ନୂଆଦିଲ୍ଲୀ,୬ା୯: ସାରା ବିଶ୍ୱ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି । ପ୍ରଥମେ କୋଭିଡ-୧୯ ଓ ତା ପରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱକୁ ସଂକଟ ମୁହଁକୁ ନେଇଯାଇଛି । ଏଥିରେ ଦେଖା ଦେଇଥିବା ମାନ୍ଦାବସ୍ଥା ସାରା ବିଶ୍ୱରେ ବେକାରୀ ସମସ୍ୟାକୁ ଉତ୍କଟ କରିଛି । ଆର୍ଥିକ ସଂକଟ ଯୋଗୁ ବଡ଼ ବଡ଼ କମ୍ପାନୀମାନେ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଏହି ପରିସ୍ଥିତି ଷ୍ଟାର୍ଟଅପ କମ୍ପାନୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛି । ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ସଂଖ୍ୟ ହ୍ରାସ ସହ ଆର୍ôଥକ ସଂକଟର ସମ୍ମୁଖୀନ ହେବାକୁ ପଡୁଛି । ଏଥିରେ ଆଇଟି ସେକ୍ଟରରେ କାର୍ଯ୍ୟରତ କର୍ମଚାରୀ ଅଧିକ ପ୍ରଭାବିତ ହୋଇଛନ୍ତି । ଅନେକ କର୍ମଚାରୀଙ୍କୁ ଚାକିରି ହରେଇବାକୁ ପଡିଛି । ଏଣୁ ଭାରତ ସମେତ ସାରା ବିଶ୍ୱରେ ଏବେ ବେକାରୀ ବଢିଛି । ଏହାକୁ ନେଇ ‘ୱାର୍ଲଡ ଅଫ ଷ୍ଟାଟିଷ୍ଟିକ୍ସ’ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଅନୁସାରେ ବିଶ୍ୱରେ ସବୁଠୁ ଅଧିକ ବେକାରୀ ଏବେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳୁଛି । ଦକ୍ଷିଣ ଆଫ୍ରିକାରେ ୩୨.୬ ପ୍ରତିଶତ ଲୋକେ ବେକାର ଅଛନ୍ତି । ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛି ଇରାକ୍ । ଏଠାରେ ୧୫.୫୫ ପ୍ରତିଶତ ଲୋକେ ଏବେ ବେକାର ହୋଇଯାଇଛନ୍ତି । ତାଲିକାର ତୃତୀୟ ସ୍ଥାନରେ ବୋସନିୟା ଥିବା ବେଳେ ପଛକୁ ହର୍ଜଗୋଭିନା ଓ ଆଫଗାନିସ୍ତାନ ରହିଛି । ଏହି ସବୁ ଦେଶରେ ବେକାରୀ ୧୩.୩ ପ୍ରତିଶତ । ଗୁରୁତର ଆର୍ଥିକ ସଂକଟଗ୍ରସ୍ତ ପାକିସ୍ତାନରେ ବେକାରୀ ହାର ସବୁଠୁ କମ୍ । ଏଠାରେ ବେକାରୀ ମାତ୍ର ୬.୩ ପ୍ରତିଶତ, ଏହି ଅନୁସାରେ ଦେଖିବାକୁ ଗଲେ ଭାରତରେ ବେକାରୀ ହାର ପ୍ରାୟ ୮ ପ୍ରତିଶତ । ପାକିସ୍ତାନ ତୁଳନାରେ ଭାରତର ଜନସଂଖ୍ୟା ୭ ରୁ ୮ ଗୁଣା ଅଧିକ । ତେବେ ପାକିସ୍ତାନର ବେକାରୀ ହାର ସମାନ ଜନସଂଖ୍ୟାର ସ୍ପେନ୍, ଇରାନ ଓ ୟୁକ୍ରେନ ସମେତ କେତେକ ଦେଶଠାରୁ ଯଥେଷ୍ଟ କମ୍ । ଆମେରିକାରେ ବେକାରୀ ହାର ୩.