ଜଳବନ୍ଦିରୁ କେବେ ମୁକୁଳିବ ପଟ୍ଟାମୁଣ୍ଡାଇ ପୌରାଂଚଳ : ଅସରାଏ ବର୍ଷାରେ ଯୁଆଡ଼େ ଚାହିଁବ ସିଆଡ଼େ ପାଣି



ପଟ୍ଟାମୁଣ୍ଡାଇ,୨୯/୮- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ। ବିଭିନ୍ନ ଜାଗା ରାସ୍ତା ଉପରେ ଅସରାଏ ବର୍ଷା ହେଲେ ବୁଡ଼ି ଯାଉ ଜମି ରହୁଛି ପାଣି। କେତେକ ଜାଗାରେ ଜଳବନ୍ଦି ସମସ୍ୟା ସୃଷ୍ଟି ହେଉଛି । ବର୍ଷା ପରେ କୃତ୍ରିମ ପୋଖରୀ ଓ ନାଳ ଭ୍ରମ ସୃଷ୍ଟି ହେଉଛି। ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହୁଥିଲେ ବି ଏହାର ସମାଧାନର ବାଟ ବାହାରି ପାରୁନାହିଁ। ଯାହାକୁ ନେଇ ପୌରାଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । 

ସାମାଜିକକର୍ମୀ ଉପେନ୍ଦ୍ର ନାୟକ କୁହନ୍ତି ଅସରାଏ ବର୍ଷା ପରେ ଡାକବଙ୍ଗଳଠାରୁ ଆଡିବିଆଇ ବ୍ୟାଙ୍କ ପର୍ଯ୍ୟନ୍ତ, କଲେଜ ଛକରୁ ଶିଶୁମନ୍ଦିର ପର୍ଯ୍ୟନ୍ତ ଓ ବାଳିକା ବିଦ୍ୟାଳୟ ପାଖ, ୧୦ ନମ୍ବର ୱାର୍ଡର ବସ୍ତି-ମାଟିଆ କେନାଲରାସ୍ତା ଡେଲି ମାର୍କେଟ, ହାଟ ବଜାର ସମେତ ଏକାଧିକ ୱାର୍ଡରେ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ। ସେହିପରି ଅନ୍ୟ କେତେକ ସ୍ଥାନରେ ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ ଯୋଗୁଁ ବର୍ଷା ପାଣି ନିଷ୍କାସନ ହେବାରେ ସମସ୍ୟା ସୃଷ୍ଟି ହେଉଛି । କେତେକ ସ୍ଥାନରେ ଜଳବନ୍ଦି ପରିସ୍ଥିତି ଉପୁଜିଛି। ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହିଥିଲେ ବି ପୌରାପାଳିକା ସମାଧାନର ବାଟ ବାହାରି କରିପାରୁନି। କେତେକ ଜାଗାରେ ଡ୍ରେନ୍ ପୋତି ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଆଦୌ ଡ୍ରେନ୍ ନାହିଁ।

ଆଇନଜିବୀ ସୌମ୍ୟରଞନ ଧଳ କୁହନ୍ତି ପଟ୍ଟାମୁଣ୍ଡାଇରେ ଦୃତ ସହରୀକରଣ ବଢିବା ସହ ଜଳ ନଷ୍କାସନ ଓ ପରିଚାଳନା ଧୀରେ ଧୀରେ ବଡ ସମସ୍ୟା ଭାବେ ଉଭା ହୋଇଛି। ଏହାକୁ କିଭଳି ଠିକ୍ ଭାବେ ପରିଚାଳନା କରାଯିବ ଏବଂ ଏହାଦ୍ୱାରା ସାଧାରଣଲୋକେ କିପରି ସମସ୍ୟାରେ ନ ପଡିବେ ତାହା ପୌରପାଳିକା ଦେଖିବା ବ୍ୟାବସ୍ଥା ଥିଲେ ମଧ୍ୟ ତାହାକୁ ଠିକ୍ ଭାବେ କରି ନ ପାରି ଲୋକଙ୍କ ମାନବ ଅଧିକାରକୁ କ୍ଷୁଣ୍ଣ କରୁଛି । ଏହିପରି ସମସ୍ୟା ସମାଧାନ ପାଇଁ ଚଳିତ ବିଧାନସଭା ଅଧିବେଶନ ପ୍ରଶ୍ନକାଳରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ମୁନିସିପାଲିଟିରେ ଜଳ ନିଷ୍କାସନ ସମସ୍ୟା ଦୂର ପାଇଁ ଡ୍ରେନେଜ ଓ ସ୍ୱେରେଜ ନିମନ୍ତେ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି କି ନାହିଁ ସରକାରଙ୍କ ଠାରୁ ଜାଣିବାକୁ ଚାହିଁ ଥିଲେ । ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା ଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟାରେ କହିଥିଲେ ଏ ବାବଦରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ନ୧ କୋଟି ୪୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛିି । ଏହି ଅର୍ଥ ବିନିଯୋଗରେ ପୌରପାଳିକା ଦ୍ୱାରା ଡ୍ରେନେଜ୍ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତି ପ୍ରକ୍ରିୟା ଚାଲୁ ରହିଥିବା ସୂଚନା ମିଳିଛି।

