ଉତ୍କଳ ଦିବସ ଓଡିଶା ରାଜ୍ୟ ର ପ୍ରତିଷ୍ଠା ଦିବସ । ପୁରା ରାଜ୍ୟ ରେ ୧ ଅପ୍ରେଲକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଉତ୍କଳ ଦିବସ ପାଳନ କରିବା ର ମୂଳ ଉଦ୍ଦେଶ୍ୟ ହେଲା ଓଡିଆ ଭାଷା ଏବଂ ସଂସ୍କୃତି ର ପ୍ରତିଷ୍ଠା କୁ ମନେ ପକେଇବା ।ସ୍ୱତନ୍ତ୍ର ହୋଇଥିବା ଓଡିଶା ରାଜ୍ୟ ଏବଂ ତାର ସଂଘର୍ଷ ର କାହାଣି କୁ ଆମେ ଏହି ଦିନମନେପକାଉ । ଉତ୍କଳ ଦିବସ ପାଳନ କଲାବେଳେ ଆମେ ଓଡିଆ ଜାତି ର ବୀର ଗାଥା କୁ ରୋମନ୍ଥନ କରୁ ।
୧୯୩୬ ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା । ଏହି ସ୍ମୃତିରେ ପ୍ରତିବର୍ଷ ଏପ୍ରିଲ୍ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ଦିନ । ସ୍ୱତନ୍ତ୍ର ଓଡ଼ିଶାର ଜନ୍ମ ସମୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀରୁ ଝରିଆସିଥିଲା ଏଇ ସୁପ୍ରସିଦ୍ଧ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ । ୧୫୬୮ରେ ଏକ “ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ” ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ଓଡ଼ିଶାର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିବା ପାଇଁ ଏହି ମହାନ୍ ବିପ୍ଳବୀମାନେ ଖୁବ୍ କଷ୍ଟ କରିଥିଲେ । ଶେଷରେ ସ୍ୱତନ୍ତ୍ର ଓଡ଼ିଶାର ଜନ୍ମ ହୋଇଥିଲା ।
୨୦୧୧ ରେ ଓରିଶା ରାଜ୍ୟ ର ନାମ ସମ୍ଭିଧାନ ରେ ସଂଶୋଧନ କରି ଓଡିଶା ରାଜ୍ୟ ରୂପେ ନାମକରଣ କରାଯାଇଥିଲା । ୧ ଏପ୍ରେଲ ୨୦୨୧ ଗୁରବାର ଦିନ ପୁରା ଦେଶ ଏବଂ ବିଦେଶରେ ଓଡିଆ ଲୋକଙ୍କ ଦ୍ୱାରା ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଥିଲା । ଏହି ଦିନ “ଓଡିଶା ଓ ଓଡିଆ” କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମାନ୍ୟତା ଦିଆଗଲା ।
ଓଡିଶା ରାଜ୍ୟ ର ନିର୍ମାଣ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ ,ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେବ ଏହି ପରି ଅନେକ ଲୋକଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ଅଛି । ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଓଡିଶା ଦେଶ ପ୍ରୀତି ଦେଖିଲେ ଆଖି ରେ ଲୁହ ଜମିଯାଏ । “ମିଶୁ ମୋର ଦେହ ଏ ଦେଶ ମାଟି ରେ….ଦେଶ ବାସୀଚାଲିଯାଆନ୍ତୁ ପିଠିରେ । ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼ ପୁରୁ ତହିଁ ପଡି ମୋର ମାଂସ ହାଡ଼” । ଉତ୍କଳ ଗୌରବ ମଧୁସୂଦନ ଦାସ , ଉତ୍କଳମଣି ଗୋପବନ୍ଧୁ ଦାସ , ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦିୟୋ, ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି, ଫକିର ମୋହନ ସେନାପତି ଏବଂ ଗଙ୍ଗାଧର ମେହେର , ଗୌରିଶଙ୍କର ରେଙ୍କ ଅଗ୍ରଣୀ ପ୍ରୟାସ ଯୋଗୁ ଓଡିଶା ଏକ ଅଲଗା ସୁନ୍ଦର ଭାଷା ଓ ପାରମ୍ପରିକ ରାଜ୍ୟ ହୋଇଗଲା ।
