କଂଗ୍ରେସ ଘେରିଲା କେନ୍ଦ୍ରାପଡା ବ୍ଲକ



କେନ୍ଦ୍ରାପଡା ୧୪/୭- କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ବ୍ଲକରେ ଆଖିବୁଜା ଦୁର୍ନିତି ଓ ସରକାରୀ ଯୋଜନାରେ ରାଜନୈତିକ ବାଛବିଚାର ପ୍ରତିବାଦରେ ଶୁକ୍ରବାର କେନ୍ଦ୍ରାପଡା ବ୍ଲକ ଘେରାଉ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ବିରାଟ ବାଇକ ରାଲି ବାହାରି ତିନିମୁହାଣୀ, ନୂଆ ବସ୍‌ଷ୍ଟାଣ୍ଡ, ପୁରୁଣା ବସ୍‌ଷ୍ଟାଣ୍ଡ, ଫରଜନ୍ ଛକ ଓ ସାନ୍ତସାହି ପୋଲ ଦେଇ ବ୍ଲକ ସମ୍ମୁଖରେ ପହଁଞ୍ଚିଥିଲେ । ପ୍ରାୟ ହଜାରରୁ ଉର୍ଦ୍ଧ୍ୱ ବାଇକରେ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, କଂଗ୍ରେସ ନେତା ରତିକାନ୍ତ କାନୁନଗୋ, କଂଗ୍ରେସ ନେତା ବିଭ୍ରାଂଶୁ ଲେଙ୍କା, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ଓ ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା ଏହି ରାଲିରେ ସାମିଲ ହୋଇଥିଲେ । କଂଗ୍ରେସ ଶୋଭାଯାତ୍ରାକାରୀମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର ଓ ଜିଲ୍ଲା କଂଗ୍ରେସ ନେତାମାନଙ୍କର ଜୟଧ୍ୱନି ସହ ବ୍ଲକ ଦୁର୍ନିତି ବିରୋଧରେ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ । ବ୍ଲକ ସମ୍ମୁଖରେ ରାଲି ପହଁଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏଥିରେ ସଭାପତିତ୍ୱ କରି ଦୁର୍ନିତି, ଜାଲିଆତି ତଥା ବ୍ଲକ ଅଧିକାରୀଙ୍କ ଦୌରାତ୍ମ୍ୟ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଯଦି ରାଜ୍ୟ ସରକାର କଂଗ୍ରେସର ଦାବିକୁ ଅଣଦେଖା କରନ୍ତି ଏବଂ ଆଜିର କଂଗ୍ରେସର ଅଭୁତପୂର୍ବ ଶକ୍ତି ପ୍ରଦର୍ଶନକୁ ଅବଜ୍ଞା କରି ଜନସାଧାରଣଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦାନ ନ କରନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାଇ ଦେଇଥିଲେ। ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ମହାନ୍ତି, ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦେବେନ୍ଦ୍ର ଶର୍ମା, ପୂର୍ବତନ ଜିଲ୍ଲା ସଭାପତି ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ରତିକାନ୍ତ କାନୁନ୍‌ଗୋ, ବରିଷ୍ଠ ନେତା ବିଭ୍ରାଂଶୁ ଲେଙ୍କା, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଆକବର