ଗୋବରୀ ନଦୀ ପୁନରୁଦ୍ଧାର ନାମରେ କୋଟି କୋଟି ଟଙ୍କା ଚଳୁ , ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଲୋକେ


କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀର ପୁନରୁଦ୍ଧାର ନାଁରେ ଗତ ୧୧ ବର୍ଷରେ ପାଖାପାଖି୧୧ କୋଟି ଟଙ୍କା ଚଳୁ ହୋଥିବା ଅଭିଯୋଗ ହେଉଛି । ନଦୀର ମାଟି ଖୋଳା ଓ ଦଳ ସଫା ପାଇଁ ଗତ ୨୦୧୦-୧୧ ଓ ୨୦୨୧-୨୨ ଆର୍ଥିକବର୍ଷରେ ୧୧ କୋଟି ବ୍ୟୟ ଅଟ୍ଟକଳରେ ଗୋବରୀ ନଦୀ ଖନନ କରାଯାଇ ଭିନ୍ନ ଭିନ୍ନ ଠିକା ସଂସ୍ଥାକୁ କାମ ଦିଆଯାଇଥିଲେ ମଧ୍ୟ କାମ କିଛି ହୋଇନଥିବା ଭଳି ଏବେ ପରିଲଖିତ ହେଉଛି । ଏବେ ପୁଣିଥରେ ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି କରାଯାଉଛି ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି । ମାତ୍ର ସରକାରୀ ତହବିଲରୁ ଏତେ ଟଙ୍କା ଖର୍ଚ୍ଚ ପରେ ଗୋବରୀ ନଦୀର ପୁନରୁଦ୍ଧାର ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।


ସାମାଜିକ କମୀ ପ୍ରଫୁଲ୍ଲ ଦାଶ, କ୍ଷୀରୋଦ ମଲିକ, ଦେବାଶିଷ ପଣ୍ଡା ପ୍ରମୁଖ କହିଛନ୍ତି ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ନିକଟରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୧୬ କିଲୋମିଟର ବ୍ୟାପୀ ଗୋବରି ନଦୀର ଦଳ ସଫା ଓ ମାଟି ଖୋଳା ପାଇଁ ଡ୍ରେନେଜ କଟ୍ ବିଭାଗ ପକ୍ଷରୁ ୨୦୧୦-୧୧ ଆର୍ଥିକ ବର୍ଷରେ ୩ କୋଟି ବ୍ୟୟରେ ଠିକା ସଂସ୍ଥାକୁ କାମ ଦିଆଯାଇଥିଲା । ଠିକା ସଂସ୍ଥା ନିଜେ କାମ ନ କରି ଭିନ୍ନ ଭିନ୍ନ କୁଜି ଠିକାଦାରଙ୍କୁ ଖନନ କାର୍ଯ୍ୟ ଦେଇଥିଲେ । ଠିକାଦାର ମାନେ ପୋତା ନଦୀକୂଳରେ ଜେସିବି ମେସିନ ରଖି ଖନନ କାର୍ଯ୍ୟ ଯେନେତେନ ପ୍ରକାର କରି ଚାଲିଯାଇଥିବାବେଳେ ପାଣିର ସ୍ରୋତକୁ ଅଟକାଇବା ପାଇଁ ମଝିରେ ମଝିରେ ନଦୀ ମଧ୍ୟରେ ଆଡିବନ୍ଧ ନିର୍ମାଣ କରିଥିଲେ । ଫଳରେ ନଦୀ ଜଳସ୍ରୋତ ବାଧା ପାଇବା ଓ ଏଥିରେ କଟକୀ ଦଳ ଭର୍ତି ହୋଇରହିବା କାରଣରୁ ଓଲଟି ସଂପୂର୍ଣ୍ଣ ନଦୀଟି ପୂର୍ବାପେକ୍ଷା ଅଧିକ ପୋତି ହୋଇ ପଡିଥିଲା । ଏଥି ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଗୋବରୀ ନଦୀ ପୁନରୁଦ୍ଧାର ପାଇଁ ଦାବି ହୋଇ ଆସୁଥିଲା । ଦୀର୍ଘ ବର୍ଷ ବ୍ୟବଧାନ ପରେ ବାରମ୍ବାର ଲୋକମାନଙ୍କ ଦାବି କାରଣରୁ ରାଜ୍ୟ ସରକାର ପୁନଃର୍ବାର ୧୬ କି.ମି ବ୍ୟାପି ଗୋବରୀ ନଦୀର ଖନନ ପାଇଁ ଡ୍ରେନେଜକଟ୍ ବିଭାଗକୁ ଦାୟିତ୍ୱ ଅର୍ପଣ କରିଥିଲେ । ଡ୍ରେନେଜ କଟ୍ ବିଭାଗ ପକ୍ଷରୁ ଗତ ୨୦୨୧-୨୨ ଆର୍ଥକବର୍ଷରେ ୭.୫୫ କୋଟି ବ୍ୟୟ ଅଟ୍ଟକଳରେ ଗୋବରୀ ନଦୀ ପୁନଃର୍ବାର ଖନନ କରାଯିବାକୁ ନିର୍ଦ୍ଧାରଣ କରାଯାଇ ଏହି କାର୍ଯ୍ୟକୁ ଓଡିଶା କଂଟ୍ରସନ କମ୍ପାନୀ(ଓସିସି)କୁ ଦାୟିତ୍ୱ ଅର୍ପଣ କରାଯାଇଲା । ଓସିସି ୧୬ କି.ମି ନଦୀ ଖନନ କରିବା ପରିବର୍ତେ ମାତ୍ର ୬ କି.ମି ଖନନ କରି କାମ ବନ୍ଦ କରିଦେଇଥିଲା । ଏବେ ପୁନଃ କଟକୀ ଦଳ ଭର୍ତି ହୋଇ ସଂପୂର୍ଣ୍ଣ ନଦୀଟି ପୂର୍ବାପେକ୍ଷା ଅଧିକ ପୋତି ହୋଇ ପଡିବାରୁ ବିଭିନ୍ନ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୧୧ କୋଟିର କାମ, କିନ୍ତୁ ୧୧ ଲକ୍ଷ ଟଙ୍କାର କାମ ହୋଇନଥିବା ଲୋକଙ୍କ ଅଭିଯୋଗ କରୁଥିବା ବେଳେ ଚଳିତଥର ପୁନର୍ବାର ଟେଣ୍ଡର କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି । ଏହି ଗୋବରୀ ନଦୀ ସହିତ ୩୦ଟିରୁ ଅଧିକ ପାଟନାଳୀ ସଂଯୋଗ କରୁଥିବାରୁ ଗୋବରୀ ନଦୀ ଶୁଖିଲା ପଡିଥିବା ବେଳେ ପାଟନାଳି ଗୁଡିକ ମଧ୍ୟ ଶୁଖିଲା ପଡିଛି ।ଏହା ଛଡା ଭୂତଳ ଜଳସ୍ତର ୧୦/୧୨ ଫୁଟ କମି ଯାଇଥିବା ବେଳେ ବହୁ ସ୍ଥାନରେ ନଳ କୂପରୁ ପାଣି ବାହାରୁ ନାହିଁ । ଫଳରେ ୨ଟି ବ୍ଲକର ଚାଷୀମାନେ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି । କାମ ନପାଇ ଶିକ୍ଷିତବେକାର ଯୁବକ ମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯିବା ଏ ଅଂଚଳ ପାଇଁ ଏକ ବଡ ପ୍ରସଙ୍ଗ ହୋଇଛି ।