ବୁଦ୍ଧିଜିବୀ ପ୍ରେମାନନ୍ଦ ପଣ୍ଡା କୁହନ୍ତି ସହରିକରଣ ବଢିବା ସାଙ୍ଗକୁ ନୂତନ ଘର ନିର୍ମାଣ ହେଉଛି । ପୌରପାଳିକାର ଯେଉଁ ଅନୁମୋଦିତ ପ୍ଲାନ୍ ରହୁଛି ସେହି ଅନୁସାରେ ଘର ତିଆରି ହେଉନାହିଁ। ଲୋକ ଜମି କିଣି ଡ୍ରେନ୍ ପାଇଁ ଜାଗା ନ ଛାଡ଼ି ଘର ତିଆରି କରୁଛନ୍ତି। ଯାହାଫଳରେ ଡ୍ରେନ୍ ନିର୍ମାଣ ସମୟରେ ସମସ୍ୟା ସୃଷ୍ଟି ହୋଇ ଜଳବନ୍ଦି ସ୍ଥିତି ଉପୁଜୁଥିବା ବେଳେ ପୌର ପ୍ରଶାସନର ମଧ୍ୟ କୌଣସି ଅଙ୍କୁଶ ରହୁ ନାହିଁ। ଯାହାଫଳରେ ଆଗକୁ ଆହୁରି ବଡ଼ ସମସ୍ୟା ହେବ ବୋଲି ସ୍ପଷ୍ଟ ହୋଇସାରିଛି।

ମାନବାଧିକାରକର୍ମୀ ଶୁସାନ୍ତ ଧଳ କୁହନ୍ତି ଅସରାଏ ବର୍ଷା ହେଲେ ସହରରେ ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଡ୍ରେନ୍‌ଗୁଡିକ ଜବରଦଖଲ ସାଙ୍ଗକୁ ଆବଶ୍ୟକ ପୁନରୁଦ୍ଧାର ଅଭାବରୁ ଅପରିଷ୍କାର ପାଣି ରାସ୍ତାରେ ମାଡି ସଂକ୍ରମଣ ବୃଦ୍ଧି କରିଛି। ସହର ଦେଇ ଯାଇଥିବା ଡ୍ରେନେଜ୍‌ର ଏକାଧିକ ସ୍ଥାନରେ ପ୍ରତିବନ୍ଧକ ଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଅନ୍ୟପକ୍ଷରେ ଜବରଦଖଲ ଯୋଗୁଁ ବିଶେଷକରି ସରକାରୀ ବାଳିକ ଉଚ୍ଚ ବିଦ୍ୟାଳୟ ସମ୍ମୁଖ, ଅରବାନ ବ୍ୟାଙ୍କ ପାଖ ଓ ସଂଖ୍ୟାଲଘୁ ବସ୍ତି ଡ୍ରେନ୍ ପାଣି ଜମି ରହିଛି। ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍ ରୋକାଯାଇ ପାରିବ ନାହିଁ । ଏହାର ଗତି ବଦଳାଯିବନି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅଛି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ନାଳ କିମ୍ବା ଡ୍ରେନ୍‌ରେ ଯେପରି ଜଳ ନିଷ୍କାସନରେ ବାଧା ନ ଉପୁଜିବ ସେନେଇ ଜିଲ୍ଲା ଓ ପୌର ପ୍ରଶାସନକୁ ଚିଠି କରିଥାନ୍ତି। ଡ୍ରେନ୍‌ଗୁଡିକର ଯେଉଁସବୁ ସ୍ଥାନରେ ପାଣି ଜମି ରହୁଛି ସେଗୁଡିକ ସଫା କରି ଜଳ ନିଷ୍କାସନକୁ ସ୍ୱାଭାବିକ କରିବା କଥା । ଏ ସମ୍ପର୍କରେ ପୌରାଧ୍ୟକ୍ଷା ଅଜିତ ନାରାୟଣ ଗିରି କହିଛନ୍ତି, ଉପରୋକ୍ତ ସମସ୍ୟାଗୁଡିକର ସ୍ଥାୟୀ ସମାଧାନ ପାଇଁ ଚିନ୍ତା କରାଯାଉଛି। ତେବେ ଡ୍ରେନ୍ ସଫା ଉପରେ ପ୍ରାଥମିକତା ଦିଆଯାଇଥିବା ସେ କହିଥିଲେ।


Next Post

ପଟ୍ଟାମୁଣ୍ଡାଇ ପୌରପରିଷଦରେ ସ୍ୱାୟତଶାସନ ଦିବସ ପାଳିତ

Sat Aug 31 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୬ ତମ ସ୍ୱାୟତ ଶାସନ ଦିବସ ପୌରଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି। ସକାଳେ ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍‌, ସହରର ବିଭିନ୍ନ ଛକସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା। ପୂର୍ବାହ୍ନ ୯ ଟାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ […]