ବର୍ଜ୍ୟବସ୍ତୁର ସୁପରିଚାଳନା ହେଲେ ମାନବ ସମାଜ ପାଇଁ ବିପଦ ନୁହେଁ ସମ୍ପଦ ହେବ ; ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ଶିବିର

taluk ainseba kathin barjyabastu-min

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ମଙ୍ଗଳବାର ବି. ଡି. ନୋଡାଲ ୟୁ. ପି ବିଦ୍ୟାଳୟ ତନୁପୁର ଠାରେ ମନୁଷ୍ୟ ପାଇଁ ପ୍ରାଣଘାତକ ହେବାରେ ଲାଗିଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଏକ ସଚତେନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା ।

ପଟ୍ଟାମୁଣ୍ଡାଇ ବାର ଆଶୋସିଏସନ ଉପସଭାପତି ସୁରେଶ ନରେନ୍ଦ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଆଇନୀଜୀବୀ ଭବାନୀ ଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତା କରି କହିଥିଲେ କଠିନ ବର୍ଜ୍ୟବସ୍ତୁ ବର୍ତମାନ ଜୀବଜଗତ ପାଇଁ ବଡ଼ ବିପଦ ସାଜିଛି । ଏଥିଯୋଗୁ ଜଳ, ବାୟୁ ଓ ପରିବେଶ ପ୍ରଦୂଷିତ ହେଉଛି । ଲୋକେ ଘାତକ ରୋଗର ଶିକାର ହେଉଛନ୍ତି । ଦେଶର ସହରାଂଚଳ ଅପେକ୍ଷା ଓ ଗ୍ରାମାଂଚଳରେ ଏହାର କୁପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି । ଏହି ବିପଦରୁ ମୁକୁଳିବା ବର୍ତମାନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ତେଣୁ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ହେଲେ ଏହା ମାନବ ସମାଜ ପାଇଁ ବିପଦ ନୁହେଁ ସମ୍ପଦ ହେବ । ତେଣୁ ଏହାର ପୁନଃପ୍ରକ୍ରିୟାକରଣ କରାଯାଇ ଏଥିରୁ ରାଜସ୍ୱ ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଦରକାର ବୋଲି ମତ ପ୍ରକାଶ କରିଥିଲେ । କୋଷାଧ୍ୟକ୍ଷ ଧୀରେନ୍ଦ୍ରନାଥ ସାହୁ ବିଭିନ୍ନ ସ୍ଥାନରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ କିପରି ପରିବେଶ ଦୂଷିତ ହେଉଅଛ. ସେଥିପାଇଁ କେଉଁ କେଉଁ ପଦକ୍ଷେପ ନେବାକୁ ପଡିବ, କିପରି କଠିନ ବର୍ଯ୍ୟ ବସ୍ତୁକୁ ବ୍ୟବହାର କରିହେବ, ଏହି ବିଷୟରେ ଉପସ୍ଥିତ ମହିଳାମାନଙ୍କୁ ସଚେତନତା କରାଇଥିଲେ । ସନମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦୈତ ବିଶ୍ୱାଳ, ପିଏଲବି ସଭ୍ୟା ବନ୍ଦନା ପାତ୍ର, ରଶ୍ମିତା ଚୌଧୁରି, ରଂଜିତା ଜେନା, ବବିତା ମଳିକ, ସଭ୍ୟ ସୁବ୍ରତ ପଣ୍ଡା, ଅମେରେନ୍ଦ୍ର ରାଉତ, ମୋହନ ଦାଶ ଯୋଗଦେଇ କିପରି ପରିବେଶ ସୁରକ୍ଷିତ ହୋଇପାରିବ ସେମାନେ ମତ ରଖିଥିଲେ । ତାଲୁକ ଫ୍ରଂଟ ଅଫିସର ଆଇନଜୀବୀ ଜିତେନ୍ଦ୍ର ନନ୍ଦି ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ/ଶିକ୍ଷକ, ଛାତ୍ରୀଛାତ୍ର ଉପସ୍ଥିତ ରହି ସହେଯାଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦୈତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲୋ