ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଶ୍ରୀବଳଦେବଜୀଉଙ୍କ ଆଶ୍ରିର୍ବାଦ ଭିକ୍ଷା କଲେ



କେନ୍ଦ୍ରାପଡ଼ା, ୧ା୪: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ସଂସଦୀୟ କ୍ଷେତ୍ରର ବିଜେପି ସଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ସନ୍ଦ୍ୟାରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ଆଶ୍ରିର୍ବାଦ ଭିକ୍ଷା କରିଛନ୍ତି । ବିଜେପି ସଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡା ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଦୁହୁରିଆସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରୁ ଏକ ଖୋଲା ଜିପରେ ଛିଡା ହୋଇ ଶୋଭାଯାତ୍ରାରେ ତିନିମୁହାଣି ଛକ ଓ ସହର ମଧ୍ୟ ଦେଇ ରାତି ପ୍ରାୟ ୮ଟାରେ ପହଞ୍ଚିଥିଲେ । ଇଛାପୁର ଠାରେ ପହଞ୍ଚିବା ପରେ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ଏଥିସହିତ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କରି ପ୍ରଚେଷ୍ଟାରେ କେନ୍ଦ୍ରାପଡାକୁ ପ୍ରଥମେ ମାଲବାହୀ ରେଳ ଚାଲିଥିବା ବେଳେ ପରେ ଯାତ୍ରୀବାହୀ ରେଳ ଚଳାଚଳ ହୋଇଛି । ଆଗାମୀ ୫ବର୍ଷରେ କେନ୍ଦ୍ରାପଡାରେ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ପଣ୍ଡା କେନ୍ଦ୍ରାପଡାବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଶୋଭାଯାତ୍ରାରେ ବିଜେପି ସଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କ ସହ ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ଡ. କଳ୍ପନା ମଳିକ, ତେଜେଶ୍ୱର ପରିଡା, ଆଇନଜୀବୀ ପ୍ରତାପ ଚନ୍ଦ୍ର ଦାସ, ଦୁର୍ଗାଶିଷ ନାୟକ, ଜାନକି ପ୍ରଧାନ, ସଞ୍ଜୟ ରଥ, ସୁନାକର ବେହେରା, ବ୍ରଜସୁନ୍ଦର ଭୂୟାଁ, କୃଷ୍ଣଚନ୍ଦ୍ର ପଣ୍ଡା, ଇଂ ଜ୍ଞାନଦେବ ବେହୁରା, ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ଜିଲ୍ଲାସ୍ତରୀୟ ୮୯ତମ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ମାତୃଭାଷାର ପ୍ରଗତିରେ ଜାତିର ଉନ୍ନତି: ଜିଲ୍ଲାପାଳ

Mon Apr 1 , 2024
କେନ୍ଦ୍ରାପଡ଼ା, ୧ା୪: ବୀରପ୍ରସବିନୀ ଓଡ଼ିଶା ମାଟିର ସୁଯୋଗ୍ୟ ବରପୁତ୍ରମାନେ ଥିଲେ ଦୂରଦ୍ରଷ୍ଟା । ସେମାନେ ବୁଝିଥିଲେ ହୃଦୟର ଭାଷା ଅର୍ଥାତ୍ ମାତୃଭାଷା ହେଉଛି ଆମ ଅତୀତର ଅସ୍ତିତ୍ୱ ପୁଣି ଆମ ଭବିଷ୍ୟତ । ମାତୃଭାଷା ମାଧ୍ୟମରେ ଶିକ୍ଷା ଗ୍ରହଣ କଲେ ପାଠ ହୁଏ ସୁବୋଧ୍ୟ, ସହଜ ଓ ସରଳ । ତେଣୁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ନେଇ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସେମାନେ ଅତୀତରେ ଉଦ୍ୟମ କରିଥିଲେ […]

KANIKA