‘ଶିଶୁଙ୍କ ପାଇଁ ଦିନଟିଏ’ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ



କେନ୍ଦ୍ରାପଡ଼ା, ୩୦ା୮:ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ମତେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ଥରରେ ଶିଶୁମାନଙ୍କ ସମସ୍ୟା ବୁଝିବାକୁ “ଶିଶୁଙ୍କ ପାଇଁ ଦିନଟିଏ” ପ୍ରତି ତ୍ରୈମାସିକରେ କରିବାକୁ ନିର୍ଦେଶ ରହିଛି।  ତଦନୁଯାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଦଭାବନା ସଭା ଗୃହରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧକ୍ଷକ ଦେବାଶିଷ ଧଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡା. ଅନିତା ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁଇନ ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲିକ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା ସଂସ୍କୃତି ଅଧିକାରୀ ବିଶ୍ୱମୋହନ ମହାପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିଯୋଜନ ଅଧିକାରୀ ଘନଶ୍ୟାମ ସା, ଶିଶୁ ମଙ୍ଗଳ ସମିତି ଓ କିଶୋର ନ୍ୟାୟ ପରିଷଦର ସମସ୍ତ ସଭ୍ୟ ସଭ୍ୟାଙ୍କ ସହ “ଶିଶୁଙ୍କ ପାଇଁ ଦିନଟିଏ”କମିଟିର ଅନ୍ୟ ସଭ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ।  

ଜିଲ୍ଲା ଚାଇଲ୍ଡ ହେଲ୍ପଲାଇନର କର୍ମକର୍ତ୍ତା, ୟୁନିସେଫ ଓ ଆକସନଏଡ୍‌ର ଜିଲ୍ଲା ସଂଯୋଜିକା, ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ କାମ କରୁଥିବା ପଲିଶ୍ରୀ, ଭାରତ ଓ ରେସୱା ସ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ। ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି, ଜିଲ୍ଲା ସ୍ତରୀୟ ଟାସ୍କ ଫୋସ,ର୍ ବାଲ୍ୟ ବିବାହ ଓ କୈଶୋର ସଶକ୍ତିକରଣ, ବେଟୀ ବଚାଓ ବେଟୀ ପଢାଓ ଓ ଶିଶୁ ଶ୍ରମିକ ବନ୍ଦ କମିଟି ତଥା ଚାଇଲ୍ଡ ହେଲ୍ପଲାଇନ-୧୦୯୮ ର ତ୍ରୈମାସିକ ବୈଠକରେ ପ୍ରଗତି ତଥା ଆଗାମୀ ପଦକ୍ଷେପ ସମ୍ପର୍କିତ ଆଲୋଚନା ସ୍ଥାନିତ ହୋଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ମିସନ ଭସ୍ତାଳୟରେ ଜିଲ୍ଲାରେ ହୋଇଥିବା ପ୍ରଗତି ସମ୍ପର୍କରେ ତଥ୍ୟ ରଖିଥିଲେ। ଉପ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଜିଲ୍ଲାସ୍ତରରେ, ବ୍ଲକ ସ୍ତରରେ ଓ ପଞ୍ଚାୟତ ସ୍ତରରେ ଗୋଟିଏ ଗୋଟିଏ ଦିନ ଏହି କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତାବ ଦେବା ସହ ଗ୍ରାମ ଗୁଡିକୁ କିପରି ବାଲ୍ୟ ବିବାହ ମୁକ୍ତ ତଥା ଶିଶୁ ଅନୁକୂଳ କରାଯାଇ ପାରିବ, ସେ ବିଷୟରେ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କର ପୂର୍ଣ୍ଣ ସହଯୋଗ ଚାହିଁଥିଲେ। ଜିଲ୍ଲା ସଂଯୋଜିକା ଅମିତା ସିଂହ ବାଲ୍ୟ ବିବାହ, ଲିଙ୍ଗ ଅନୁପାତ, ଜିଲ୍ଲାର ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ତଥା ସେମାନଙ୍କ ଉପଯୁକ୍ତ ଥଇଥାନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜିଲ୍ଲାର ୧୬ ଟି ଥାନା ରେ ଥିବା ଶିଶୁ ଓ ମହିଳା ଡ଼େସ୍କ ଏବଂ ଶିଶୁ ମିତ୍ର ପୋଲିସ ଷ୍ଟେସନ୍ (ନିକିରାଇଠାରେ) କିଭଳି ସୁବିଧା ସୁଯୋଗ ଦିଆଯାଉଛି ଓ ସେଥିପାଇଁ ସେମାନେ ଯତ୍ନବାନ ଅଛନ୍ତି ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ଜିଲ୍ଲା ସଂଯୋଜିକା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହ ପି. ଏମ କେୟାରର ହିତାଧିକାରୀ ଓ ଶିଶୁ ଯତ୍ନ ଅନୁଷ୍ଠାନ, କୋରୁଆର ଅନ୍ତେବାସୀ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରୁ ତାଲିମ ପ୍ରାପ୍ତ ହେବା ପରେ ବାଙ୍ଗାଲୋରର ଘରୋଇ ଅନୁଷ୍ଠାନରେ ନିଯୁକ୍ତି ପାଇଥିବାରୁ ସେମାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading