ଦୃଷ୍ଟି ବାଧିତ ବିଦ୍ୟାଳୟରେ ଶ୍ରୀଧର ରାଉତଙ୍କ ଷଷ୍ଠ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ


କେନ୍ଦ୍ରାପଡ଼ା ୨୪/୨: କେନ୍ଦ୍ରାପଡା ପୌରାଞ୍ଚଳ ଅଯୋଧ୍ୟା ନଗର ସ୍ଥିତ ପୌର ସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ଶ୍ରୀଧର ରାଉତଙ୍କ ଷଷ୍ଠ ବାର୍ଷିକ ଶ୍ରକ୍ଷଦ୍ଧ ଦିବସ ପାଳନ କରାଯାଇଛି । ପ୍ରଧାନଶିକ୍ଷକ ସ୍ୱପ୍ନକ୍ଷଶୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ମୁଖ୍ୟ ବକ୍ତା ଭାବେ ବଗ ଡକ୍ଷ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ, ବିଶିଷ୍ଟ ସାହିତ୍ୟିକ ପ୍ରତାପ ନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବକ୍ଷସ୍ତୁବିତ କବି ନାରାୟଣ ପତି ଯୋଗ ଦେଇ ସ୍ୱର୍ଗତ ଶ୍ରୀଧର ରାଉତଙ୍କ ଜୀବନାଦର୍ଶ, ସାଧୁତା, ପରୋପକାରୀତା ଓ କଠୋର ସାଧନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଭକ୍ତି ପୂତ ପ୍ରଣାମ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ପ୍ରଥମେ ଦୃଷ୍ଟି ବାଧିତ ପିଲା ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ବଡ ପୁତ୍ର ତଥା ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ଅରବିନ୍ଦ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ ସହ ବାପାଙ୍କ ଜୀବନ ଚର୍ଚ୍ଚା ସମ୍ପର୍କରେ ଆଲୋଚନା କରିଥିଲେ । ସାନ ପୁତ୍ର ପୂର୍ବତନ ପ୍ରାଶାସନିକ ଅଧିକାରୀ, ବିଶିଷ୍ଟ କଥାକାର ଡକ୍ଟର ବିରଜା ରାଉତରାୟ ତାଙ୍କ ପିତାଙ୍କ କଠୋର ସାଧନା, ପ୍ରତିକୂଳ ପରିସ୍ଥିତିରେ କିପରି ଉପରକୁ ଉଠିବାର କଳା, ସର୍ବୋପରି ଅନ୍ୟକୁ ଶ୍ରଦ୍ଧା ସ୍ନେହରେ ବାନ୍ଧି ରଖିବା କାର୍ଯ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ । ଆଲୋଚନାରେ ଭାଗ ନେଇ ଗାଳ୍ପିକ ବଂଶୀଧର ମହାନ୍ତି, ସମାଜସେବୀ ମନୋଜ କୁମାର ଦାସ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କେମର ସମ୍ପାଦକ ମହମ୍ମଦ ଜାହିଦ ଖାଁ, ସଂଗ୍ରାମ ଚୌଧୁରୀ,ସମାଜ ସେବୀ କ୍ଷୀରୋଦ କୁମାର କର, ସମରେନ୍ଦ୍ର ଚୌଧୁରୀ, ମନୋଜ କୁମାର ବିଶ୍ୱାଳ, ପ୍ରଫୁଲ କୁମାର ବେହେରା, ଜ୍ୟୋତିରଂଜନ ନାୟକ, ସଂଜୀବ କୁମାର ଜେନା, ପୌର ସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ସହକାରୀ ଶିକ୍ଷକ ଅରୁଣ ବେହେରା, ଖେଳ ଶିକ୍ଷକ ଭରତ ସାହୁ, ସଙ୍ଗିତ ଶିକ୍ଷୟତ୍ରୀ ସସମିତା ରାଉତ, ମହେନ୍ଦ୍ର ସିଂ, ମନୋଜ ରାଉତ ଓ ପୁନର୍ବାସର ସମସ୍ତ୍ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପୁତ୍ର ବଧୁ ତଥା ପୁନର୍ବାସର ସମ୍ପାଦିକା ମନସ୍ମିତା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।


Next Post

ଭରତପୁର ଗ୍ରାମରେ ପାଗଳା ମାଙ୍କଡ ଆକ୍ରମଣରେ ୧୮ ଆହତ ବନ ବିଭାଗକୁ ବାରମ୍ବାର ଅଭିଯୋଗ ପରେବି ଫଳ ଶୂନ

Sun Feb 25 , 2024
କେନ୍ଦ୍ରାପଡ଼ା,୨୪ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଗତ ସୋମବାର ଠାରୁ ଏକ ପାଗଳା ମାଙ୍କଡ ଆକ୍ରମଣରେ ୧୮ରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ             ଓ ଯୁବକମାନେ ଗୁରୁତ୍ତର ଭାବେ ଆହତ ହୋଇ ଲହୁଲୁହାଣ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମ୍ପର୍କରେ ସ୍ଥାନୀୟ ବନ ବିଭାଗରେ ଅଭିଯୋଗ ହୋଇ ଆସୁଛି । ଏସମ୍ପର୍କରେ ବିଭିନ୍ନ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗର କର୍ମଚାରୀ ଲୋକ ଦେଖାଣିଆ […]

You May Like