା ପଂଚାୟତରେ ବିଜେଡି ସମର୍ôଥତ […]
ପଟ୍ଟାମୁଣ୍ଡାଇ ୧୫/୧୦-ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ଦଳର ବିପୁଳ ବିଜୟ ପାଇଁ କେନ୍ଦ୍ରୀୟ ଭାଜପା ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ରାଷ୍ଟ୍ରୀୟ ଭାଜପା ସଭାପତି ଜେ ପି ନଡ୍ଡା ଭାଜପା ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଭାଜପା ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି । ବୈଜୟନ୍ତ ଦିଲ୍ଲୀରେ ଭାଜପା ସଂଗଠନକୁ ଅଧିକ ମଜଭୁତ କରି ଆସନ୍ତା ବିଧାନସଭା ନିର୍ବାଚନରେ ଦଳକୁ […]
କେନ୍ଦ୍ରାପଡା, ୧୫ା୧୦: ସୂଚନା ଅଧିକାର ଆଇନ୍ରେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ତଥ୍ୟ ପ୍ରଦାନ କରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ତଥା ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ […]
କେନ୍ଦ୍ରାପଡ଼ା,୧୫ା୧୦ : କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ପଞ୍ଚୁକରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତ୍ତିକବ୍ରତ ପାଳନ ପାଇଁ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବରମାସ ୧୦ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ତୁଳସୀକ୍ଷେତ୍ରରେ ଏହି ବ୍ରତ ପାଳନ କରାଯିବ। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ମଞ୍ଜୁୁର ହୋଇଥିବା ଅନୁଦାନରେ “ତୁଳସୀ ଭବନ” ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ […]
କେନ୍ଦ୍ରାପଡା,୧୫/୧୦: ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ଭାରତରତ୍ନ ଡ଼ଃ ଏ.ପି.ଜେ. ଅବଦୁଲ କଲାମଙ୍କ ୯୩ତମ ଜୟନ୍ତୀ ଭାରତରତ୍ନ ଡ଼ଃ ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ପାଳନ କରାଯାଇଛି। ପ୍ରାରମ୍ଭରେ ମେଡିକାଲ ରୋଡ୍ସ୍ଥିତ କଲାମଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ ରାଉତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଲ୍ୟାର୍ପଣ କରିବା ପରେ ଅନ୍ୟମାନେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ପରେପରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ […]
ଭୁବନେଶ୍ୱର ୧୪/୧୦-ଦାଦନ ରୋକିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି। ଦାଦନ ସମସ୍ୟାର ନିରାକରଣ ପାଇଁ ଦିଗଦର୍ଶନ ଦେବାକୁ ଟାସ୍କଫୋର୍ସ ଗଠନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠିତ ହୋଇଛି। ଟାସ୍କଫୋର୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସଦସ୍ୟ ରହିଛନ୍ତି । ସେହିପରି ପଂଚାୟତିରାଜ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗ ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ପ୍ରମୁଖ […]
