
କୋଲକାତା ବାବୁଘାଟ ବସ୍ ଟର୍ମିନାଲରୁ ପାରାଦୀପ ଆସୁଥିବା ଏକ ଶତୀତାପ ନିୟନ୍ତ୍ରିତ ଯାତ୍ରୀବାହୀ ବସ୍ ‘ଶିବମ୍ ଟ୍ରାଭେଲ୍ସ’ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚଳନ୍ତା ଅବସ୍ଥାରେ ଜଳିଯାଇଛି । ପଶ୍ଚିମବଙ୍ଗର ଖଡ଼ଗପୁର ଥାନା ଅନ୍ତର୍ଗତ ମାଡ଼ପୁରଠାରେ ଏହି ଘଟଣା ଘଟିଛି । ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ଶୁକ୍ରବାର କୋଲକାତା ବାବୁଘାଟ ୪୫ରୁ ୫୦ ଯାତ୍ରୀ ନେଇ ପାରାଦୀପ ଆସୁଥିଲା । ରାତି ପ୍ରାୟ ୧୦ଟା ବେଳେ କୋଲକାତାଠାରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥର ଖଡ଼ଗପୁରର ମାଡ଼ପୁରଠାରେ ବସ୍ରେ ହଟାତ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ କିଛି ଯାତ୍ରୀ ବସ୍ର ଝରକା କାଚ ଭାଙ୍ଗି ବାହାରକୁ ଡେଇଁପଡ଼ିଥିଲେ ।ଖଡ଼ଗପୁର ଅଗ୍ନିଶମ କର୍ମଚାରୀମାନେ ନିଆଁ ଆୟତ ଓ ଯାତ୍ରୀ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଆହତମାନଙ୍କୁ ମେଦିନାପୁର ମେଡିକାଲ କଲେଜ ଏବଂ ଖଡ଼ଗପୁର ଗ୍ରାମୀଣ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ସେହିପରି ଗାଡ଼ିରେ ବାଣ ଅଣାଯାଉଥିଲା, ସେଥିରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।











