
କେନ୍ଦ୍ରାପଡ଼ା ବ୍ଲକ ଅଧିନ କୋରୋ ପଂଚାୟତର ହରିଶ ଚନ୍ଦ୍ର ସେଠୀଙ୍କ ଏକମାତ୍ର ପୁତ୍ର ମାନସ ରଞ୍ଜନ ସେଠୀ (34 ବର୍ଷ )ସଡ଼କ ଦୁର୍ଘଟଣା ରେ ମୃତ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିଜେପି ନେତୃବୃନ୍ଦ । ଇନ୍ଦୁପୁର ମଣ୍ଡଳ ସଭାପତି ଶଶାଙ୍କ ଶେଖର ଓଝାଙ୍କ ନେତୃତ୍ୱରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ,ପଂଚାୟତ ପ୍ରମୁଖ ଦିଲ୍ଲୀପ କୁମାର ଦାସ, ବଳରାମ ବେହେରା, ମହେଶ୍ୱର ସାହୁ, ରଂଜିତ କୁମାର ଦାସ, ସଚ୍ଚିଦାନନ୍ଦ ସାହୁ, ଶ୍ରୀରାମ ଓଝା ପ୍ରମୁଖ ତାଙ୍କ ବାସଭବନରେ ପହଂଚି ସମବେଦନା ଜଣାଇବା ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରଦତ୍ତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।