ଅଲ୍ଲୀ, ଶିବପ୍ରସାଦ ବିଶ୍ୱାଳ, ପ୍ରଦ୍ୟୁମ୍ନ ଜେନା, ମୁକ୍ତାର ଖାଁ, ପରଭେଜ ଅକତର, ମହେନ୍ଦ୍ର ପରିଡା, ଅନନ୍ତ ଚରଣ ସ୍ୱାଇଁ, ରତିକାନ୍ତ ସାମଲ, ବିଶ୍ୱରଞ୍ଜନ ନାୟକ, କୁଳମଣୀ ମଲ୍ଲିକ, ପ୍ରଭାତ କୁମାର ଉଡାଣ ସିଂ, ଅଜିତ ମହାପାତ୍ର, ସୌମେନ୍ଦ୍ର ପୃଷ୍ଟି, ନାରାୟଣ ଚନ୍ଦ୍ର ପରିଡା, ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ଭାଷଣ ଦେଇ ଲାଞ୍ଚ ନେବା ଓ ପ୍ରିୟା ପ୍ରୀତି ତୋଷଣ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ । ଯଦି ଏଥିରେ ବ୍ୟତିକ୍ରମ ହେଲା କଂଗ୍ରେସ ଗାନ୍ଧୀ ନୀତିରୁ ସୁବାଷ ନୀତି ଆପଣାଇବ ବୋଲି ସତର୍କ କରିଦେଇଥିଲେ । କଂଗ୍ରେସର ଏହି ଆନ୍ଦୋଳନରେ ପ୍ରଶାନ୍ତ ବିଶ୍ୱାଳ, ଜ୍ୟୋତିରଞ୍ଜନ ପ୍ରଧାନ, ଅଭିଷେକ ବିଶ୍ୱାଳ, ସୁଶାନ୍ତ ରାଉତ, ଅଜୟ ପ୍ରଧାନ, ବୈକୁଣ୍ଠ ସେନାପତି, ରାଜନ ଥାଟୋଇ, ବସନ୍ତ କୁମାର ରାଉତ, ଜ୍ଞାନରଞ୍ଜନ ସାହୁ, ସୁବନୀ ସାହୁ, ଦିଲ୍ଲୀପ କୁମାର ରାଉତ, ବାବାଜୀ ଚରଣ ମଲ୍ଲିକ, ଲକ୍ଷ୍ମୀଧର ପଲାଇ, ହିବଜୁର ରହେମାନ, ରେବତୀ ଚରଣ ରାଉତ, ବିଶ୍ୱଜିତ ମହାନ୍ତି, ବୃଷଭାନୁ ଦାସ, ତୋଫାନ କୁମାର ସ୍ୱାଇଁ, ନରେଶ ଜେନା, ମନୋଜ ନାୟକ, ସାରଦା ପ୍ରସନ୍ନ ରାଉତ, ସରୋଜକାନ୍ତ ମଲ୍ଲିକ, ବିଚିତ୍ର ଲେଙ୍କା, ରଞ୍ଜନ ନାୟକ, ବିଜୟ ନାୟକ, ପିତାମ୍ବର ଜେନା, ସନ୍ତୋଷ ପରିଡା, ଆଶିଷ ମେକାପ, କାହ୍ନୁଚରଣ ପଣ୍ଡା, ଚାନ୍ଦ ବାବୁ, ଗଣେଶ ମେକାପ, ଉମାଶଙ୍କର ଜେନା, ବିଭୂତି ଭୂଷଣ ଦାସ, ରଞ୍ଜନ କୁମାର ଦାସ, ସେକ୍ ନିସାର୍‌, ବିକାଶ ଚନ୍ଦ୍ର ମଲ୍ଲିକ ଓ ଚନ୍ଦନ ସାହୁ , ଲକ୍ଷ୍ମୀଧର ବାରିକ ପ୍ରମୁଖ ଭାଗ ନେଇଥିଲେ ।


Next Post

ଆସନ୍ତା ୨୫ ତାରିଖରୁ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

Sat Jul 15 , 2023
କେନ୍ଦ୍ରାପଡ଼ା,୧୫ା୭: ଆସନ୍ତା ୨୫ତାରିଖରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର(ଦକ୍ଷତା ମେଳା) ଅନୁଷ୍ଠିତ ହେବ । ଓଡିଶା ଦକ୍ଷତା ପ୍ରାଧିକରଣ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ୯ଟି ବ୍ଲକରେ ଚଳିତମାସ ୨୫ତାରିଖରୁ ଅଗଷ୍ଟମାସ ୫ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ପାଇଁ ଏକ ସ୍ୱତନ୍ତ୍ର ବ୍ଲକ ସ୍ତରୀୟ ପରାମର୍ଶ ଶିବିର(ଦକ୍ଷତା ମେଳା) ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରାମର୍ଶ […]

You May Like