କେନ୍ଦ୍ରାପଡା,୧୪/୧୦: ଓଡିଆ ସଂଗୀତ ଜଗତର ବେତାଜ୍ ବାଦ୍ଶାହା, କିମ୍ବଦନ୍ତୀ ସଂଗୀତଜ୍ଞ ଚିରସବୁଜ ଅକ୍ଷୟ ମହାନ୍ତିଙ୍କ ୮୮ତମ ପୁଣ୍ୟ ଜୟନ୍ତୀ ମହୋତ୍ସବ ତାଙ୍କର ଅତିପ୍ରିୟ ଅନୁଷ୍ଠାନ ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସଂଗୀତଜ୍ଞ ତଥା ଅକ୍ଷୟଙ୍କ ଅନ୍ୟତମ ପଟ୍ଟଶିଷ୍ୟ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ […]
କେନ୍ଦ୍ରାପଡା ୧୪/୧୦- ଭିନ୍ନକ୍ଷମତା ଓ ପୁନର୍ବାସ ସମ୍ପର୍କିତ ସ୍ୱତନ୍ତ୍ର ଦ୍ୱି-ମାସିକ ଓ ଦ୍ୱି-ଭାଷିକ ସମ୍ବାଦପତ୍ର “ପୁନର୍ବାସ ସମାଚାର’ର ସଚିତ୍ର ରଙ୍ଗୀନ ସଂଖ୍ୟା ବିଶିଷ୍ଠ ଅତିଥିମାନଙ୍କ ଦ୍ୱାରା ସ୍ଥାନୀୟ ମାଧପୁର ସ୍ଥିତ ପୁନର୍ବାସ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଭିନ୍ନ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ତଥା ଉପଦେଷ୍ଟା ବିରଜା ରାଉତରାୟ ସଞ୍ଚାଳନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସୁନାମଧନ୍ୟ ଚିକିତ୍ସକ ଡାକ୍ତର ବିଶ୍ୱ ପ୍ରକାଶ କାନୁନଗୋ, ବରିଷ୍ଠ ସାମ୍ବାଦିକ […]
କେନ୍ଦ୍ରାପଡ଼ା, ୧୪ା୧୦: ମାର୍ଶାଘାଇ ମଧ୍ୟ ଇଂରାଜୀ ଓ ମାର୍ଶାଘାଇ ଉଚ୍ଚ ବିଦ୍ୟାଳୟର ୧୯୯୦ ମାଟ୍ରିକ ବ୍ୟାଚର ଏକ ବନ୍ଧୁମିଳନ ଉତ୍ସବ ମାର୍ଶାଘାଇ ଯଜ୍ଞ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପୁରାତନ ଛାତ୍ର ପ୍ରେମାନନ୍ଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୪୦ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କର ସେହି ପୁରାତନ ସ୍ମୃତିକୁ ରୋମନ୍ଥନ କରିବା ସହିତ ଅତୀତ ଦିନର ଅଭୁଲା ଦିନକୁ ମନେପକାଇ ଭାବବିହ୍ୱଳ ହୋଇପଡିଥିଲେ। ଏହି ଅବସରରେ […]
କେନ୍ଦ୍ରାପଡା, ୧୪ା୧୦: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ପ୍ରତିଷ୍ଠାତା ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶାରଦୀୟ ନବରାତ୍ର ପାଳନ ଓ ସପ୍ତସତୀ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶନିବାର ନବକନ୍ୟା ପୂଜନ ବା କୁମାରୀ ପୂଜା ମହାସମାରୋହରେ ପାଳିତ ହୋଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର,ରୀତାଞ୍ଜଳି ନାଥ, ଦୈା୍ରପଦୀ ରାଉତ, ମିନତୀ ଦାସ, ନିଆଳିରୁ ବିଜୟ କୁମାର ଜେନା, ଗାୟତ୍ରୀ […]
କେନ୍ଦ୍ରାପଡା, ୧୪ା୧୦: କେନ୍ଦ୍ରାପଡାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀତାର ସମୀକ୍ଷା କରିଛନ୍ତି ଦୁଇଜଣ କେନ୍ଦ୍ରୀୟ ଅଧିକାରୀ । ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜାତୀୟ ଜୀବିକା ମିଶନର ବରିଷ୍ଠ ପ୍ରୋଜେକ୍ଟ ଅଧିକାରୀ ଅନୁପ ଯୋଶୀ ଓ ବରିଷ୍ଠ ପ୍ରୋଗ୍ରାମ କୋଡିନେଟର ସଚୀ ଯୋଗେନ୍ଦ୍ରନାଥ ବର୍ମା ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟକାରୀ […]
