କେନ୍ଦ୍ରାପଡା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ତରଫରୁ ଡାକ୍ତର ଦାମୋଦର ରାଉତଙ୍କ ସ୍ମୃତିସଭା



କେନ୍ଦ୍ରାପଡ଼ା, ୨୮ା୩: କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡସ୍ଥିତ ହୋଟେଲ ରିଭରଭ୍ୟୁ ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ତରଫରୁ ପୂର୍ବତନ ମନ୍ତ୍ରୀ ତଥା ଅଭିଜ୍ଞ ଓ ସ୍ପଷ୍ଟବାଦୀ ରାଜନେତା ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ସ୍ମୃତିଚାରଣ ସଭା ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପ୍ରାରମ୍ଭରେ ସ୍ୱର୍ଗତ ରାଉତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ସମସ୍ତ ସଦସ୍ୟମାନେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ ଏବଂ ସଭାପତିଙ୍କ ଅଭିଭାଷଣ କ୍ରମେ ସ୍ୱର୍ଗତ ରାଉତଙ୍କ ଜୀବନ ଆଦର୍ଶ ଓ ନିର୍ଭିକତାର ପରିଚୟ ସହିତ ଦୁର୍ନୀତିକୁ ପ୍ରତିରୋଧ କରିଥିଲେ ବୋଲି ଆଲୋକପାତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁମନ୍ତ ରାଉତ, ଗୋଲକଚନ୍ଦ୍ର ପଢିଆରୀ, ଚନ୍ଦନ ପରିଡା, ଚୈତନ୍ୟ ଚରଣ ପରିଡା, ଶାନ୍ତିସ୍ୱରୂପ ଭୂୟାଁ, ଉମାକାନ୍ତ ବଳ, ଗଙ୍ଗାଧର ପରିଡା, ନରୋତ୍ତମ ପରିଡା, ଦିଲ୍ଲିପ କୁମାର ଜେନା, ସଂଗ୍ରାମକେଶରୀ ଜେନା, ଦିଲ୍ଲିପ ରାଉତ, ଧନେଶ୍ୱର ରାଉତ, ଭାଗିରଥି ଜେନା, ଗୋଲେଖ ଚନ୍ଦ୍ର ପରିଡା, ବିଶ୍ୱଜିତ ରାୟ, ତରୁଣ ପ୍ରଧାନ, ମାନସ ରାଉତରାୟ, ପୀତବାସ ବେହେରା, ପ୍ରଣବ କୁମାର ଦାସ, ବିନୋଦ ବିହାରୀ ପରିଡା, ସୁମନ୍ତ ପାତ୍ର, ଅଭୟ ସ୍ୱାଇଁ, ରଞ୍ଜନ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ରାଉତଙ୍କ ଜୀବନୀ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଓ ଶ୍ରଦ୍ଧାଞ୍ଜଳି ପୂର୍ବକ ଅତି ଦୁଃଖଦ ସମୟରେ ଇଶ୍ୱର ତାଙ୍କ ପରିବାର ପ୍ରତି ସହାୟ ହୁଅନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।


Next Post

ପୁରୀରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଅଂଶୁମାନ ମହାନ୍ତି

Fri Mar 29 , 2024
ପୁରୀ: ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଶୁକ୍ରବାର ଅପରାହ୍‌ଣରେ ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଟିକେଟ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡାବାସୀଙ୍କର ସେବା କରିବି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ସହ ଜନକଲ୍ୟାଣ […]