ସୁୁରଭି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ପାତର ଅନ୍ତର , ପ୍ରଥମସ୍ଥାନ ପାଇଥିବା ଛାତ୍ରୀଙ୍କୁ ରାଜ୍ୟ ସ୍ତରରୁ ବାଦ , ଜିଲ୍ଲାପାଳଙ୍କୁ ଅଭିଯୋଗ , ଆଇନର ଆଶ୍ରୟ ନେବାକୁ ନିଷ୍ପତି



ପଟ୍ଟାମୁଣ୍ଡାଇ ୧୧/୧୧ -ଗତ ୧ ମାସ ଧରି ଛାତ୍ରୀଛାତଙ୍କୁ ନେଇ ଚାଲଥିବା କ୍ଲଷ୍ଟର ଓ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପରେ ଚଳିତ ମାସ ୮ ତାରିଖ ଶୁକ୍ରବାର ଜିଲ୍ଲାସ୍ତରୀୟ ସୁରଭି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାରବିତରଣ ପୂର୍ବକ ରାଜ୍ୟ ସ୍ତରକୁ ମନୋନିତ କରାଯାଇଛି । ମାତ୍ର ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲି ଗ୍ରାମର ଏମଏନ ହାଇସ୍କୁଲ ଛାତ୍ରୀ ଅନନ୍ୟା ମହାଳିକ ପ୍ରବନ୍ଧ ଲିଖନରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି । ଏଥିନେଇ ଅନନ୍ୟାଙ୍କୁ ମଂଚରେ ପୁରସ୍କୃତ କାରାଯାଇ ପ୍ରଥନ ସ୍ଥାନର ଟ୍ରଫି ପ୍ରଦାନ କରାଯାଇଥିଲା । ମାତ୍ର ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ମଧ୍ୟ ତାଙ୍କୁ ରାଜ୍ୟ ସ୍ତରିୟ କାର୍ଯ୍ୟକ୍ରମ ତାଲିକାରୁ ବାଦ ଦିଆଯାଇ ଅନ୍ୟ ଜଣଙ୍କୁ ଅନ୍ତଭୁକ୍ତ କରାଯିବା ନେଇ ସେ ଭାଙ୍ଗି ପଡିଛନ୍ତି । ଏଥିନେଇ ତାଙ୍କ ପରିବାର ପକ୍ଷରୁ ଝିଅର ନ୍ୟାୟପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିିଯୋଗ କରାଯାଇଛି ।

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ଜିଲ୍ଲା ସାଂସ୍କୃତିକ ଭବନଠାରେ ଚଳିତ ମାସ ୮ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡିଆ ହସ୍ତାକ୍ଷର ଓ ଶ୍ରୁତିଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ପୋଷଣ ବିଷୟ ଆଧାରିତ ଚିତ୍ରକଳା ଓ ଶିଳ୍ପକଳା ନୃତ୍ୟରେ ବ୍ଲକର କୃତୀ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ଏଥିରୁ ପ୍ରଥମ ପାଇଥିବା ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। କିନ୍ତ୍ରୁ ଏହି ଜିଲ୍ଲା ସ୍ତରିୟ ସୁରଭି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗାଇଡ଼ ଲାଇନକୁ ଜଳାଞଳୀ ଦେଇ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ପାତର ଅନ୍ତର ମନୋଭାବ ବଳରେ ଜିଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଅନନ୍ୟାଙ୍କୁ ରାଜ୍ୟ ସ୍ତରିୟ କାର୍ଯ୍ୟକ୍ରମ ତାଲିକାରୁ ବାଦ ଦିଆଯାଇ ଡେରାବିଶ ହାଇସ୍କୁଲର ଜନୈକା ଛାତ୍ରୀଙ୍କ ନାମ ପ୍ରକାଶ ପାଇଥିବାବାରୁ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ସୁରଭି କମିଟି, ବିଚାରକ ମଣ୍ଡଳୀ ଓ ଜିଲ୍ଲାଶିକ୍ଷା ଅଧିକାରିଣୀଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଛୋଟ ଶିଶୁ ଅନନ୍ୟାଙ୍କ ମନରେ ଏକ ଶକ୍ତ ମାନସିକ ଚାପ ଦେଇଛି । ଏନେଇ ଛାତ୍ର୍ରୀଙ୍କ ଅଭିଭାବକ ହରିଶ୍ଚନ୍ଦ୍ର ମହାଳିକ କେନ୍ଦ୍ରପଡା ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ରାଜ୍ୟ ଗଣଶିକ୍ଷା ବିଭାଗଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆଇନର ଆଶ୍ରୟ ନେବା ପାଇଁ ନିଷ୍ପତି ନେଇଥିବା କହିଛନ୍ତି । ଏମଏନ ହାଇସ୍କୁଲ ପରିଚାଳନା କମିଟି ସଭାପତି ତପନ ଦାଶ, ସଂପାଦକ ଇତିଶ୍ରୀ ମହାନ୍ତି,କୋଷାଧକ୍ଷ ଗୋପିନାଥ ତ୍ରିପାଠୀ, ସଭ୍ୟ ମହେଶ୍ୱର ସାମଲ, ଦେବାଶିଷ ପ୍ରଧାନ ପ୍ରମୁଖ କୁହନ୍ତି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ରେ ଜିଲ୍ଲା ପ୍ରଶାସନ ଯେଉଁ ବିଚାରକଙ୍କୁ ଚୟନ କରିଥିଲେ ସେମାନେ ସରକାରଙ୍କ ନିୟମକୁ ଉପେକ୍ଷା କରିଛନ୍ତି । କେନ୍ଦ୍ରାପଡା ଜିଲା ସ୍ତରିୟ ସୁରଭି କାର୍ଯ୍ୟକ୍ରମରେ ଚୟନରେ ପକ୍ଷପାତିତା ଅନିୟ ମିତତାକୁ ଯୋଗୁ ରାଜ୍ୟ ସ୍ତରରେ କେହି କୃତୀତ୍ୱ ପାଇପାରୁନାହାଁନ୍ତି ।ଏହି ଘଟଣାକୁ ନେଇ ଏମ ଏନ ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଘଟଣା ପ୍ରତି ଦୃଷ୍ଟି ଦେଇ ଏହାର ଏକ ଉଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ଙ୍କୁ ପଚାରିବାରେ  କୋଡିଂରେ ଭୁଲ ଯୋଗୁ ଏଭଳି ତୃଟି ହୋଇଥଲା ଓ ଉକ୍ତ ଖାତାକୁ ପୁନଃ ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ କରାଯାଇଛି ବୋଲି କହିଥିଲେ । 

 


Next Post

କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠା ଦିବସ ବୈଠକ

Mon Nov 11 , 2024
କେନ୍ଦ୍ରାପଡ଼ା,୧୧ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠା ଦିବସ ବୈଠକ ଆଜି ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ଼.ମଧୁସୂଦନ ମିଶ୍ର ଏଥିରେ ଅଧ୍ୟକ୍ଷତା କରି ପରିଷଦ ଗଠନର ଆଭିମୁଖ୍ୟ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ପରିଷଦର ପ୍ରତିବଦ୍ଧତା କୁ ସ୍ପଷ୍ଟ କରିଥିଲେ । ଜିଲ୍ଲାର ସବୁବର୍ଗର ବ୍ୟକ୍ତି ଏଥିପାଇଁ ସମ୍ମିଳିତ ହେବାକୁ ସେ ପରିଷଦ ପକ୍ଷରୁ ଆବେଦନ କରିଥିଲେ । […]

KANIKA