ଶ୍ରୀ ବଳଦେବଜୀୟୁଙ୍କ ଆଶୀର୍ବାଦ ନେଲେ ବୈଜୟନ୍ତ : ବିପୁଳ ସମ୍ବର୍ଦ୍ଧନା ଓ ବିଜୟ ଶୋଭାଯାତ୍ରା


କେନ୍ଦ୍ରାପଡ଼ା, ୫ା୬: କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ବିଜୁ ପଟ୍ଟନାୟକଙ୍କ ଗଡ ଭାବେ ଖ୍ୟାତ । ଏହି ଗଡକୁ ବିଜେପି ନେତା ବୈଜୟନ୍ତ ପଣ୍ଡା ଦଖଲ କରି ଇତିହାସ ରଚନା କରିଛନ୍ତି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ ଶ୍ରୀ ପଣ୍ଡା ବିଜେପି ପ୍ରାର୍ଥୀ ଭାବେ ବିଜୟ ଲାଭ କରିଛନ୍ତି । ସେହିପରି ଭାବେ ମହାକାଳପଡା ବିଧାୟକ ବିଜେପି ପ୍ରାର୍ଥୀ ଦୂର୍ଗା ପ୍ରସନ୍ନ ନାୟକ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ଏହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ବିଜେପି କର୍ମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅବସରରେ ଆଜି ସାଂସଦ ଶ୍ରୀ ପଣ୍ଡା ଓ ଶ୍ରୀ ନାୟକ କେନ୍ଦ୍ରାପଡା ଆସି ଶ୍ରୀ ବଳଦେବଜୀୟୁଙ୍କ ଆଶୀର୍ବାଦ ନେଇଛନ୍ତି । ଅପରାହ୍ନ ୪ଟାରେ ଦୁହୁରିଆସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଶ୍ରୀ ପଣ୍ଡା ପହଞ୍ôଚବା ପରେ ସେଠାରେ ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତାମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହାପରେ କାର୍ଯ୍ୟାଳୟଠାରୁ ବାଜା ବାଣ ଫୁଟାଇ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ପ୍ରଥମେ ଦୁହୁରିଆଠାରୁ ବାହାରିବା ପରେ ତିନିମୁହାଣୀ, ନୂଆ ବସ୍‌ଷ୍ଟାଣ୍ଡ, ବଡହାଟ, ପୁରୁଣା ବସ୍‌ଷ୍ଟାଣ୍ଡ, କେଶପୁର ବଜାର, ସାନ୍ତସାହି ଦେଇ ଇଚ୍ଛାପୁର ଶ୍ରୀ ବଳଦେବଜୀୟୁଙ୍କ ମନ୍ଦିରରେ ପହଞ୍ôଚ ଶ୍ରୀ ବଳଦେବଜୀୟୁଙ୍କ ଆଶୀର୍ବାଦ ନେଇଥିଲେ । ସେଠାରେ ଶ୍ରୀ ପଣ୍ଡା ଓଡିଶାବାସୀ ଓ କେନ୍ଦ୍ରାପଡାର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଓଡିଶାରେ ପରିବର୍ତ୍ତନ ହେବା ସହିତ କେନ୍ଦ୍ରାପଡାରେ ଶ୍ରୀ ବଳଦେବଜୀୟୁଙ୍କ ଆଶୀର୍ବାଦରୁ ପରିବର୍ତ୍ତନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗଠନ କରାଯାଉଛି, ତାହାସହିତ ଓଡିଶା ତଥା କେନ୍ଦ୍ରାପଡାକୁ ବିକଶିତ କରିବା ପାଇଁ ସାମିଲ ହେବା । ରାସ୍ତାରେ ବିଭିନ୍ନ ସ୍ଥାନରେ ତାଙ୍କ ଶୁଭେଚ୍ଛୁମାନେ ଫୁଲ, ଚନ୍ଦନ ଦେଇ ବନ୍ଦାପନା କରିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଲା ସଭାପତି କିଶୋର ପଣ୍ଡା, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ, ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ଲୋକସଭା ସଂଯୋଜକ ସଞ୍ଜୟ ରଥ, ଜିଲ୍ଲା ମିଡିଆ ସେଲ୍ ପ୍ରମୁଖ ନେହେରୁ କୁମାର ସାହୁ, ରାଜ୍ୟ ପ୍ରବକ୍ତା ଧିରେନ ସେନାପତି, ଦୁର୍ଯ୍ୟୋଧନ ସାହୁ, ସୁନାକର ବେହେରା, ଗଗନ ସାହୁ, ଉପିନ ରାଉତ ପ୍ରମୁଖ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ ।


Next Post

କେନ୍ଦ୍ରାପଡା ଜିଲ୍ଲା ନବନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ ତରଫରୁ ଅଭିନନ୍ଦନ

Thu Jun 6 , 2024
  କେନ୍ଦ୍ରାପଡ଼ା, ୫ା୬: ସମ୍ପ୍ରତି ୨୦୨୪ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନରେ କେନ୍ଦ୍ରାପଡା ନବନିର୍ବାଚିତ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାନସଭାର ପ୍ରତାପ କେଶରୀ ଦେବ, ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ଦୂର୍ଗାପ୍ରସନ୍ନ ନାୟକ ଓ ଅରବିନ୍ଦ ମହାପାତ୍ରଙ୍କୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ ତରଫରୁ ଅଭିନନ୍ଦନ । ସମଗ୍ର ରାଜ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ଆମ ଜିଲ୍ଲା ରାଜନୈତିକ ମାନଦଣ୍ଡରେ ରାଜ୍ୟରେ ୨୭ତମ ସ୍ଥାନରେ ସ୍ଥାନୀତ । […]

KANIKA