କେନ୍ଦ୍ରାପଡା ୨୫/୨ – ବାରୁଅ ସ୍ଥିତ ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଶ୍ରୀ ସିଦ୍ଧ ମହାପୁରୁଷ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ସଙ୍ଗୀତ ନେିଦ୍ଦର୍ଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ମହୋତ୍ସବର ମୁଖ୍ୟ ଅତିଥି ଭାବରେ ପଣ୍ଡିତ୍ ହୃଷିକେଶ ରଥ ମୁଖ୍ୟ ଅତିଥି, କେନ୍ଦ୍ରାପଡା ଅର୍ବାନ୍ ବ୍ୟାଙ୍କ୍ର ସଭାପତି ଗୁରୁ ପ୍ରସାଦ ମହାନ୍ତି ମୁଖ୍ୟ ବକ୍ତା, ସମବାୟବିତ୍ ସୁଶୀଲ୍ କୁମାର ସାମଲ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଓଡିଆ କଳା, ସଂସ୍କୃତି ଓ ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଭାବଗ୍ରାହୀ କଳା ନିକେତନର ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରସଂଶା କରିଥିଲେ । ବାରୁଅ ଅଂଚଳର ପରମ ଆରାଧ୍ୟ ଶ୍ରୀ ସିଦ୍ଧ ମହାପୁରୁଷଙ୍କ ନାମରେ ନାମିତ ଏହି ମହୋତ୍ସବ ମାଧ୍ୟମରେ ଶିଶୁ ଏବଂ ଯୁବ ପ୍ରତିଭାମାନଙ୍କୁ ନୃତ୍ୟ ଏବଂ ସଂଗୀତ ପରିବେଷଣ କରିବା ପାଇଁ ଯେଉଁ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି ତାକୁ ସମସ୍ତ ଅତିଥିମାନେ ତାରିଫ୍ କରିଥେôଲ । ରୂପାଲି ସୂତାର, ଜୟଶ୍ରୀ ଦାଶ, ଅଚ୍ଚର୍ନା ପରିଡା, ଭାଗ୍ୟଲକ୍ଷ୍ମୀ ପରିଡା ସ୍ୱାଗତ ସଂଗୀତ ଗାଇଥିଲେ । ରଶ୍ମୀତା ସୂତାର, ଭାଗ୍ୟଲକ୍ଷ୍ମୀ ପରିଡା, ରାଜଲକ୍ଷ୍ମୀ ପରିଡା, ଅଙ୍କିତା ପରିଡା, କ୍ରିଷ୍ନା ଦାସ, ଭାଗ୍ୟଲକ୍ଷ୍ମୀ ପଣ୍ଡା, ମଧୁସ୍ମୀତା ଜେନା, ରେଖାଞଳି ଜେନା, ଜୟଶ୍ରୀ ପଣ୍ଡା ପ୍ରମୁଖ ଶିଳ୍ପୀମାନେ ନୃତ୍ୟ ପରେିବଷଣ କରିଥିଲେ । ରାଜକିଶୋର ଜେନା, ବିଶ୍ୱଜିତ୍ ପରିଡା, ନିମର୍ଳା ପରିଡା ଏବଂ ବିମଳ ପରିଡା ସଂଗୀତ ପରିବେଷଣ କରିଥିଲେ । ନିରଂଜନ ପରିଡା, ହରିଶ୍ଚନ୍ଦ୍ର ଜେନା, ପଣ୍ଡିତ ପଦ୍ମନାଭ ଦାଶ, କବି ରତ୍ନାକର ମଲିକ, କବି ଅମର ପ୍ରସାଦ ରାଉତ୍, ନାଟ୍ୟ ନେିଦ୍ଦର୍ଶକ ଶରତ ଥାଟୋଇ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କାଂଚନବାଳା ନାୟକ, ରେଡିଓ ଭାବଗ୍ରାହୀର ମୁଖ୍ୟ ଧୀରାମଣୀ ପରିଡା, ରେଡିଓ ଭାବଗ୍ରାହୀର କାର୍ଯ୍ୟକ୍ରମ ନିଷ୍ପାଦକ ଇଂ ବିଶ୍ୱଜିତ୍ ପରିଡା, ଟ୍ରଷ୍ଟି ସୁଶ୍ରୀ ସଂଗୀତା ଜେନା, ଅମର ବିଶ୍ୱାଳ, କୃଷ୍ନ ପ୍ରସାଦ ଦାସ, କ୍ରିଷ୍ନାନନ୍ଦ ମହାପାତ୍ର, ବିଶାଲ୍ ପରିଡା ପ୍ରମୁଖ ବ୍ୟକ୍ତିମାନେ କାର୍ଯ୍ୟକ୍ରମ ସଂଚାଳନାରେ ସହଯୋଗ କରିଥିଲେ । ଗୀତିକାର ବିମଳ ପରିଡା ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ ସହିତ ମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶେଷେର ପ୍ରବଚକ ବିକ୍ରମ କେଶରୀ ପରିଡା ଧନ୍ୟବାଦ ଅପର୍ଣ କରିଥିଲେ ।
kanikanews.in
Next Post
ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ପର୍ଶୁରାମ ସ୍ୱାଇଁଙ୍କର ପ୍ରତିମୂର୍ତ୍ତୀ ଅନାବରଣ
Sun Feb 25 , 2024
କେନ୍ଦ୍ରାପଡା, ୨୫/୨- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ନୂଆସାହିଠାରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ୱର୍ଗତ ପର୍ଶୁରାମ ସ୍ୱାଇଁଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଅଛି । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ସମାଜସେବୀ ଜନ୍ମେଜୟ ପ୍ରଧାନ, ଭିତରକନିକା ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଶାଖା ପରିଚାଳକ ମନୋରଞ୍ଜନ ସ୍ୱାଇଁ, ସ୍ନେହାଂଶୁ ଦାସ, ଅଲେଖ ସ୍ୱାଇଁ, ଶିକ୍ଷାବିତ୍ ଅଭିରାମ ସ୍ୱାଇଁ, ରାଜକିଶୋର […]

You May Like
- 9 months ago
ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଆଲୋଚନାଚକ୍ର
- 7 months ago
ରଙ୍ଗତୁଳୀର ସ୍ପର୍ଶରେ ପ୍ରଥମ ଯୁବ ତରଙ୍ଗ ଉଦଘାଟନ