କେନ୍ଦ୍ରାପଡ଼ା,୨୧ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଆୟୋଜିତ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ଦ୍ୱିତୀୟ ଦିବସରେ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ମହାଆଡମ୍ବରରେ ଆଶ୍ରମର ପ୍ରତିଷ୍ଠାତ୍ରୀ ତଥା ବିଦ୍ୟାମନ୍ଦିରର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦକ ପଣ୍ଡିତ […]
Month: February 2024
କେନ୍ଦ୍ରାପଡ଼ା ଜିଲ୍ଲାର ସମଗ୍ର ଅଞ୍ଚଳରେ ବର୍ତ୍ତମାନ ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ଚାଲିଛି । ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡେ ଯାତ୍ରାପାଟିର ବିକଟାଳ ଶବ୍ଦରେ ପ୍ରଚାର କରିବା, ବିଭାଘର ରୋଷଣୀରେ ଡ଼ିଜେ ସହିତ ଚାଙ୍ଗୁ ବାଜାର ଶବ୍ଦର କ୍ଷିପ୍ରତା ଲଗାମ ନ ଥିବା ଓ ସରସ୍ୱତୀ ପୂଜା ଭଷାଣରେ ଅତ୍ୟଧିକ ଶବ୍ଦ ଯୋଗୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସରସ୍ୱତୀ ପୂଜା […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ଓ ଦିହୁଡିପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନ୍ଦନନଗର ପଂଚାୟତ ସରପଞ୍ଚ ବନୋଜ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ଆଜି ଅଞ୍ଚଳରେ ସବୁ ବର୍ଗର ଜନସାଧାରଣ ପାଉଥିବା ବେଳେ ଅଞ୍ଚଳର ଦ୍ରୁତ ବିକାଶ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲାଗି […]
ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତର ଗଣ୍ଡକୁଳ ଠାରୁ ସାତଭଉଣୀ ପର୍ଯ୍ୟନ୍ତ ରାସ୍ତା ପୁନଃନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ପୁନଃନିର୍ମାଣ କରାଗଲେ ଏ ଅଂଚଳ ଜନସାଧାରଣ ଉତମ ଗମନାଗମନ ସୁବିଧା ପାଇପାରିବେ ଜନସାଧାରଣ ଦାବୀ କରି ଆସୁଥିଲେ । ଅଂଚଳବାସୀଙ୍କ ଦୀର୍ଘଦିନର ଦାବୀକୁ ଗ୍ରହଣ କରି ରାଜ୍ୟ ସରକାର ଏହି ରାସ୍ତା ପୁନଃନିର୍ମାଣ ପାଇଁ ଅର୍ଥ ମଂଜୁର କରିଛନ୍ତି । ଆଜି […]
କେନ୍ଦ୍ରାପଡ଼ା ଜିଲ୍ଲା ଏଡିଏମଓ ଡାକ୍ତର ପ୍ରଦୀପ ଦାସଙ୍କ ନେତୃତ୍ୱରେ ଏକ ଚାରିଜଣିଆ କାୟାକଳ୍ପ ଟିମ ସାନଜରିଆ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ । କାୟାକଳ୍ପ ଟିମ ସର୍ବପ୍ରଥମେ ପ୍ରଭୁ ଶ୍ରୀ ଗଣେଶ ଓ ବାବା ଭୀମସେନ ଦାସ ଙ୍କ ପ୍ରତିମୃର୍ତି ରେ ମାଲ୍ୟାର୍ପଣ କରିଥିଲେ । ଏଇ ଅବସରରେ କାୟା କଳ୍ପଟିମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ରେକର୍ଡ଼ […]
କେନ୍ଦ୍ରାପଡ଼ା,୨୦ା୨ : ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଜିଲ୍ଲାର ସମସ୍ତ ଅଣ ଗେଜେଟେଡ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ଦାବି ପୁରଣ ହେବା ପର୍ଯ୍ୟନ୍ତ କେନ୍ଦ୍ରାପଡାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । କେବଳ ପରୀକ୍ଷା ଦାୟୀତ୍ୱ ସମେତ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟକୁ ଛାଡି ଦେଲେ ଅନ୍ୟ କୈାଣସି ସରକାରୀ କାର୍ଯ୍ୟ ସେମାନେ […]
କେନ୍ଦ୍ରାପଡ଼ା,୨୦ା୨ : କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ସମବାୟ ସମିତି(ପ୍ୟାକ୍ସ) ଭାବରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀ କରଣ ବ୍ୟବସ୍ଥା ଆଜି ଉଦଘାଟିତ ହୋଇଯାଇଛି । ସମବାୟ ସମିତି ସମୁହର ଉପନିବନ୍ଧକ ମୋନିକା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀ କରଣ ବ୍ୟବସ୍ଥାକୁ ଉଦଘାଟନ କରିବା ସହ ଭରତପୁର ମିନି ବ୍ୟାଙ୍କର ଗ୍ରାହକମାନଙ୍କୁ କମ୍ପ୍ୟୁଟରାଇଜଡ୍ ପାସବୁକ୍(ଜମାବହି )ବଣ୍ଟନ କରିଥିଲେ […]
କେନ୍ଦ୍ରାପଡ଼ା,୨୦ା୨ : ଆଜି ଠାରୁ ମାଟ୍ରିକ ପରିକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ବିଷୟରେ ଜିଲ୍ଲାର ୧୦୩ଟି ପରୀକ୍ଷା କେନ୍ଦ୍ରରେ ୧୮,୯୭୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏଥିସହିତ ୨ଟି କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟର ୨୨୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨୪୮ ଜଣ ମଧ୍ୟମା ପରୀକ୍ଷାର୍ଥୀ ୧୫ଟି ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ମାଟ୍ରିକ ପରୀକ୍ଷା […]
