ସଂସ୍କୃତ ଭାଷାର ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ , ପଟ୍ଟାମୁଣ୍ଡାଇରେ ଅଣଦେଖା ,



ଦିନ ଥିଲା ପୁରାଣ ସଂସ୍କୃତ ଭାଷା ଦେଶବାସୀଙ୍କ ପ୍ରାଣର ଭାବାବେଗ ସହିତ ଜଡ଼ିତ ଥିଲା । ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ ହେଉଥିବା ବେଳେ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଥିଲା । ପୁରାଣ କାଳରୁ ସଂସ୍କୁତ ବିଦ୍ୟା ଅର୍ଜନ ପାଇଁ ସଂସ୍କୁତ ବିଦ୍ୟାଳୟ ମହାବିଦ୍ୟାଳୟ ମାନ ଖୋଲା ଯିବା ସହିତ ଓଡିଆ ଭାଷା ପଠନରେ ସଂସ୍କୁତ ବାଧ୍ୟତା ମୁଳକ ବିଷୟ ଥିଲା । ମାତ୍ର ସମୟ ବଦଳିଯାଇଛି । ପ୍ରଶାସନର ଅବହେଳାରୁ ଏହି ପ୍ରାଚୀନ ସଂସ୍କୃତ ବିଦ୍ୟାଳୟ ମାନ ଲୋପ ପାଇବାକୁ ବସିଲାଣି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଥିବା ସଂସ୍କୁତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଦୁଇଟି ପ୍ରାୟ ବିଲୁପ୍ତ ହୋଇ ସାରିଛି । ମହା ବିଦ୍ୟାଳୟଟି ଏକ ଭଡାଘରେ ସଂକଟରେ ପାଠପଢା ହେଉ଼ଛି । ଯଦି ସଂସ୍କୁତ ନ ରହିବ ତେବେ ସଂସ୍କୁତି ଲୋପ ପାଇବ ବୋଲି ବୃଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

୨୦୨୧ ଅଗଷ୍ଟ ୨୯ ତାରିଖ ୮୦ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ପ୍ରତି ସଂସ୍କୃତ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରୟାସ ଜାରି ରହିଛି ବୋଲି କହିବା ସହିତ ଭାରତର ଐତିହ୍ୟ ଏବଂ ଗୌରବମୟ ସଂସ୍କୃତିର ବିକାଶ କ୍ଷେତ୍ରରେ ମିଳିତ ଉଦ୍ୟମ କରାଯିବା ଆବଶ୍ୟକ ବୋଲି କହିଥିଲେ । ସଂସ୍କୃତ ଭାଷାରେ ଫିଲୋସୋଫି ଏବଂ ମାନବତାର ବିକାଶ କରୁଥିବା ବହୁ ଗ୍ରନ୍ଥ ରହିଛି । ସଂସ୍କୃତ ପଠନ ଦ୍ୱାରା ମାନବ ସମାଜର ହିତ ସାଧନର ପଥ ଉନ୍ମୁକ୍ତ ହୋଇ ପାରିବ । ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ । ଏହା ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ । ସଂସ୍କୃତ ଭାଷାର ବିଶାଳତାକୁ ହୃଦୟଙ୍ଗମ କରି ବହୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ଏନେଇ ଶିକ୍ଷାଦାନ କରାଯାଉଛି ବୋଲି ସେ କହିଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ସଂସ୍କୁତ ପାଠାଗାର ମାନ ଭାଙ୍ଗିଦିଆଯାଉଛି ।