ପ୍ରକାଶଥାଉକି, ଏହି ଗୋବରୀ ନଦୀରେ ୧୧ କୋଟି ଟଙ୍କାର ଟେଣ୍ଡର ପରେ କିଛି କାମ ନହୋଇ ବିଭାଗୀୟ ଅଧିକାରୀ ଠିକାଦାର ଓ ଯନ୍ତ୍ରୀ ପକେଟ୍ ଗରମ କରିଛନ୍ତି । ସେ କ୍ଷେତ୍ରରେ ପୁଣି କିଭଳି ଟେଣ୍ଡର ପାଇଁ ଚାଲିଛି ପ୍ରକ୍ରିୟା , କୁଆଡେ ଗଲା ୧୧ କୋଟି ଟଙ୍କା, କେଉଁ ବାଟରେ ଖର୍ଚ୍ଚ ହେଲା. କାହିଁକି ଯାଂଚ ହେଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।


Next Post

ସମବାୟ ସମିତିରେ ପଞ୍ଜୀକୃତ ଅଛନ୍ତି ଚାଷୀ , ଫାଇଦା ନେଉଛନ୍ତି ଦଲାଲ

Thu Nov 23 , 2023
ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । କୃଷି ସମ୍ବନ୍ଧୀୟ ସରକାରୀ ଯୋଜନାଗୁଡ଼ିକ ଚାଷୀମାନଙ୍କ ପାଖରେ ପହଁଚାଇବା ପାଇଁ ସେବା ସମବାୟ ସମିତି କାର୍ଯ୍ୟ କରୁଛି । ଏବେ ସମବାୟ ସମିତି ପକ୍ଷରୁ ସମବାୟ ସପ୍ତାହ ପାଳିତ ହୋଉଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ୧୬ଟି ସମବାୟ ସମିତ ମଧ୍ୟରୁ ହାତଗଣତି ସମିତିକୁ ଛାଡିଦେଲେ ଅନ୍ୟ ସମିତି ସଂପାଦକ ଅଫିସ ଆଗରେ […]

You May Like