
କେନ୍ଦ୍ରାପଡା,୨୪ା୧: ଆସନ୍ତା ୨୬ତାରିଖରେ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ୨୬ତାରିଖରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଆରମ୍ଭ ହୋଇ ଆସନ୍ତା ଫେବୃୟାରୀମାସ ୨ତାରିଖରେ ଉଦଯାପିତ ହେବ। ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ଟୁର୍ଣ୍ଣମେଣ୍ଟଅନୁଷ୍ଠିତ ହେବ। ଏହି ଜାତୀୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କଟକର ଓଡିଶା ପୋଲିସ, ବିହାର ବକ୍ସରର ମା’କାମାକ୍ଷା ସ୍ପୋଟ୍ସ କ୍ଲବ, କେନ୍ଦ୍ରାପଡାର ଚାନ୍ଦ କ୍ଲବ, ଝାଡଖଣ୍ଡର ସ୍ପୋଟିଙ୍ଗ କ୍ଲବ, ଦିଲ୍ଲୀର ଦି ସ୍କ୍ୱାଦ୍, କଟକର ମଙ୍ଗଳା କ୍ଲବ, କେନ୍ଦ୍ରାପଡାର ସୁରଜ କ୍ଲବ ଓ ବରଗଡର ୟୁନାଇଟେଡ ସ୍ପୋର୍ଟସ କ୍ଲବ ପ୍ରଭୃତି ୮ଟି ଦଳ ଅଂଶଗ୍ରହଣ କରିବେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ ବରଗଡର ୟୁନାଇଟେଡ ସ୍ପୋର୍ଟସ କ୍ଲବକୁ ଭେଟିବାକୁ ଥିବା ବେଳେ ୨୭ତାରିଖରେ କଟକର ଓଡିଶା ପୋଲିସ ଦଳ ଝାଡଖଣ୍ଡର ସ୍ପୋଟିଙ୍ଗ କ୍ଲବକୁ ଭେଟିବ। ୨୯ତାରିଖରେ ଦିଲ୍ଲୀର ସ୍କ୍ୱାଦ ଦଳ କଟକର ମଙ୍ଗଳା କ୍ଲବକୁ ଭେଟିବାକୁ ଥିବା ବେଳେ ୩୦ତାରିଖରେ ବିହାର ବକ୍ସରର ମା’ କାମାକ୍ଷା ସ୍ପୋର୍ଟସ କ୍ଲବ କେନ୍ଦ୍ରାପଡାର ସୁରଜ ସ୍ପୋଟିଙ୍ଗ କ୍ଲବକୁ ଭେଟିବ। ପ୍ରଥମ ସେମିଫାଇନାଲ ମ୍ୟାଚ ୨୮ତାରିଖରେ ହେବାକୁ ଥିବା ବେଳେ ୩୧ତାରିଖରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଟିତ ହେବ। ସେହିଭଳି ଫାଇନାଲ ମ୍ୟାଚ ଫେବୃୟାରୀମାସ ୨ତାରିଖରେ ଅନୁଷ୍ଟିତ ହେବ ବୋଲି ଲକି ସ୍ପୋଟିଙ୍ଗ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍ ସୂଚନା ଦେଇଛନ୍ତି।

