
କେନ୍ଦ୍ରାପଡାତା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଏଚାନ୍ଦ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୀନନୟନା ଷଡଙ୍ଗୀଙ୍କର ଅବସର ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ ସାଧନ କେନ୍ଦ୍ରର ସଂଯୋଜକ ରାଜେଶ କୁମାର ବାରିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ବିଶିଷ୍ଟ ଜ୍ୟୋତିର୍ବିଦ ତଥା ପାଲା ଗାୟକ ଅଖିଳ କୁମାର ନାୟକ, ମୁଖ୍ୟ ବକ୍ତା ଭଞ୍ଜ କିଶୋର ସ୍ୱାଇଁ ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଦେବବ୍ରତ ଜେନା ଏବଂ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ନାୟକ, ଶିକ୍ଷୟିତ୍ରୀ ଭାରତୀ ସାମଲ, ଗିରିଶ ଚନ୍ଦ୍ର ତ୍ରିପାଠୀ, ସୁଧାକର ଷଡଙ୍ଗୀ, ତ୍ରିଲୋଚନ ଷଡଙ୍ଗୀ, ୱାର୍ଡ ସଭ୍ୟ ପ୍ରଭାକର ନାୟକ, ଅରୁଣ ଦାସ, କ୍ଲଷ୍ଟରର ଅନ୍ୟ ଶିକ୍ଷକ ଗତିକୃଷ୍ଣ ମିଶ୍ର, ମନୋଜ କୁମାର ସାହୁ, ଭାଗ୍ୟବତୀ ଦାସ, ଆରତୀ କୁମାରୀ ନାୟକ, ହରେକୃଷ୍ଣ କର, ଯଶୋଧର ରାଉତ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀ ଏବଂ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ଓ ସମସ୍ତ ଛାତ୍ର ଛାତ୍ରୀ ଯୋଗଦାନ ଦେଇଥିଲେ । ପ୍ରାରମ୍ଭରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ପରେ ଅତିଥି ପରିଚୟ ଏବଂ ସେବାନିବୃତ୍ତି ପ୍ରଧାନ ଶିକ୍ଷୟିତ୍ରୀ ମୀନନୟନା ଷଡଙ୍ଗୀଙ୍କର ଗୁଣାବଳୀ ଆଲୋଚନା କରିବା ପରେ ଶିକ୍ଷକ, ଗ୍ରାମବାସୀ ଓ ପିଲାମାନଙ୍କ ତରଫରୁ ମାନପତ୍ର, ଉପଢୌକନ ଓ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଚନ୍ଦନ ଓଝା ଏବଂ ସହକାରୀ ଶିକ୍ଷକ ଶ୍ରୀନିବାସ ବାରିକ ସମସ୍ତ ଆୟୋଜନ କରିବା ସହିତ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।











