କେନ୍ଦ୍ରାପଡା ମହାବିଦ୍ୟାଳୟର ଏନସିସି ସିନିଅର ଅଣ୍ଡର ଅଫିସର ଏଲୀନା ଜତିଙ୍କ ଦେହାନ୍ତ



କେନ୍ଦ୍ରାପଡ଼ା, ୯ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରୀ ଏନସିସି ବାଳିକା ବିଭାଗର ସିନିଅର ଅଣ୍ଡର ଅଫିସର ମିସ ଏଲୀନା ଜତିଙ୍କର ୨୩ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ବହୁ ଦିନ ଧରି ଲିଭର ଜଣ୍ଡିସ ରୋଗରେ ପିଡିତ ଥିଲେ । ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତା ଜତିଙ୍କ ବିୟୋଗରେ ସ୍ମୃତିଚାରଣ କରାଯିବା ସହ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି ।

ଏହି ଅବସରରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନସିସି ବାଳିକା ବିଭାଗ କ୍ୟାପଟେନ ସୀମା ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ସ୍ମୃତିସଭାରେ ଏନସିସି ବାଳକ ଓ ବାଳିକା ବିଭାଗର ସମସ୍ତ କ୍ୟାଡେଟ ଯୋଗଦେଇ ସ୍ୱର୍ଗତା ଜତିଙ୍କ ପ୍ରତି ସ୍ମୃତିଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମାଇଁ ଏନସିସି ଆଲୁମିନି ଆସୋସିଏସନ୍‌ର ସମ୍ପାଦକ ଚିନ୍ମୟ ବିଶ୍ୱାଳଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


Next Post

ବାପା ଶୁଦ୍ଧିକ୍ରିୟାର ନବମ ଦିନରେ ପୁଅର ମୃତ୍ୟୁ : ସମଗ୍ର ଅଂଚଳରେ ଶୋକର ଛାୟା ,ବଡମୁଣ୍ଡରେ ଶୁଦ୍ଧିକ୍ରିୟା ସମ୍ପର୍ଣ୍ଣ

Mon Jun 10 , 2024
ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । ଏହା ଏମିତି ଏକ ସତ୍ୟ ଯାହାକୁ ଆଜି ପର୍ଯ୍ୟନ୍ତ କିଏ ମିଛ ବୋଲି ପ୍ରମାଣିତ କରିପାରିନାହିଁ । ମୃତ୍ୟୁ କେତେବେଳେ ଯେ ଆସେ ତାର ସମୟ ନଥାଏ । କିନ୍ତୁ ବୟସ ହେବା ପୂର୍ବରୁ ଯଦି କେହି ମୃତ୍ୟୁବରଣ କରେ ତାହାହେଲେ ପରିବାର ଭାଙ୍ଗିପଡେ ଓ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଏ । ଏଭଳି ଏକ ହୃଦୟ ସ୍ପର୍ଶୀ ଘଟଣା ଘଟିଛି […]

You May Like