ସେହିପରି ବାଲେଶ୍ୱର ଏମ୍‌ପି  ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ରହିବା ସମୟରେ ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍‌ ଉପରେ ଆଲୋଚନା ସମୟରେ ସଂସ୍କୃତ ଭାଷାରେ ନିଜ ବକ୍ତବ୍ୟ ରଖିଥିଲେ। କହିଥିଲେ, ସଂସ୍କୃତ ଭାଷାକୁ ବିଶ୍ୱର ଆଦି ଭାଷା ଭାବେ ବର୍ଣ୍ଣନା କରି ସେ ସଂସ୍କୃତ ଶ୍ଳୋକ ଓ ଦୃଷ୍ଟାନ୍ତ ମାଧ୍ୟମରେ ମତ ଉପସ୍ଥାପନ କରିଥିଲେ ।ସଂସ୍କୃତ କେବଳ ଭାରତର ନୁହେଁ, ଏହା ସମଗ୍ର ବିଶ୍ୱରେ ପ୍ରଚଳିତ ସମସ୍ତ ଭାଷାର ଜନନୀ। ‘ପିତା’ ଶବ୍ଦକୁ ‘ଫାଦର’, ‘ମାତା’ ଶବ୍ଦକୁ ‘ମଦର’, ‘ଭ୍ରାତା’ ଶବ୍ଦକୁ ‘ବ୍ରଦର’, ‘ମାନବ’ ଶବ୍ଦକୁ ‘ମ୍ୟାନ’, ‘ନାମ’ ଶବ୍ଦକୁ ‘ନେମ’ ବିଦେଶରେ ବ୍ୟବହାର ହେଉଥିବା ଏମିତି ଅନେକ ଶବ୍ଦ ରହିଛି ଯାହା ସଂସ୍କୃତ ଶବ୍ଦରୁ ଜାତ ହୋଇଛି। ଗ୍ରୀକ୍‌, ଲାଟିନ୍‌ ଓ ଆଂଗ୍ଲୋ ଭଳି ପାଶ୍ଚାତ୍ୟ ଭାଷା ସହ ଭାରତର ମୂଳ ଭାଷା ସଂସ୍କୃତର ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ। ସେ ତାଙ୍କ ବକ୍ତବ୍ୟରେ ବେଦରୁ ଉପନିଷଦ, କାଶ୍ମୀରରୁ କନ୍ୟାକୁମାରୀ ଯାଏ ବିଭିନ୍ନ ତଥ୍ୟର ଅବତାରଣା କରି ସଂସ୍କୃତ ଭାଷା ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। 

ବୁଦ୍ଧିଜୀବି ପ୍ରଫୁଲ୍ଲ ଦାଶ, ସଂଜୟ ସାହୁ, ପ୍ରତାପ ପାଢୀ, ସଂଜୟ ପଣ୍ଡା କୁହନ୍ତି , ପୂର୍ବରୁ ବିଦେଶୀ ଶାସନ ଚାଲିଥିଲା । ଆମ ଶାସ୍ତ୍ରକୁ ଘରକୁ ଘର ବୁଲି ନଷ୍ଟ ଭ୍ରଷ୍ଟ କରିଦିଆଯାଇଥିଲା । ତେଣୁ ସେଥିରୁ ଆମେ ଦୂରେଇ ଯିବାକୁ ବାଧ୍ୟ ହୋଇଥିଲୁୁ । ମହାନ୍ ବ୍ୟକ୍ତି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ଆମ ସର୍ବପୁରାତନ ସନାତନ ଧର୍ମଶାସ୍ତ୍ର ବେଦର ପୁନରୁଦ୍ଧାର ଓ ସଂସ୍କୃତ ଭାଷାକୁ ବଂଚାଇ ରଖିବା ପାଇଁ ଉଦ୍ୟମ ହୋଲା । ଏନେଇ ୧୯୨୬ ମସିହାରେ ତତ୍ କାଳିନ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ହୃଷୀକେଶ ଦାସ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ମଠ ତତ୍ୱାବଧାନରେ ସଂସ୍କୃତ ପଠାଗାର ଖୋଲାଗଲା । ସମୟାନୁକ୍ରମେ ଏହି ସଂସ୍କୃତ ପଠାଗାର, ବିଦ୍ୟାଳୟ ଓ ୧୯୮୯ ରେ ମହାବିଦ୍ୟାଳୟ ହୋଇ ମଠ ଜାଗାରେ ଉଭା ହେଲା । ମାତ୍ର ଗତ ୩ ବର୍ଷ ହେବ ଏଠାରୁ ସଂସ୍କୃତ ବିଦ୍ୟାଳୟକୁ ଅନ୍ୟତ୍ର ଯିବା ଘଟଣା ସଧାରଣରେ ଆଲୋଡନ ସୃଷ୍ଠି କରିଛି ବୋଲି ସେମାନେ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading