୯ ମାସ ହେଲା ଦରମା ପାଉନାହାନ୍ତି ସିଆରପି, ଏମବିକେ, ପ୍ରାଣୀମିତ୍ର ବିଧାନସଭାରେ ପ୍ରଶ୍ନ



ପଟ୍ଟାମୁଣ୍ଡାଇ ୯/୧୨- ପଟ୍ଟାମୁଣ୍ଡାଇ ଅଂଚଳରେ କାର୍ଯ୍ୟରତ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ଓ ପ୍ରାଣୀ ମିତ୍ରମାନେ ଦୀର୍ଘ ୯ ମାସ ହେଲା ଦରମା ନପାଇ ହନ୍ତସନ୍ତ ହେଉଛନ୍ତି । ଦରମା ଦାବୀ କରି ସେମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଏ ସମ୍ପର୍କରେ ସେମାନେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଭେଟି ତୁରନ୍ତ ଦରମା ପାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ ଏହି ପ୍ରସଙ୍ଗ ବିଧାନସଭାରେ ଉଥାପନ କରି ମହିଳା ସଶକ୍ତିକରଣକୁ ମୁଦା କରି କ୍ଷମତାକୁ ଆସିଥିବା ଭାଜପା ସରକାର ଏ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ କରିବା ସହିତ ଖାଲି ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣ ପାଇଁ ଯଥେଷ୍ଟ ନୁହେଁ ବୋଲି କହିଥିଲେ । ମହିଳା ସଶକ୍ତିକରଣ ପାଇଁ ଗତ ସରକାର ସମୟରେ ଗଠିତ ମିଶନଶକ୍ତିକୁ ପ୍ରଭାବଶାଳୀ କରିବା ପାଇଁ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର ଏପରିକି ଜୀବିକା ମିଶନ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ରାଜ୍ୟରେ ଗଠିତ ନୂତନ ସରକାର ମିଶନଶକ୍ତି ବନ୍ଦ ହେବ ନାହିଁ ବୋଲି ଘୋଷଣା କରିଥିବାବେଳେ ମିଶନଶକ୍ତିର ସହଯୋଗୀ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ପ୍ରାଣୀମିତ୍ର ଆଦି ପଦବୀରେ ନିଯୁକ୍ତ ହଜାର ହଜାର ମହିଳା ଦରମା ନପାଇ ହନ୍ତସନ୍ତ ହେବା ଓ ରାଜରାସ୍ତାରେ ଆନ୍ଦୋଳନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ସାହୁ ପ୍ରକାଶ କରି ତୁରନ୍ତ ସରକାର ଏଥିରେ ହସ୍ତକ୍ଷେପ କରି ଦରମା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ।


Next Post

ନିମ୍ନମାଧ୍ୟମିକ ଶିକ୍ଷକ ସଙ୍ଘର ଜିଲ୍ଲା ସାମ୍ବିଧାନିକ ସମ୍ମିଳନୀ

Mon Dec 9 , 2024
କେନ୍ଦ୍ରାପଡ଼ା,୯ା୧୨: ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ କେନ୍ଦ୍ରାପଡ଼ା ଜିଲ୍ଲାଶାଖାର ସାମ୍ବିଧାନିକ ସମ୍ମିଳନୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂଗଠନର ସଭାପତି ଦୟାନିଧି ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସକାଳେ ସଙ୍ଘ ପତାକା ଉତ୍ତୋଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉଦଘାଟକ ଭାବେ ବରିଷ୍ଠ ଶିକ୍ଷାବିତ୍ ଅବନୀ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ପୁଣ୍ୟାତ୍ମା ବନମାଳୀ ବ୍ରହ୍ମଚାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ […]

You May Like