ସମବାୟ ସମିତି ସମ୍ପାଦକଙ୍କ ଏକଚାଟିଆ ନୀତି, କୃଷିଯୋଜନା ହେଉଛି ବାଟମାରଣା ସମ୍ପାଦକଙ୍କ ବଦଳି ନିତି କାର୍ଯ୍ୟାକାରୀ ହେଉ


କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଅଂଚଳର ପ୍ରାୟ ୮୦ ଭାଗ ଲୋକ ଗ୍ରାମାଂଚଳରେ ବାସ କରନ୍ତି ଏବଂ କୃଷି ଉପରେ ନିର୍ଭର କରି ଚଳନ୍ତି । କୃଷିର ଉନ୍ନତି ହିଁ ଗ୍ରାମାଂଚଳ ଲେକମାନଙ୍କର ଆର୍ôଥକ ମାନଦଣ୍ଡ ସୁଦୃଢ କରିପାରିବାକୁ ନେଇ କୃଷି ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାର ସେବା ସମବାୟ ସମିତି ଜରିଆରେ ବିଭିନ୍ନ ଯୋଜନା କରି ଆସୁଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ୧୬ ଟି ସେବା ସମବାୟ ସମିତିର ସଂପାଦକମାନେ ପରିବାର ପୋଷଣ ନିତିରେ ଚାଲିଛନ୍ତି ବୋଲି କୃଷକମାନେ ଅଭିଯୋଗ କରିଛନ୍ତି ।

କୃଷକ ନେତା ବିଜୟ ଦାସ କୁହନ୍ତି, ପଟ୍ଟାମୁଣ୍ଡାଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଅଧିନରେ ୧୬ ଟି ସମବାୟ ସମିତି ଅଛି । ସମବାୟ ଗ୍ରାମାଂଚଳ ଅର୍ଥନୀତିରେ ବୈପ୍ଳବିକ ପରିବର୍ତର୍ନ ଆଣିବା ପାଇଁ ତାର ସଭ୍ୟମାନଙ୍କୁ ଆର୍ôଥକ ଅନାଟନରୁ ସୁରକ୍ଷା, ବଳକା କୃଷିଜାତ ଦ୍ରବ୍ୟ ବିକ୍ରୟ ଏବଂ ପୁନଃବଂଟନ ଓ ସମିତି ଜରିଆରେ ଉନ୍ନତ ବିହନ, ସାର, କୀଟନାଶକ ଔଷଧ ଓ କୃଷି ଯନ୍ତ୍ରପାତି, ଅଳ୍ପ ସୁଧରେ ଋଣ ଓ ଆବଶ୍ୟକୀୟ ସମସ୍ତ ପାଦାର୍ଥ ସୁଲଭ ମୂଲ୍ୟରେ ଦେବା ପାଇଁ ସରକାର ଯୋଜନା କରିଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ସମବାୟ ସମିତିରେ ଏହା ବ୍ୟତିକ୍ରମ ଦେଖାଦେଉଛି । ସମ୍ପାଦକ ମାନେ ନିଜ ପକେଟ ଗରମ କରିବାରେ ବ୍ୟସ୍ତ ରହୁଛନ୍ତି । ସମିତିର ସମ୍ପାଦକ ମାନେ ସମିତିରେ ଅନୁପସ୍ଥିତ ରହି ପଟ୍ଟାମୁଣ୍ଡାଇ କେନ୍ଦ୍ର ସମବାୟ ବ୍ୟାଙ୍କରେ ଦିନ ତମାମ ରହି ଶାଖା ପରିଚାଳକକୁ ହାତ କରି କୃଷକ ମାନଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା ହଡପ କରୁଛନ୍ତି । ଯାହର ପ୍ରମାଣ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଯାଂଚ କଲେ ପ୍ରତ୍ୟୟମାନ ହୋଇପାରିବ ବୋଲି ସେ କହିଛନ୍ତି ।

ସେହିଭଳି ସମିତିସଭ୍ୟ ଅଭୟ ସ୍ୱାଇଁ କୁହନ୍ତି ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୃଷିର ଉନ୍ନତି ସକାଶେ ସମବାୟ ଜରିଆରେ ବିଭିନ୍ନ ଯୋଜନା କରିଛନ୍ତି ।ଚାଷି କିପରିସ୍ୱାବଲମ୍ବୀ ହୋଇ ତାର ସାମାଜିକ ଅଭିବୃଦ୍ଧି ହୋଇ ପାରିବ ସେଥି ନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ପଟ୍ଟାମୁଣ୍ଡାଇ ଅଂଚଳରେ କେତେକ ଦୁର୍ନିତି ଖୋର ସମ୍ପାଦକଙ୍କ ପାଇଁ କୃଷକମାନେ କୌଣସି ସୁବିଧା ପାଇ ପାରୁନାହାଁନ୍ତି । ବର୍ତମାନ ଖରିଫ ୠତୁରେ ଧାନ ଚାଷ ଚାଲି ଥିବା ବେଳେ ଚାଷି ସାର,ବିହନ, କୀଟ ନାଶକ ଔଷଧର ଆବଶ୍ୟକତା ରହିଛି । ମାତ୍ର ସମବାୟ ସମିତିରେ ସାର କି କୀଟନାଶକ ମିଳୁନାହିଁ । ଚାଷ ଆରମ୍ଭରୁ ବିହନ ବି ମିଳିନଥିଲା । ଚାଷୀ ବିହନ ବଜାରରୁ ଆଣି ଚାଷ କରିଥିବା ବେଳେ ଏବେ ସାର ଚଢା ଦରରେ ବିଭିନ୍ନ ଦୋକାନରୁ କିଣୁଛି । ସମବାୟ ସମିତିରେ ଋଣ ପ୍ରଦାନ, ଋଣ ଛାଡ, ବିମା ପ୍ରଦାନରେ ସମ୍ପାଦକମାନେ ହେରେଫେର କରି ନିଜ ପକେଟ ଗରମ କରୁଛନ୍ତି । ସେହିପରି ସାଧାରଣ ଚାଷୀମାନେ ଧାନ ମଣ୍ଡି ସକାଶେ ପଞ୍ଜିକୃତ କରିପାରୁ ନଥିବା ବେଳେ ସମ୍ପାଦକ ମାନେ ନିଜ ପକେଟ ଗରମ କରି କୁଜି ନେତାମାନଙ୍କର ପଞ୍ଜିକୃତ କରିଥିବା ଅଭିଯୋଗ ହେଉଛି । ଏହାର ବିଧିବଦ୍ଧ ତଦନ୍ତ କରି ବିଭାଗୀୟ ଊଚ୍ଚ କର୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଲେ ଚାଷୀକୂଳ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