କେନ୍ଦ୍ରାପଡ଼ା,୨୦ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଆୟୋଜିତ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ଦ୍ୱିତୀୟ ଦିବସରେ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ମହାଆଡମ୍ବରରେ ଆଶ୍ରମର ପ୍ରତିଷ୍ଠାତ୍ରୀ ତଥା ବିଦ୍ୟାମନ୍ଦିରର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦକ ପଣ୍ଡିତ […]
କେନ୍ଦ୍ରାପଡ଼ା,୨୦ା୨ : କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡାର ଚିତ୍ତରଞ୍ଜନ ଦାସଙ୍କୁ ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଦଳରୁ ନିଲମ୍ବନ କରାଯାଇଥିବା ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।
କେନ୍ଦ୍ରାପଡ଼ା,୨୦ା୨: କେନ୍ଦ୍ରାପଡା ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ଯଥା ବରିଷ୍ଠ ର୍ନିବାଦିୟ ବିଜେଡି ନେତା ଧିରେନ କୁମାର ସାହୁ ଆଜି କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ଦଳ ପକ୍ଷରୁ ଅବସ୍ଥାପିତ କରାଯାଇଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ପଦବୀରେ ଗତ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ସାନଜରିଆ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନଜରିଆ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା । ସରପଞ୍ଚ ନିରାକାର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳ ବିକାଶ ପାଇଁ ଆମ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବିଲିକଣା ପଂଚାୟତରେ ରାଜ୍ୟ ସରକାରଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସରପଂଚ ଲଷ୍ମୀପ୍ରିୟା ଷଢଙ୍ଗୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାର ରାଜ୍ୟର ଗରିବ ଜନସାଧାରଣଙ୍କ ପାଇଁ ପ୍ରଣୟନ କରିଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ ।ଏହି […]
ଆଜି ଠାରୁ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ କଷଣଅଣ୍ଟା ହାଇସ୍କୁଲ ପ୍ରଶ୍ନପତ୍ର ହବ କେନ୍ଦ୍ର କରାଯାଇଛି । ସମୁଦାୟ ପରୀକ୍ଷା ପରିଚାଳନା ପାଇଁ ୧୩ ହବ କେନ୍ଦ୍ର କରାଯାଇଛି । ଚଳିତ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରିଥିବା ୨୬୩୩ ମଧ୍ୟରୁ ୨୫୭୮ ଜଣ ପିଲା ପରୀକ୍ଷା ଦେଉଛନ୍ତି । ଆଜି ମାଟ୍ରିକ ପରୀକ୍ଷା […]
ଦୁରେଇ ଦୁରେଇ ଯାଉଛି ଗୁରୁ ଶିଷ୍ୟର ସମ୍ପର୍କ । ସେଦିନ ପରି ଗୁରୁଙ୍କୁ ଭକ୍ତି କରୁନି ଛାତ୍ର ଆଉ ଛାତ୍ର ମଧ୍ୟ ଗୁରୁଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହେବାରେ ଲାଗିଛି । କିନ୍ତୁ ଆପଣ ଜାଣି ବିଶ୍ମିତ ହେବେ କି ୪୬ ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ର ଛାତ୍ରୀ ମାନେ ଏବେ ସେମାନଙ୍କ ଚିରବନ୍ଦନୀୟ ଗୁରୁଙ୍କ ପାଦପୁଜା କରିଛନ୍ତି । ଏପରି ଏକ ଅଭୁଲା ମୁହୁର୍ତ୍ତ […]
କେନ୍ଦ୍ରାପଡ଼ା,୧୯ା୨ : ଆଜି ଠାରୁ ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଜିଲ୍ଲାର ସମସ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ଆଜି ଠାରୁ ଦାବି ପୁରଣ ହେବା ପର୍ଯ୍ୟନ୍ତ ଆଉ କୈାଣସି ରାଜସ୍ୱ ବିଭାଗର କାର୍ଯ୍ୟ କରିବେ ନାହିଁ । କେବଳ ପରୀକ୍ଷା ଦାୟୀତ୍ୱ ସମେତ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟକୁ ଛାଡି ଦେଲେ ଅନ୍ୟ କୈାଣସି ସରକାରୀ […]
