କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ଓ ତୁଳସୀ ମହିଳା କଲେଜ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ମିଳିତ ଭାବେ ପରିବେଶ ସମାଜବିଜ୍ଞାନ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ସମାଜବିଜ୍ଞାନୀ ନବନିତା ରଥ ଯୋଗ ଦେଇ ପରିବେଶ ଉପରେ ପ୍ରତିକୂଳ ଜଳବାୟୁର ଭୟାବହତା ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ପ୍ରଫେସର ରବୀନ୍ଦ୍ର କୁମାର ଗରଡ଼ ଅନ୍ୟତମ ବିଷୟ ବିଶାରଦ ଭାବେ ଯୋଗ ଦେଇ ପରିବେଶର ଦ୍ରୁତ ଅବନତି ମାନବ କୃତ ବୋଲି ମତପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ଶ୍ରୀ ଭୂୟାଁ ସ୍ୱାଗତ ଭାଷଣ ଦେଇଥିବାବେଳେ କଲେଜ ସମାଜବିଜ୍ଞାନ ବିଭାଗ ମୁଖ୍ୟ କ୍ୟାପଟେନ ମନୋଜ ପରିଡା ଅତିଥିପରିଚୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ରଂଜିତ ସେନାପତି ବିଷୟ ଭିତ୍ତିକ ସାରାଂଶ ପାଠ କରିଥିଲେ । ଏହି ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ପଟ୍ଟାମୁଣ୍ଡାଇ କଲେଜର ପ୍ରାଧ୍ୟାପକ ଡ଼ ଦୁଃଶାସନ ପରିଡା,ଡ଼ ରମେଶ ସାହୁ, ଡ଼ ସୁନୀଲ ପ୍ରଧାନ,ଡ଼ ଫକୀର ପ୍ରଧାନ, ଅମୀୟ ଦାସ, ପ୍ରମୋଦ ସ୍ୱାଇଁ, ତୁଳସୀ ମହିଳା କଲେଜର ବିଭାଗୀୟ ମୁଖ୍ୟ ମଥୁରୀ ଚରଣ ନାୟକ, କେନ୍ଦ୍ରାପଡ଼ା ସାନ୍ଧ୍ୟ କଲେଜ ଅଧକ୍ଷା ଆଦ୍ୟାରଶ୍ମି ଆଚାର୍ଯ୍ୟ, ଜହ୍ନମୂଳ କଲେଜ ଅଧକ୍ଷ ପ୍ରଶାନ୍ତ କୁମାର ଜେନା ସମେତ ବିଭିନ୍ନ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ପଟ୍ଟାମୁଣ୍ଡାଇ କଲେଜ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସମାଜବିଜ୍ଞାନ ଛାତ୍ରୀ ବନ୍ଦିତା ସାହୁ ଧନ୍ୟବାଦ ଦେଇଥିଲେ ।











