ମାଦ୍ରାସା ବାହାରୁଲ ଓଲୁମରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଜନ୍ମଜୟନ୍ତୀ ପାଳିତ



କେନ୍ଦ୍ରାପଡ଼ା,୧୬ା୨: କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ରଣପଡା ମାଦ୍ରାସା ବାହାରୁଲ ଓଲୁମଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଜନ୍ମ ଜୟନ୍ତୀ କୁନିକୁନି ଛାତ୍ରଛାତ୍ରୀଙ୍କ ଗହଣରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆୟୋଜକ ସମାଜସେବୀ ସେକ ଶାବିର ହୁସେନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ପବିତ୍ର ଦିବସରେ କୁନିକୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରତିଯୋଗିତା କରାଯାଇଥିଲା । କୁନି କୁନି ପିଲାମାନେ ବେଶ୍ ସୁନ୍ଦର ଭାବରେ ବକ୍ତବ୍ୟ ପ୍ରତିପାଦନ କରିଥିଲେ । ଏହି ବକ୍ତବ୍ୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମିୟା ପରବିନ ପ୍ରଥମ, ସାଜିୟା ପରବିନ ଦ୍ୱିତୀୟ ଏବଂ ସିରିନ୍ନ ଫାତ୍ମା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅତିଥିମାନେ ସେମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ମୁଖ୍ୟ ଅତିଥି ଭାବେ ମାଦ୍ରାସାର ପ୍ରଧାନ ଶିକ୍ଷକ ମହମ୍ମଦ ମଜାଫର ଉପସ୍ଥିତ ଥିଲାବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସେକ ହାଫିଜ଼ ଉଲ୍ଲା, ମୁଖ୍ୟବକ୍ତା ସେକ ମେହେବୁବା ଅଲ୍ଲୀ ଏବଂ ଏମ.ଡି ମୁଫତୁକିମ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆୟୋଜକ ସେକ୍ ଶାବିର ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମାଦ୍ରାସାରେ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ନେଇ ଦେଶର ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି । ସେକ ଶାବିରଙ୍କ ଲକ୍ଷ୍ୟ ହେଉଛି ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନେ କିଭଳି ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହୋଇପାରିବେ ଏବଂ ନିଜେ ନିଜ ପିତାମାତାଙ୍କ ନାଁକୁ ଆଗକୁ ନେଇପାରିବେ ସେଥିପାଇଁ ସେକ ଶାବିର ଏହିଭଳି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହା ଆଜିର ଦିନରେ କେନ୍ଦ୍ରାପଡ଼ା ବୁଦ୍ଧିଜୀବୀଙ୍କ ମହଲରେ ବେଶ୍‌୍ ଚର୍ଚ୍ଚାର ବିଷୟ ପାଲଟିଛି ।


Next Post

ବାଲି ଘାଟରେ ଚଢଉ , ୧୯ ହାଇୱା, ୨ ପ୍ରୋକଲିନ ମେସିନ ଜବତ

Sun Feb 16 , 2025
କେନ୍ଦ୍ରାପଡ଼ା,୧୬ା୨:କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ତହସିଲ ଅନ୍ତର୍ଗତ ବିଞ୍ଚଣା ଅଞ୍ଚଳରେ ଚାଲିଥିବା ହରିଦାସପୁର ବେଆଇନ୍ ବାଲିଘାଟ ଉପରେ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଏବଂ ପାଟକୁରା ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଚଢଉ ବେଳେ ୧୯ଟି ହାଇୱା ସମେତ ୨ଟି ପ୍ରୋକଲିନ ମେସିନ ଜବତ୍ କରାଯାଇଛି। ଜବତ ଗାଡିଗୁଡିକୁ ପାଟକୁରା ଥାନାର ଜିମା ଦିଆଯାଇଛି। ଖଣି ଅଧିକାରୀ ରଞ୍ଜିତ ବେହେରା ସୂଚନା ଦେଇଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ […]

KANIKA