ପଟ୍ଟାମୁଣ୍ଡାଇ ତା ୧୭/୧-ପଟ୍ଟାମୁଣ୍ଡାଇ କଲେଜରେ ନୂଆ -ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଧାରରେ ନାଟ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ପୌରହିତ୍ୟ ରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ନାଟକର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ । ନୂଆ -ଓ ନୋଡାଲ ଅଫିସର ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାଧ୍ୟାପକ ଅମୀୟ ଦାସ ସ୍ୱାଗତଭାଷଣ ଓ ଅଧ୍ୟାପକ ଶ୍ରୀମନ୍ତ ଜେନା ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ଧନ୍ୟବାଦ ଦେଇଥିଲେ । +୩ଛାତ୍ର ଅଭିଷେକ ସାହୁଙ୍କ ରଚିତ ନାଟକ ମୁଖା ପିନ୍ଧା ମଣିଷକୁ ଅଧ୍ୟାପକ ଶ୍ରୀମନ୍ତ ଜେନା ନିର୍ଦେଶନା ଦେଇଥିଲେ । ଏଥିରେ କଲେଜର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।ଏହି ନାଟ୍ୟ ଉତ୍ସବକୁ କଲେଜ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।