୮ ପ୍ରତିଶତ । ଅଷ୍ଟ୍ରେଲିଆର ବେକାରୀ ହାର ୩.୭ ପ୍ରତିଶତ ହୋଇଥିବା ବେଳେ ଚୀନ୍ର ବେକାରୀ ହାର ଦୁଇ ଦେଶଙ୍କ ଠାରୁ ଅଧିକ । ଚୀନ୍ରେ ଏବେ ମୋଟ ବେକାରୀ ହାର ୫.୩ ପ୍ରତିଶତ । ସାଉଦୀ ଆରବର ବେକାରୀ ହାର ୫.୧ ପ୍ରତିଶତ । ତେବେ ରିପୋର୍ଟ ଅନୁସାରେ ସବୁଠୁ କମ୍ ବେକାରୀ କତାରରେ । ଏଠାରେ ବେକାରୀ ହାର ମାତ୍ର ୦.୧ ପ୍ରତିଶତ । ରିପୋର୍ଟ ଅନୁସାରେ ତୁର୍କିରେ ୯.୬ ପ୍ରତିଶତ ହୋଇଥିବା ବେଳେ ଶ୍ରୀଲଙ୍କାରେ ୯.୫୭ ପ୍ରତିଶତ,ଚିଲିରେ ୮.୭୭ ପ୍ରତିଶତ ହୋଇଥିବା ବେଳେ ବ୍ରାଜିଲରେ ୭.୯ ପ୍ରତିଶତ, ଇଟାଲୀରେ ୭.୬ ପ୍ରତିଶତ, ଫ୍ରାନ୍ସରେ ୭.୨ ପ୍ରତିଶତ, ଇଜିପ୍ଟରେ ୭ ପ୍ରତିଶତ, ଫିନଲ୍ୟାଣ୍ଡରେ ୬.୯ ପ୍ରତିଶତ ଓ ଆର୍ଜେ ଓ ଆର୍ଜେଣ୍ଟିନାରେ ୬.୯ ପ୍ରତିଶତ ବେକାରୀ ରହିଛି । ଅର୍ଥନୀତି ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା କୋଭିଡ୍ ମହାମାରୀ । କରୋନା କାଳରେ ତାଲାବନ୍ଦ ଯୋଗୁଁ ସର୍ବସ୍ୱାନ୍ତ ହୋଇଯାଇଥିଲେ ଲୋକେ । କିଏ ତାର ଜୀବିକା ହରାଇଥିଲା, ଆଉ କିଏ ଚାକିରି । ଦୁଇ ବର୍ଷ ଧରି ମହାମାରୀ ସତେ ଯେପରି ମଣିଷର ପେଟକୁ ମାରିଥିଲା ନାତ । ୨୦୨୦-୨୧ ବର୍ଷ ଓ ୨୦୨୧-୨୨ ବର୍ଷରେ ଯେତେବେଳେ ଲୋକ ଗରିବ ହୋଇଥିଲେ, ସେତେବେଳେ ରାଜନୈତିକ ଦଳ ହୋଇଛନ୍ତି ଧନୀ । ୨୦୨୦-୨୧ ବର୍ଷରେ ୮ ରାଜନୈତିକ ଦଳର ସମ୍ପତ୍ତି ୭୨୯୭.୬୧୮ କୋଟି ବଢି ୨୦୨୧-୨୨ ବର୍ଷରେ ୮୮୨୯.୧୫୮ କୋଟି ଟଙ୍କାରେ ପହଞ୍ଚି ଥିଲା । କେବଳ ଗୋଟିଏ ବର୍ଷରେ ପୂର୍ବ ସମ୍ପତ୍ତି ଅପେକ୍ଷା ୨୧ ଗୁଣା ବଢିଛି । ନିର୍ବାଚନୀ ସଂସ୍କାରକୁ ନେଇ କାମ କରୁଥିବା ସଂସ୍ଥା ‘ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ ତଥ୍ୟ ଅନୁଯାୟୀ, ୨୦୨୦-୨୧ ଓ ୨୦୨୧- ୨୨ ବର୍ଷରେ ୮ ରାଷ୍ଟ୍ରୀୟ ରାଜନୈତିକ ଦଳର ସମ୍ପତ୍ତି ନେଇ ସବିଶେଷ ରିପୋର୍ଟ ଦେଇଛି । ଏଡିଆର ରିପୋର୍ଟ ଅନୁସାରେ ୨୦୨୦-୨୧ରେ ବିଜେପିରେ ୪୯୯୦.୧୯୫ କୋଟି ସମ୍ପତ୍ତି ଥିବା ନେଇ ଘୋଷଣା କରିଥିଲା । ଯାହା ଏକ ବର୍ଷ ପରେ ୨୦୨୧-୨୨ରେ ସମ୍ପତ୍ତି ୨୧.