ଆଜି ବିଶ୍ୱ ଆଗରେ ଓଡିଆ ଜାତି ମୁଣ୍ଡ ଉଠାଇ ଠିଆ ହୋଇଛି । ଓଡିଆ ସଂସ୍କୃତି , ଓଡିଆର ଗୌରବ ମୟ ଇତିହାସ ସମୟର ଝଡରେ ହଜିଯାଇନି । ଉତ୍କଳର ଆଉ ଗୋଟିଏ ନାମ କଳିଙ୍ଗ ଅନେକ ସ୍ଥାନରେ ଏହି ନାମ ଦେଖିବାକୁ ମିଳିଛି । ଅଶୋକଙ୍କ କଳିଙ୍ଗ ଯୁଦ୍ଧ ତା ସହିତ ଅନେକ ଶିଳାଲିପି ଓଡିଶାର ପ୍ରତିଷ୍ଠା ଓ ସ୍ଥିତିକୁ ଦର୍ଶାଇଛି । ଖାରାବେଳଙ୍କର ଶିଳାଲିପି ମଧ୍ୟ ଓଡିଶାର ଗୌରବମୟ ଇତିହାସର ଏକ ଉଦାହାରଣ । ଦିନଥିଲା ଓଡିଆ ବୀର ମାନେ ଗଙ୍ଗା ଠାରୁ ଗୋଦାବରିଯାଇଁ ଭୂମଣ୍ଡଳ ଉପରେ ବିଜୟ ର ପତାକା ଉଡାଇଥିଲେ । ମହାଭାରତର ପୃଷ୍ଠାରେ କଳିଙ୍ଗର ନାମ ମଧ୍ୟ ଉଲ୍ଲେଖ କରାଯାଇଛି । ଦୁର୍ଯ୍ୟଧନର ନିମନ୍ତ୍ରଣ ପାଇ କଲିଙ୍ଗ ରାଜା ମହାଭାରତର ଯୁଦ୍ଧରେ ଯୋଗ ଦେଇଥିଲେ ଏବଂ ଯୁଦ୍ଧ କରି ମୃତ୍ୟୁବରଣ କରିଥିଲେ ।
ଉତ୍କଳ ଦିବସ କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଏ । ଏହି ଦିବସର ମହତ୍ୱ ଦର୍ଶାଇବା ପାଇଁ ରାଜ୍ୟର ବଡ ଏବଂ ଛୋଟ ଶହରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଉତ୍କଳ ଦିବସକୁ ଓଡିଶା ସରକାରଙ୍କ ଦ୍ୱାରା ରାଜ୍ୟ ବ୍ୟାପୀ ଛୁଟି ଘୋଷଣା କରାଯାଇଛି । ସ୍କୁଲ, କଲେଜ, ଅଫିସ ଓ ବ୍ୟାଙ୍କ ଗୁଡିକ ବନ୍ଦ ରହିଛି । ଉତ୍କଳ ଦିବସରେ ବିଭିର୍ନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ବେଳେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ଆନୂକୁଲ୍ୟରେ ଉତ୍କଳ ଦିବସ ପାଳନ କରାଯାଇଛି । ପିଲାଙ୍କ ଠାରୁ ବଡ ଯାଏଁ ସମସ୍ତେ ’ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ଅନେକ ସ୍ଥାନରେ ନାଚ ଗୀତ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବା କୁ ମିଳିଛି । ଉତ୍କଳ ଦିବସକୁ ଧରି କବିତା ପାଠ, ବକୃତା ପ୍ରତିଯୋଗୀତା, ଭାଷଣ ପ୍ରତିଯୋଗୀତା ଅନେକ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଲା ନୂଆ ପିଡିଙ୍କୁ ଓଡିଆ ଭାଷା ଓ ଓଡିଶା ସଂସ୍କୃତି ସହିତ ପରିଚୟ କରାଇବା । ନିଜକୁ ଓଡିଆ ଭାବି ଗୌରବାନ୍ୱିତ ହେବା । ମାର୍ଚ ୧୧ ୨୦୧୪ ରେ ଓଡିଆ ଭାଷାକୁ କ୍ଲାସିକଲ ଭାଷା ରୂପେ ଘୋଷଣା କରାଗଲା । ଏହା ହେଉଛି ଷଷ୍ଠ ତମ ଶାସ୍ତ୍ରୀୟ ଭାଷା । ଏହା ପୂର୍ବରୁ ସଂସ୍କୃତ , ତାମିଲ , ତେଲଗୁ , କାନାଡା ଏବଂ ମାଲୟାଲମ କୁ ଶାସ୍ତ୍ରୀୟ ଭାଷା ରୂପେ ମାନ୍ୟତା ମିଳିଥିଲା ।