ପଟ୍ଟାମୁଣ୍ଡାଇ ତା ୧୧.୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ଲଷ୍ମୀସୁବଳ ବିଦ୍ୟାପୀଠରେ ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇଛି । ସମ୍ପ୍ରତି ୮ଟି ଶ୍ରେଣୀରେ ୨୦୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ମାତ୍ର ୩ଜଣ ଶିକ୍ଷୟତ୍ରୀ ନିଯୁକ୍ତି ଦିଆଯାଇଥିବାରୁ ଶିକ୍ଷାଦାନ ବ୍ୟାହତ ହୋଇଛି । ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀରେ ଆଜି ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ ମୁଖ୍ୟଫାଟକ ତାଲା ପକାଇ ଆନ୍ଦୋଳନ କରିଥିଲେ । ଖବର ପାଇଁ ସି ଆର ସି ସି ତ୍ରିଲୋଚନ ସ୍ୱାଇଁ ଘଟଣାସ୍ଥଳରେ ପହଂଚି ଏ ଦିଗରେ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବାରୁ ତାଲା ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଥିଲା ।
kanikanews.in
Next Post
ଏମ ଏନ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀରେ ଗଣଧାରଣା,୩ଶିକ୍ଷକ ନିଯୁକ୍ତି ସହ ଅନ୍ୟାନ୍ୟ ଶିକ୍ଷକ ନିଯୁକ୍ତି ପ୍ରତିଶୃତି ପରେ ପ୍ରତ୍ୟାହୃତ
Thu Jul 13 , 2023
କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୌରବମୟ ଶିକ୍ଷାନୁଷ୍ଠାନ ତଥା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲରେ ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ରାଜ୍ୟ ସରକାର ଏହି ଗୌରବମୟ ଶିକ୍ଷାନୁଷ୍ଠାନକୁ ସେଂଟର ଅଫ ଏକ୍ସଲେନ୍ସ ଘୋଷଣା କରିବା ସହିତ ୫ଟି କାର୍ଯ୍ୟକ୍ରମରେ ରୂପାନ୍ତକରଣ କରିଥିଲେ ମଧ୍ୟ ଶିକ୍ଷକ ଅଭାବ ଶିକ୍ଷା ବ୍ୟବସ୍ଥାରେ ପ୍ରଧାନ ଅନ୍ତରାୟ ହୋଇଛି […]

You May Like
- 2 years ago
ନୂଆ-ଓ ସାହିତ୍ୟ ପ୍ରତିଯୋଗିତା ଓ ଜାତୀୟ ସଂପାନ
- 8 months ago
ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