ସେହିଭଳି କୃଷକନେତା ସହଦେବ ଦାଶ, ରମେଶ ପ୍ରଧାନ,କୂଳୁମଣୀ ବେହେରା ଦାଶରଥି ସାହୁ,ସୁରେନ୍ଦ୍ର ପରିଡା,ପ୍ରତାପ ନାୟକ, ଲକ୍ଷ୍ମଣ ପ୍ରଧାନ,ଶିଶିର ଓଝା, ଅନ୍ତର୍ଯ୍ୟାମୀ ସ୍ୱାଇଁ,ହରେକୃଷ୍ଣ ବାରିକ, ଭମସେନ ବେହେରା, ରବିନ୍ଦ୍ର ମଳିକ, ସୁଦର୍ଶନ ମଲିକ,ନରୋତମ ପାର୍ଥ୍ରସାରଥି,ମାନଶ ବେହେରା ପ୍ରମୁଖ କହିଛନ୍ତି ତୃଣମୂଳ ସ୍ତରରେ ସମବାୟ ସମିତିଗୁଡ଼ିକରେ ବ୍ୟାପକ ଅନିୟମିତତା ସମବାୟ ସମ୍ପାଦକଙ୍କ ପାଇଁ ହେଉଛି । ସମ୍ପାଦକ ମାନେ ଯେଉଁଠାରେ ନିଯୁକ୍ତ ହୋଇଛନ୍ତି, ଚିରଦିନ ପାଇଁ ସେହିଠାରେ ହିଁ କାମ କରୁଛନ୍ତି । ସଂପାଦକ ବଦଳି ନହେବା ଦ୍ୱାରା କେତେକ ସ୍ଥାନରେ ଏକଚାଟିଆ ନୀତିରେ କାମ ଚାଲୁଛି । ସେହିଭଳି ଧାନ ଉଠାଣରେ ମଧ୍ୟ ସମ୍ପଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏଭଳି ସ୍ଥିତି ସମ୍ପାଦକଙ୍କର ବଦଳି ନହେବା ଫଳରେ ସ୍ଥଳେ ସ୍ଥଳେ ଅନିୟମିତତା ଦେଖାଦେଉଛି । ଯଦି ସରକାର ସମବାୟ ସମିତି ଆଇନ ୧୯୬୨ରେ ସଂଶୋଧନ କରି ଗୋଟିଏ ସମବାୟ ସମିତିରୁ ଅନ୍ୟ ଏକ ସମବାୟ ସମିତିକୁ ସମ୍ପାଦକ ବଦଳି କରାଯାଇଏ ତାହାହେଲେ ସମିତିସ୍ତରରେ ସ୍ୱଚ୍ଛତା ଆସିବ ବୋଲି ସେମାନେ କହିଛନ୍ତି । ଏବାବଦରେ ଏଆର ସନ୍ତୋଷ ଦାଶ କହିଛନ୍ତି ସମ୍ପାଦକ ମାନେ ଦେଉଥିବା ଦସ୍ତାବିଜ ଆଧାରରେ ଚଷୀ ମାନେ ସମସ୍ତ ଯୋଜନାରେ ଉପକୃତ ହେଉଛନ୍ତି ।


Next Post

ମା ପଞ୍ଚୁବରାହୀ ମନ୍ଦିରରେ ଚୋରୀ

Thu Oct 26 , 2023
କେନ୍ଦ୍ରାପଡା : ରାଜନଗର ବ୍ଲକ ସାତଭାୟାର ମା ପଚୁଂବରାହୀଙ୍କ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଉପକୂଳ ଓଡିଶାର ଅନ୍ୟତମ ଆରାଧ୍ୟ ଦେବୀ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମା’ପଞ୍ଚୁବରାହୀ ମନ୍ଦିରରୁ ଦୁର୍ବୁତମାନେ ମନ୍ଦିର ଗ୍ରୀଲ କିମ୍ବା ତାଲା ନକାଟି ମାଙ୍କର ରୂପାର ମୁକୁଟ, ସୁନାର ହାର, ସୁନାଚିତା, ସୁନାର ମଥାମଣୀ ଓ ରୂପାର ହାର  ସହ ମାଙ୍କ ଦାନବାକ୍ସ ଭାଙ୍ଗି ୧୦ଲକ୍ଷ ଟଙ୍କାରୁ […]

You May Like