
ପଟ୍ଟାମୁଣ୍ଡାଇ ୧୨/୧୨ -ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ଏମ୍ଏନ୍ ହାଇସ୍କୁଲର ୭୧ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜୟ ରାଉତରାୟଙ୍କ ପୌରୋହିତ୍ୟ ଅନୁଷ୍ଠିତ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତପନ କୁମାର ଦାଶ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦର ସମ୍ପାଦକ ଗୋପିନାଥ ତ୍ରିପାଠୀ ଏବଂ ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସ୍ୱର୍ଣ୍ଣମୟୀ ନାୟକ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଶାରିରିକ, ମାନସିକ ଓ ବୌଦ୍ଧିକ ବିକାଶ ଦିଗରେ କ୍ରୀଡାର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମାର୍ଚପାଷ୍ଟ କରିବା ସହ କ୍ରୀଡା ମଶାଲ ଧରି ପରିକ୍ରମା କରିଥିଲେ। କ୍ରୀଡ଼ାର ମହତ୍ୱ ଉଦ୍ଦେଶ୍ୟ ପୁରସ୍କାର ନୂହେଁ, ଶୃଙ୍ଖଳା ଏବଂ କୌଶଳ ପ୍ରଦର୍ଶନ କରିବା। ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କର କ୍ରୀଡାପ୍ରତିନିଧି ଭାବେ ଛାତ୍ରୀଛାତ୍ର ଡିଏଲ୍ ରୋଜି ଖେଳ ପୂର୍ବରୁ ସାମୁହିକ ଶପଥ ପାଠ କରାଇଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁଙ୍କ ତତ୍ୱାବଧାନରେ ଅୟୋଜିତ କ୍ରୀଡା ପ୍ରତିଯୋଗିତାରେ ୭୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ଉଦଘାଟନ ଉତ୍ସବରେ ୧୨ଟି ବିଭାଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କ୍ରୀଡା ଉତ୍ସବ ରେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏନ୍ସିସି ଶିକ୍ଷକ ସରୋଜ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।ଏହି ଉତ୍ସବକୁ ସହକାରୀ ଶିକ୍ଷୟତ୍ରୀ ଗୋମତୀ ସ୍ୱାଇଁ, ଜ୍ୟୋତିଲକ୍ଷ୍ମୀ ବେହେରା, ମାନସୀ ମହାନ୍ତି, ସନ୍ଧ୍ୟାରାଣୀ ପାଣିଗ୍ରାହୀ, ତପସ୍ୱିନୀ ମଲ୍ଲିକ୍, ଶାଶ୍ୱତୀ ପ୍ରିୟଦର୍ଶିନୀ ସାହୁ, ଗାୟତ୍ରୀ ସାହୁ, ସ୍ମିତାପ୍ରଜ୍ଞା ରାଉତ ,ଶୈଳବାଳା ଆଚାର୍ଯ୍୍ୟ, ଶ୍ରୀକାନ୍ତ ମଲ୍ଲିକ୍, ବିନୋଦ ବିହାରୀ ନାଥ, ଶିବ ଶଙ୍କର ବାରିକ, ବ୍ରଜ କିଶୋର ମାଝୀ, ବାବାଜୀ ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ।
