କେନ୍ଦ୍ରାପଡ଼ା,୧୯ା୨: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି +୨ ବିଜ୍ଞାନର ଇଂରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮୬୨ଜଣ ପରୀକ୍ଷାର୍ଥୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଦେଇଛନ୍ତି । ଏଥିସହିତ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋକେସନାଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୧୦ଜଣ ଛାତ୍ରଛାତ୍ରୀ ଥିବା […]
କେନ୍ଦ୍ରାପଡ଼ା, ୧୯ା୨: ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ ଆଡହକ୍ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନାରା ୧୦ବର୍ଷ ଜେଲଦଣ୍ଡାଦେଶ ସହ ୨୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଗୁପ୍ତି ଗ୍ରାମର ଜନୈକ ମହିଳା ଗତ ୨୦୨୦ମସିହା ମାର୍ଚ୍ଚମାସ ୧ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ତାଙ୍କର ଏକ ବାହାରିଆ ଘରେ ଧାନ ଉସାଁଉଥିବା ବେଳେ […]
କେନ୍ଦ୍ରାପଡ଼ା,୧୯ା୨ : କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରିକ୍ଷା ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ଜିଲ୍ଲାରେ ୧୦୩ ଟି ପରୀକ୍ଷା କେନ୍ଦ୍ରରେ ୧୯,୨୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମୁକ୍ତ ହାଇସ୍କୁଲରେ ୩୧୦ ଜଣ ପରୀକ୍ଷାର୍ଥୀ ୨ଟି ପରୀକ୍ଷା କେନ୍ଦ୍ରରେ , ୩୦୮ ଜଣ ମଧ୍ୟମା ପରୀକ୍ଷାର୍ଥୀ ୧୫ଟି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ […]
କେନ୍ଦ୍ରାପଡା, ୧୮/୨: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର ସଭାପତି ପ୍ରଭାକର ପଲାଇଙ୍କ ସଭାପତିତ୍ୱରେ ଜିଲ୍ଲା ଯାଦବ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଦବମାନଙ୍କ ସଂଖ୍ୟା ୩ଲକ୍ଷ ୩୧ହଜାର ଥିବାବେଳେ ଆଗାମୀ ୨୦୨୪ ନିର୍ବାଚନରେ ନିର୍ଣ୍ଣାୟକ ହେବ ବୋଲି ପ୍ରକାଶ ପାଇଛି । ଯାଦବ ବହୁଳ ନିର୍ବାଚନ ମଣ୍ଡଳୀ ମହାକାଳପଡ଼ାରୁ ଚିତ୍ତରଞ୍ଜନ ଦାସ ପ୍ରାର୍ଥୀ ହେବା ନେଇ ସ୍ଥିର ହୋଇଛି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିଅଣ୍ଟା ଓ ବଡପଡା ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଖଡ଼ିଅଣ୍ଟା ପଂଚାୟତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଥିବା ବେଳେ ବଡପଡା ପଂଚାୟତକୁ ମଧ୍ୟ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି ।ଏହି […]
କେନ୍ଦ୍ରାପଡା, ୧୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତ ବୁଢାଗୋବିନ୍ଦ ମନ୍ଦିର ପରିସରରେ ଦେବାଶିଷ କୁବେରଙ୍କ ତତ୍ୱାବଧାନରେ ଅଷ୍ଟାଦଶତମ ବାର୍ଷିକ ଶାରଳା ମେଳା ଅନୁଷ୍ଠିତ ହୋଯାଇଛି । ଗତ ଗୁରୁବାର ଦିନ ସକାଳେ ମା ଶାରଳାଙ୍କ ପାଖକୁ ଶ୍ରୀ କୁବେର ଯାଇ ଆଜ୍ଞାମାଳ ଆଣିଥିଲେ । ଆଜ୍ଞାମାଳ ଆସିବା ପରେ ଗୋବରୀ ଘାଟରୁ ଭକ୍ତମାନେ କଳସରେ ପାଣିଆଣିବା ପରେ ଘଟ ସ୍ଥାପନ କରାଯାଇ ପୂଜାଅର୍ଚ୍ଚନା କରାଯାଇଥିଲା । ଏହି ଉପଲକ୍ଷେ […]
ଆଜି ଓଡିଶାର ୧୫ଟି ଜିଲ୍ଲାର ୭୩ଟି ଆମ ହସ୍ପିଟାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଠାରେ ଭିଡିଓ କନଫରେନ୍ସ ଯୋଗେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବରେ ୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସବଡିବିଜନ ହସ୍ପିଟାଲରେ ଆମ ହସ୍ପିଟାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମକୁ ମଧ୍ୟ ଭିଡିଓ କନଫରେନ୍ସ ଯୋଗେ […]
କେନ୍ଦ୍ରାପଡା, ୧୭/୨: ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କେନ୍ଦ୍ରାପଡା ବାଟ ଦେଇ ଚାନ୍ଦବାଲି ଗସ୍ତରେ ଆସିବା ଅବସରରେ ଗରାପୁର କଂଗ୍ରେସ କାର୍ଯ୍ୟାଳୟ ଠାରେ ତାଙ୍କୁ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶହଶହ କଂଗ୍ରେସ କର୍ମୀ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ସମବେତ ହୋଇ ପିସିସି ସଭାପତିଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ […]