ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ସମ୍ମିଳନୀ



କେନ୍ଦ୍ରାପଡ଼ା, ୧୦/୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ବିଣାପାଣି ଦାଶଙ୍କ ସଭାପତିତ୍ୱରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ସମ୍ମିଳନୀ (ପିଟିଏ)ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିବାଶିଷ ପତି, ଅନ୍ୟାନ୍ୟ ସଭ୍ୟ/ସଭ୍ୟା, ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଓ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ। ଏହି ବୈଠକରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ବ୍ୟବସ୍ଥା, ଆଇନ ସୁରକ୍ଷା ଓ ସାଇବର ସଚେତନତା, ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ, ୟୁଥ୍ ଓ ଇକୋ କ୍ଲବ୍ ଗଠନ, ଛାତ୍ରଛାତ୍ରୀମାନଙ୍କ ପାଠପଢା ଓ ପରୀକ୍ଷା ଆଦି ବିଷୟରେ ଆଲୋଚନା ହୋଇଥିଲା। ଶିକ୍ଷକ ସନ୍ତୋଷ କୁମାର ନାୟକ ଅତିଥି ପରିଚୟ ଓ ଶିକ୍ଷୟିତ୍ରୀ ବିଜୟାଲକ୍ଷ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।