ଇନ୍ଦିରା ଆବାସ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଇଥିବା ଡେରାବିଶ ବ୍ଲକର ପୂର୍ବତନ କିରାଣୀଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ


କେନ୍ଦ୍ରାପଡ଼ା, ୨୪ା୪: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପୂର୍ବତନ କିରାଣୀ ତଥା ଡିଲିଙ୍ଗ ଆସିଷ୍ଟାଣ୍ଟ ମାଧବ ଚରଣ ଆଚାର୍ଯ୍ୟଙ୍କୁ ଜନୈକ ଇନ୍ଦିରା ଆବାସ ହିତାଧିକାରୀଙ୍କ ଠାରୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ବାବଦ ଅର୍ଥ ପ୍ରଦାନ ନିମନ୍ତେ ଲାଞ୍ଚ ଗ୍ରହଣ କରିଥିବା ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଶ୍ରୀ ଆଚାର୍ଯ୍ୟଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅଭିଯୋଗର ବିବରଣୀରୁ ପ୍ରକାଶ ଯେ ଡେରାବିଶ ବ୍ଲକର ପୂର୍ବତନ କିରାଣୀ ତଥା ବର୍ତ୍ତମାନର ମହାକାଳପଡା ବ୍ଲକର ବରିଷ୍ଠ କିରାଣୀ ମାଧବ ଚରଣ ଆଚାର୍ଯ୍ୟ ଗତ ୨୦୧୦ମସିହାରେ ଡେରାବିଶ ବ୍ଲକରେ କନିଷ୍ଠ କିରାଣୀ ଥିବା ବେଳେ ଜନୈକ ଇନ୍ଦିରା ଆବାସ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ବାବଦ ଅର୍ଥ ପ୍ରଦାନ କରିବାକୁ ଲାଞ୍ଚ ଦାବି କରିବା ସହ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଥିଲେ । ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ନାମରେ ଟି.ଆର. ନମ୍ବର- ୧୦/୨୦୧୦ରେ ଭିଜିଲାନ୍ସର ଧାରା ୧୩(୨)(ଆର/ଡବ୍ଲୁ), ୧୩(୧)(ଘ)/୭ ପି.ସି. ଆକ୍ଟରେ ଏମକ ମାମଲା ରୁଜୁ ହୋଇଥିଲା. ସେହି ମାମଲାର ବିଛାର କରି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଡେରାବିଶ ବ୍ଲକର ତତକାଳୀନ କିରାଣୀ ତଥା ବର୍ତ୍ତମାନର ମହାକାଳପଡା ବ୍ଲକର ବରିଷ୍ଠ କିରାଣୀ ମାଧବ ଚରଣ ଆଚାର୍ଯ୍ୟଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିବା ସହ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।


Next Post

ପୁନର୍ବାସ ପକ୍ଷରୁ ‘ସୁଗମ ନିର୍ବାଚନ ଓ ଭିନ୍ନକ୍ଷମଙ୍କ ଗଣତାନ୍ତ୍ରିକ ଅନ୍ତର୍ଭୁକ୍ତି’ ପ୍ରସଙ୍ଗରେ ସଚେତନତା ସଭା

Fri Apr 26 , 2024
କେନ୍ଦ୍ରାପଡା ୨୪/୪- ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭିନ୍ନକ୍ଷମଙ୍କ ପାଇଁ କାର୍ଯରତ କେନ୍ଦ୍ରାପଡ଼ାର ସ୍ୱେଚ୍ଛାସେବୀ ସଂଗଠନ ପୁନର୍ବାସ ତରଫରୁ ମାଧପୁର ସ୍ଥିତ କାର୍ଯ୍ୟାଳୟ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରସଙ୍ଗ ‘ସୁଗମ ନିର୍ବାଚନ ଓ ଭିନ୍ନକ୍ଷମଙ୍କ ଗଣତାନ୍ତ୍ରିକ ଅନ୍ତର୍ଭୁକ୍ତି’ ସମ୍ପର୍କିତ ଏକ ସଚେତନଧର୍ମି ସଭା ଅନୁଷ୍ଟିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ କଥାକାର ଡକ୍ଟର ବିରଜା ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି […]

KANIKA