୭ ପ୍ରତିଶତ ବଢିଯାଇ ୬୦୬୪.୮୧ କୋଟି ଟଙ୍କା ପହଞ୍ଚିଛି । କଂଗ୍ରେସ ୨୦୨୧- ୨୧ ବର୍ଷ ୬୯୧.୧୧ କୋଟି ହୋଇଥିବା ବେଳେ ପରବର୍ତ୍ତୀ ବର୍ଷରେ ଏହା ୧୬.୫୮ ପ୍ରତିଶତ ବୃଦ୍ଧି ପାଇ ୮୦୫.୬୮ କୋଟି ଟଙ୍କାରେ ସମ୍ପତ୍ତି ରହିଛି । ବହୁଜନ ସମାଜବାଦ ପାର୍ଟି ଏକମାତ୍ର ରାଷ୍ଟ୍ରୀୟ ଦଳ, ଯାହାର ସମ୍ପତ୍ତି ତଳକୁ ଖସିଛି । ୨୦୨୦-୨୧ ବର୍ଷରେ ବିଏସ୍ପିର ସମ୍ପତ୍ତି ୭୩୨.୭୯ କୋଟି ଥିବା ବେଳେ ୨୦୨୧-୨୨ରେ ୬୯୦.୭୧ କୋଟିକୁ ଖସିଆସିଛି । ପଶ୍ଚିମବଙ୍ଗର ଟିଏମ୍ସିର ସମ୍ପତ୍ତିର ପରିମାଣ ୨୦୨୦-୨୧ରେ ୧୮୨.୦୦୧ କୋଟି ଥିବାବେଳେ ୨୦୨୧-୨୨ରେ ୧୫୧.୭୦ ପ୍ରତିଶତ ବଢି ୪୫୮.୧୦ରେ ପହଞ୍ଚିଛି । ଗୋଟିଏ ପଟେ ଦେଶର ବେକାରୀ ବୃଦ୍ଧି ପାଇ ଚାଲିଥିବାବେଳେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଆୟ ବଢି ଚାଲିଛି । କରୋନା ଭଳି ମହାମାରୀ ବେଳେ ଦେଶର ଅର୍ଥନୀତି ଏକପ୍ରକାର ଭୁଶୁଡ଼ି ପଡ଼ିଥିବାବେଳେ ରାଜନୈତିକ ଦଳଗୁଡ଼ିକ କିନ୍ତୁ ଫାଇଦାରେ ଥିଲେ । ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ଆର୍ôଥକ ପ୍ରଗତିରେ ବାଧା ଉପୁଜାଉଥିବା ଅର୍ଥନୀତିଜ୍ଞମାନେ ମତ ଦିଅନ୍ତି ।
kanikanews.in
Next Post
ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ନେଇ , ୧୦ କୋଟି ପୁରସ୍କାର ଘୋଷଣା
Thu Sep 7 , 2023
ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ମୁଣ୍ଡକାଟ ଲାଗି ୧୦କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ । ଉଦୟନିଧିଙ୍କ ମୁଣ୍ଡକାଟ ପାଇଁ ଯଦି ଏହି ପୁରସ୍କାର ରାଶି ପର୍ଯ୍ୟାପ୍ତ ନ ହୁଏ ତେବେ ଏହାର ପରିମାଣ ସେ ବୃଦ୍ଧି କରିବେ ବୋଲି ପରମହଂସ କହିଛନ୍ତି । ପରମହଂସ କହିଛନ୍ତି ଯେ ଉଦୟନିଧି ସନାତନ ଧର୍ମ ବିରୋଧରେ ଦେଇଥିବା ମନ୍ତବ୍ୟ […]

You May Like
- 10 months ago
ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ଆଲୋଚନା ଚକ୍ର
- 2 years ago
ସାନଜରିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନଆରୋଗ୍ୟ ସମିତି ବୈଠକ