ପଟ୍ଟାମୁଣ୍ଡାଇ ୧୪/୧୦-ସାରା ଓଡିଶାରେ ସୁନାମ ଅର୍ଜନ କରିଥିବା ପଟ୍ଟାମୁଣ୍ଡାଇର ଶାରଦୀୟ ଦୂର୍ଗା ପୂଜା ଭସାଣି ଉତ୍ସବରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଚଳିତବର୍ଷ ପୋଖରୀଆପଡା ଦୂର୍ଗା ମେଢ଼ ଭସାଣି ଉତ୍ସବରେ ସାମିଲ ହୋଇଛି ଝାଡ଼ଖଣ୍ଡ ରାଜ୍ୟର ଡିଜେ ଓ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ବାଜା । ଯନ୍ତ୍ରାଂଶ ସମ୍ବଳିତ ବାଦ୍ୟ ଯନ୍ତ୍ର ଓ ପ୍ରାୟ ୫ଟି ଟ୍ରକରେ ଆସିଥିବା ଏହି ବାଜା ଓ ଏହାର ବିଭିନ୍ନ ଯନ୍ତ୍ରାଂଶ […]
ପଟ୍ଟାମୁଣ୍ଡାଇ ୧୪ା୧୦ – କେନ୍ଦ୍ରାପଡା ଜିଲା ଭାଇଚାରାର ସହର ପଟ୍ଟମୁଣ୍ଡାଇରେ ସରିଛି ଶାରଦୀୟ ଦୁର୍ଗା ପୂଜା । ଏବେ ମାଆଙ୍କ ବିଦାୟର ବେଳ । ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାରେ ଭିଜେଇ ମେଲାଣି ନେଉଛନ୍ତି ମା’ଜଗତଜନନୀ । ଭକ୍ତ ଆଖିରେ ଆଖିଏ ଲୁହ । ଚାଲି ଯାଉଛନ୍ତି ମାଆ । ପୁଣି ବର୍ଷେ ଆପେକ୍ଷା । ଏଭଳି ଭାବବିହ୍ୱଳ ପରିବେଶ ଭିତରେ ସୋମବାର ପୂର୍ବାହ୍ନରୁ ପଟ୍ଟାମୁଣ୍ଡାଇ ସହରରେ ଦୁର୍ଗାଙ୍କ ଭସାଣି ଯାତ୍ରା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ପାଳିତ ଶାରଦୀୟ ଦୁର୍ଗାପୂଜାର ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହୋଇଛି। ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାଂଚଳରେ ହୋଇଥିବା ୫୦ଟି ପୂଜାମଣ୍ଡପରେ ମା’ଙ୍କମୃଣ୍ମୟୀମୂର୍ତୀ ପୂଜାକରାଯାଇଥିଲା। ପ୍ରତ୍ୟହ ରୀତି ନୀତି ଅନୁଯାୟୀ ପୂଜାପାଠ କରାଯାଇଥିଲା। ମା’ ମହାମାୟାଙ୍କ ଦର୍ଶନ ପାଇଁ ପ୍ରତ୍ୟହ ଶହସ୍ରାଧିକ ଭକ୍ତଙ୍କ ସମାଗମ ହେଉଥିଲା। ରବିବାର ଜଗତଜନନୀ ମା’ ଦୁର୍ଗାଙ୍କ ଦଶହରା ଦଶମୀ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳିତ ହୋଇ ଉଦ୍ଯାପିତ ହୋଇଯାଇଛି। ଶାରଦୀୟ ଦୁର୍ଗାପୂଜାର ଆଜି […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଭିନ୍ନ ପୂଜାମଣ୍ଡପରେ ମହାମାୟୀଙ୍କ ଦଶହରା ଦଶମୀ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳିତ ହୋଇ ଉଦ୍ଯାପିତ ହୋଇଯାଇଛି। ଏହି ଦଶହରାକୁ ବିଜୟା ଦଶମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୃଶ୍ରୀରାମ ରାବଣକୁ ହତ୍ୟା କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ। ସେଥିପାଇଁ ଆଜିର ଦୁଷ୍ଟଶକ୍ତିର ଦମନ ରାବଣପୋଡ଼ିର ମୁଖ୍ୟ ଉଦ୍ଦେଶ୍ୟ ନେଇ ପୋଖରିଆପଡା ଦୁର୍ଗାପୂଜା କମିଟି ତରଫରୁ ରାବଣ ପୋଡି ଉତ୍ସବପାଳନ କରାଯାଇଛି । ସ୍ଥାନୀୟ ଏମଏନ […]
କେନ୍ଦ୍ରାପଡା, ୧୨/୧୦: ଆଶ୍ୱିନ ମାସ ଶୁକ୍ଳପକ୍ଷ ଶନିବାର ଦିନ କେନ୍ଦ୍ରାପଡା ସହରରେ ୨୧ନଂ ୱାର୍ଡ ଅନ୍ତର୍ଗତ କଜଳା ଗୋଲ୍ଡେନ୍ ଭିଲ୍ଲା ସ୍ଥିତ ଶିରିଡି ସାଇବାବାଙ୍କ ୧୦୬ତମ ପୂଣ୍ୟତିଥି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ସାଇ ମନ୍ଦିରରେ ପ୍ରାତଃ ୫.୩୦ ସମୟରେ କାକଡ ଆଳତୀ, ୬ଟା ୩୦ ସମୟରେ ବାବାଙ୍କ ମହାସ୍ନାନ ପାଇଁ ୧୦୮ କଳସ ଶୋଭାଯାତ୍ରା କରାଯାଇ ମହାସ୍ନାନ, ରୁଦ୍ରାଭିଷେକ ଓ ନେତ ପରିବର୍ତ୍ତନ କରାଯାଇଥିଲା […]










