
ପଟ୍ଟାମୁଣ୍ଡାଇ ୭.୭-ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବନୋମହୋତ୍ସବ ଅବସରରେ କୋର୍ଟ ପରିସରରେ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ବାର୍ତା ଦିଆଯାଇଛି । ରାଜନଗର ବନଖଣ୍ଡ ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ସିଭିଲ ଜଜ ସୁଶ୍ରୀ ସଂଗୀତା ମଲ୍ଲିକ,ପଟ୍ଟାମୁଣ୍ଡାଇ ଜେଏମଏଫସି ସମୀକ୍ଷା ମହାନ୍ତି ଓ ମୋନାଲିସା ପ୍ରଧାନ, ରାଜନଗର ଜେଏମଏଫସି ଜ୍ୟୋତିର୍ମୟୀ ଷଢଙ୍ଗୀ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ବନୋମହୋତ୍ସବ ଅବସରରେ ବିଭିନ୍ନ ସ୍କୁଲ ଓ କଲେଜର ଶତାଧିକ ବୃକ୍ଷରୋପଣ କରାଯାଇଛି ।











