ଆଜି ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ । ଓଡ଼ିଶାରେ ଗଣପର୍ବ ପାଳିତ ହୁଏ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନି ଠାକୁରଙ୍କ ଲଲାଟରେ ଚିତା ଲାଗି କରନ୍ତି । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ ।
ଦୀର୍ଘ ଚାରିମାସର ଗ୍ରୀଷ୍ମ ପ୍ରବାହ ପରେ ଧରାପୃଷ୍ଠକୁ ଆସେ ବର୍ଷା । ବର୍ଷାର ଆଗମନରେ କୃଷକ କୃଷିକାର୍ଯ୍ୟରେ ଲାଗିପଡ଼େ । ଏହି ସମୟରେ ଓଡ଼ିଶାର ପୁରପଲ୍ଲୀରେ ଶ୍ରାବଣ ମାସରେ ପଡ଼ୁଥିବା ଅମାବାସ୍ୟାଟିକୁ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଭାବରେ ପାଳନ କରାଯାଏ । ଏହି ପର୍ବରେ ଘରେ ଘରେ ଚିତଉ ପିଠା ହୁଏ । ଓଡ଼ିଆ ଘରର ବିଭିନ୍ନ ପିଠା ଏଣ୍ଡୁରୀ, ଚକୁଳି, ମଣ୍ଡାପିଠା ପରି ଚିତଉ ଏକ ସ୍ୱତନ୍ତ୍ର ଧରଣର ପିଠା । ଏହି ପର୍ବଟି ଅନେକ କାଳରୁ ଆମ ପୂଜା ପାର୍ବଣ ଓ ପରମ୍ପରା ସହିତ ସମ୍ପର୍କିତ । ଚିତାଲାଗି ଅମାବାସ୍ୟାର ମୁଖ୍ୟ ଭୋଗ ଚିତଉ ପିଠା । ପିଠା ତିଆରି ହୋଇ ପ୍ରଥମେ ପାଣିରେ ଗେଣ୍ଡା-ଶାମୁକାଙ୍କୁ ଅର୍ପଣ କରାଯାଏ । ଏ ସଂପର୍କରେ ଏକ ଲୋକକଥା ବି ରହିଛି । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । କୃଷି ସମୟରେ କୃଷକଭାଇମାନେ ଜମିରେ କୃଷି କାର୍ଯ୍ୟ କରିଥାନ୍ତି । ଏହି ସମୟରେ ଗେଣ୍ଡା ଶାମୁକାଦି ସେମାନଙ୍କ ଗୋଡ଼କୁ କାଟିଦେବା କି କାମୁଡ଼ି ଦେବାର ଆଶଙ୍କା ରହିଥାଏ । ତେଣୁ ଏସବୁ ନ ହେବା ପାଇଁ ଗୃହିଣୀମାନେ ଏହି ଅମାବାସ୍ୟା ଦିନ ପ୍ରସ୍ତୁତ ଚିତଉ ପିଠା ଦେଇ ଗେଣ୍ଡାଶାମୁକାଙ୍କୁ ସନ୍ତୁଷ୍ଟ କରିଥାନ୍ତି । ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ ।ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନି ଠାକୁରଙ୍କ ଲଲାଟରେ ଚିତା ଲାଗି କରନ୍ତି । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ । ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସେଥିପାଇଁ “ଗେଣ୍ଡଇକଟା ଓଷା’ ନାମରେ ମଧ୍ୟ ଜଣା । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା’ କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବ ମାନଙ୍କ ମଧ୍ୟରେ ଗୋଟିଏ । ଗେଣ୍ଡା ସାଧାରଣତଃ ଫସଲ କାଟି କ୍ଷତି କରୁଥିବାରୁ ସେ ସମ୍ଭାବନାକୁ ଏଡ଼େଇବା ନିମନ୍ତେ ଏହି ଖାଦ୍ୟ ଅର୍ପଣ କରାଯାଇଥାଏ । ଖାଦ୍ୟ ଖାଇ ଗେଣ୍ଡା ଆଉ କେଉଁଠାକୁ ଚାଲିଯାଇଥାଏ । ଏହି ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ତିନିଠାକୁରଙ୍କ ଲଲାଟରେ ଦଇତାପତିମାନେ ଚିତା ଲାଗି କରୁଥିବାରୁ ଏହାର ନାମ ଚିତାଲାଗି ଅମାବାସ୍ୟା । ସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତା ଉଲାଗି କରାଯାଇଥାଏ ତାହା ପୁଣି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନୀଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟଖଚିତ ନାଲି ଚିତା ଲାଗି କରାଯାଏ । ପରମ୍ପରା ଏବଂ ବିଧି ମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ ଶ୍ରୀବିଗ୍ରହଙ୍କ ମସ୍ତକରେ ପରିଧାନ କରାଇଥାନ୍ତି । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରିଧାନ କରାଇଥାନ୍ତି । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୧୩ଶ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି ଜଣାଯାଏ ।