କେନ୍ଦ୍ରାପଡ଼ା ଜିଲାର ସମୁଦ୍ର ତଟରେ ଜୀବନର ସୁରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଧୀ ଧରି ସଂଘର୍ଷ କରୁଥିବା ମାଟିର ମଣିଷ ସାତଭାୟାବାସୀଙ୍କ ସେହି ସଂଘର୍ଷର ବିଳମ୍ବରେ ହେଲେ ବି ଅନ୍ତଘଟିଛି । ଜିଲ୍ଲା ପ୍ରଶାସନ ପ୍ରଥମେ ୫୭୧ଟି ପରିବାର ଓ ପରେ ଅବଶିଷ୍ଟ ୧୪୮ଟି ପରିବାର ଙ୍କୁ ବଗପାଟିଆରେ ବସବାସ ପାଇଁ ଜମି ଯୋଗାଇ ଦେଇ ସରକାରଙ୍କ ସାତଭାୟା ଥଇଥାନ ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି । ଏମାନଙ୍କ ସହିତ ଚାରିଘରିଆ ଗ୍ରାମବାସୀ ୯୯ ଟି ପରିବାରଙ୍କୁ ମଧ୍ୟ ବସବାସ ପାଇଁ ବଗପାଟିଆରେ ଜମି ଯୋଗାଇ ଦିଆଯାଇଛି । ହେଲେ ଏମାନଙ୍କର ଜୀବିକା ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି ।
ପ୍ରକାଶ ଯୋଗ୍ୟ ଯେ, ପ୍ରଥମେ ସାତଭାୟାର ୫୭୧ ପରିବାରଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ତ୍ରୁଟିପୂର୍ଣ୍ଣ ସର୍ଭେ କାରଣରୁ ୧୪୮ଟି ପରିବାର ଜମି ନପାଇ ବଗପାଟିଆରେ ଥଇଥାନ ହେବାରୁ ବଂଚିତ ହୋଇଥିଲେ । ଏବେ ସାତଭାୟାର ୭୧୯ ଟି ପରିବାର ସମେତ ମୋଟ ୮୧୮ଟି ପରିବାର ଲୋକଙ୍କର ସମୁଦ୍ର ଗ୍ରାସରେ ଜୀବନ ଚାଲିଯିବାର ଭୟ ଦୂର ହୋଇଗଲା ସିନା, ଜୀବିକା ହରାଇ ବସିବାକୁ ବାଧ୍ୟ ହୋଇଛନ୍ତି । ମୃତ୍ୟୁକୁ ନିକଟରେ ଦେଖିମଧ୍ୟ ସମୁଦ୍ର ଗ୍ରାସରୁ ବର୍ତିଥିବା କିଛି କିଛି ଜମି ଚାଷ କରିବା ସହିତ ମାଛ କଙ୍କଡ଼ା ଧରି କୌଣସି ମତେ ଚଳିଯାଉଥିବା ଏହି ପରିବାର ନିକଟରେ ଏବେ ଆଉ ଜୀବିକାର କୌଣସି ଉତସ୍ରନାହିଁ । ସେଠାରେ ଥିବା ଚାଷ ଜମି ଏବେ ଆଉ ସେମାନଙ୍କର ହୋଇ ରହିନାହିଁ । ୧୨ କିଲୋମିଟର ସ୍ଥାନାନ୍ତର ପରେ ସେମାନଙ୍କୁ ଜୀବିକା ହରାଇବ।କୁ ପଡିଛି । ଏହି ଅଂଚଳ ଏବେ ବନ ବିଭାଗ ନିୟନ୍ତ୍ରଣରେ । ଏହା ଜାତୀୟ ଉଦ୍ୟାନ ମଧ୍ୟରେ ଥିବାରୁ ବନ ବିଭାଗ ସେମାନଙ୍କୁ ଜୀବିକା ଉପାର୍ଜନ ନମିନ୍ତେ ଅନୁମତି ଦେଉନାହିଁ । ଜୀବିକା ପାଇଁ ଘର ଛାଡି ରାଜ୍ୟ ଓ ଦେଶ ବାହାରକୁ ଯିବା ସେମାନଙ୍କ ନିକଟରେ ଏକ ମାତ୍ର ବିକଳ୍ପ । ଅନ୍ୟପଟରେ ସାତଭାୟା ବାସୀଙ୍କ ସ୍ଥାନାନ୍ତର ପରେ ସାତଭାୟାର ଅବଶିଷ୍ଟ ଭୂଖଣ୍ଡକୁ ସୁରକ୍ଷା ଦେବାପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସାତଭାୟା ନିକଟରେ ସମୁଦୁ ବର୍ଷରେ ଅନ୍ୟନୁ ଶହେ ମିଟର ତଟକ୍ଷୟ ହେବାରେ ଲାଗଛିି । ସାତଭାୟାର ଆରାଧ୍ୟ ଦେବୀ ପୁଚୁଂବରାହୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି ସତ ,ହେଲେ ସେଠାରେ ଥିବା ୧୨ଶହ ବଷର୍ର ପ୍ରାଚୀନ ଭୌମକର ବଂଶର ଶେଷ ସନ୍ତକ ପଂଚୁବରାହୀ ମନ୍ଦିର ମଧ୍ୟରେ ଏବେ ସମୁଦ୍ର ପାଣି ଲହଡ଼ି ମାରୁଛି । ଆଉ କିଛି ଦିନ ମଧ୍ୟରେ ହୁଏତ ଏହି ମନ୍ଦିର ଇତିହାସ ପାଲଟି ଯିବ । ଏଠାରେ ଆଗକୁ ଆଗକୁ ବଢୁଥିବା ସମୁଦ୍ରର ଆଖି ନିକଟସ୍ଥ ସୁନେଇ ରୂପେଇ ଜଙ୍ଗଲ ଉପରେ ପଡିସାରିଲାଣି । ଏହାର ନିରାକରଣ ପାଇଁ ସାତଭାୟାର ଅବଶିଷ୍ଟ ଭୂଖଣ୍ଡକୁ ଘଂଚ ହେନ୍ତାଳବଣରେ ପରିଣତ କରିବା ଜରୁରୀ ହୋଇପଡ଼ିଛି । ପରିବେଶ ଓ ପାଣିପାଗର ଦ୍ରୁତ ପରିବର୍ତନ ଯୋଗୁ ସମୁଦ୍ରର ଜଳ ପତନ ବୃଦ୍ଧି ସାଙ୍ଗକୁ ପ୍ରକୋପ ବଢିଚାଲିଛି । ବତ୍ୟା ଓ ସାମୁଦ୍ରିକ ଝଡ ଦୂରେ ଥାଉ ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ବି ସମୁଦ୍ର ଭୟଙ୍କର ରୂପ ନେଇ ଭୂପୃଷ୍ଠକୁ ମାଡ଼ି ଆସୁଛି । ଏଠାରେ ହେନ୍ତାଳ ଜଙ୍ଗଲ ସୃଷ୍ଟି ସହିତ ଅଗରନାଶୀକୁ ପଥର ବନ୍ଧରେ ସୁରକ୍ଷିତ କରାନ ଗଲେ ତ ଟାଂଚଳର ବହୁ ପଂଚାୟତ କ୍ରମେ ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ସ୍ଥାନୀୟ ଅଂଚଳବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି ।