- ହେଉଛି ଅଭାବି ଧାନ ବିକ୍ରୀ
- ସମ୍ପାଦକଙ୍କ ମନମାନିରେ ଅବହେଳିତ ସମବାୟ ସମିତି
- ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ
ପଟ୍ଟାମୁଣ୍ଡାଇ ୧୬/୧୨ କୃଷି ପ୍ରଧାନ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ତମାନ ସମୟରେ ଧାନଚାଷ ପର୍ଯ୍ୟାପ୍ତ ପରିମାଣରେ ହୋଇଛି ।ବିଭିନ୍ନ ସ୍ଥାନରେ ଖରିଫ୍ଧାନ ଅମଳ ହୋଇଚାଲିଥିବା ବେଳେ ତାକୁ ବିକିବାକୁ ଚିନ୍ତାରେ ପଡିଛନ୍ତି ଚାଷୀ । କାରଣ ଧାନ କ୍ରୟ ପାଇଁ ପ୍ରଶାସନ ସମବାୟ ସମିତିରେ ମଣ୍ଡି ବ୍ୟବସ୍ଥା କରିଛନ୍ତି । ହେଲେ ତାହାଏ ଯାଏଁ କାର୍ଯ୍ୟକାରୀ ହୋଇପାରି ନାହିଁ । ମଣ୍ଡି ଖୋଲିନଥିବା ସୁଯୋଗ ନେଇ ଦଲାଲ ଚାଷୀଙ୍କ ବିଲରୁ କମ୍ ଦରରେ ଧାନ କିଣି ଗଚ୍ଛିତ ରଖୁଥିବା ସାଧାରଣରେ ମତ ପ୍ରକାଶ ପାଇଛି ।
କୃଷକ ସୁରେନ୍ଦ୍ର ପରିଡା. ଦାଶରଥୀ ସାହୁ, ପ୍ରକାଶ ମହାନ୍ତି, କୁଞବିହରୀ ନାୟକ, ଅଜୟ ନାୟକ ପ୍ରମୁଖ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ୧୬ ଗୋଟି ସମବାୟ ସମିତି ମଧ୍ୟରୁ ଏକାଧିକ ସମିତିର କାର୍ଯ୍ୟ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚାଲିଥିବା ବେଳେ ଗତ ତିନି ବର୍ଷ ହେଲା ଧାନକ୍ରୟ ପାଉଣା ଆଜି ପର୍ଯ୍ୟନ୍ତ ବହୁ ଚାହୀଙ୍କୁ ମିଳିପାରିନାହିଁ ବୋଲି ଅଭିଯୋଗ ହେଉଛି । ସମବାୟ ବିଭାଗ ବର୍ତମାନ ସମ୍ପାଦକ ମାନଙ୍କ ମନମାନିରେ ଅତ୍ୟନ୍ତ ଅବହେଳିତ ଦୟନୀୟ ଅବସ୍ଥାରେ ଚାଲୁଛି । ବର୍ତମାନ ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରାୟ ୪୦ ଭାଗ ଧାନ ଅମଳ ହୋଇସାରିଥିଲେ ହେଁ ଜିଲାରେ ସରକାରୀ ଦରରେ ଧାନ ସଂଗ୍ରହ ହୋଇପାରି ନାହିଁ । ସରକାରୀ ଭାବେ ଆସନ୍ତା ମାସ ୧୦ରେ ଧାନ କ୍ରୟକରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି । ଫଳରେ ଯେଉଁ କ୍ଷୁଦ୍ର ଚାଷୀ ଚାଷ ପାଇଁ ହାତଉଦ୍ଧାରୀ ଋଣ ଆଣିିଛି ପରିଷଦ ପାଇଁ ଶୋଷଣର ଶିକାର ହୋଇ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
କୃଷକ ନେତା ବିଜୟ ଦାସ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀ ଆଉ ପୂର୍ବପରି ଧାନ କାଟି କେରା କରି ଖଳାକୁ ଧାନ ଗୋଛା ଆଣୁନାହାଁନ୍ତି । ଏବେ ମେସିନ ସାହାର୍ଯ୍ୟରେ କ୍ଷେତରେ ଧାନ କାଟି ବିଲରେ ବସ୍ତା କରିଦେଉଛନ୍ତି । ଫଳରେ ଧାନ ନଭେମ୍ବର-ଡିସେମ୍ବର ସୁଧା ଅମଳ ହୋଇଯାଉଛି ।ସରକାର ଆସନ୍ତା ଜନୁଆରୀ ପରିବର୍ତେ ଡିସେମ୍ବରରେ ମଣ୍ଡି ଖୋଲିଥିଲେ ଚାଷୀ ଧାନ ଅଭାବୀ ବିକ୍ରୀର ସମ୍ମୁଖିନ ହୋଇନଥାନ୍ତେ । ସରକର ଆସନ୍ତା ୧୦ରେ ଧାନ ମଣ୍ଡି ଖୋଲିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଆଯାଇଛି। ଚାଷୀଙ୍କୁ ସରକାରୀ ମଣ୍ଡିରୁ ବିମୁଖ କରି ମିଲର୍ସ ଓ ଅସାଧୁ ବ୍ୟବସାୟୀଙ୍କ ହାତରେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ଟେକି ଦେବାକୁ ଏକ ଷଡଯନ୍ତ୍ର ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ମଣ୍ଡି ଖୋଲିବା ପୂର୍ବରୁ ସମସ୍ୟାକୁ ଅସ୍ତ୍ର କରି ଦଲାଲଧାନ କିଣି ନେଉଛନ୍ତି । ଜିଲାରେ ବିଳମ୍ବିତ ଧାନ କିଣା ପାଇଁ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିବା ବେଳେ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଏଥିପ୍ରତି ଚିନ୍ତା କରୁନାହାଁନ୍ତି। ତେଣୁ ଚାଷୀ ବାଧ୍ୟ ହୋଇ କମ୍ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଚଳିତ ବର୍ଷ ଜିଲାରେ ପ୍ରାୟ ୪୪ ହଜାର ୧୬ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ୪୪ ହଜାର ୫୪ ଜଣ ଚାଷୀଙ୍କ ପାଖରୁ ପ୍ରାୟ ୮ଲକ୍ଷ ୫୩ ହଜାର ୭୩ କୁଇଂଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ଚାଷୀ ୩୧ ଶହ ଟଙ୍କାରେ ଧାନ ବିକ୍ରି କରିବେ ବୋଲି କେନ୍ଦ୍ରାପଡା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ କହିଛନ୍ତି । କୌଣସି କଟନି ଛଟନି ବିନା ଚାଷୀ ଧାନକୁ ଭଲଭାବରେ ସଫାକରି ବିକ୍ରି କରିପାରିବେ । ତେବେ ଧାନକିଣା ବିକା ଆସନ୍ତା ବର୍ଷ ଜାନୁଆରୀ ୧୦ରୁ ଆରମ୍ଭ ହେବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଥିଲେ ।