ସରକାର ପ୍ରବାସୀ ଶ୍ରମିକଙ୍କ ସମସ୍ୟା ମୋଚନ କରିବାରେ ବିଫଳ

bina seftire sramika mane rasta kamare pichu pakauchhanti-min


ପଟ୍ଟାମୁଣ୍ଡାଇ ୧୮/୧୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ପ୍ରଗତି ରଥର ସାରଥି ଶ୍ରମିକମାନେ ଅନେକ ସମୟରେ ଅବହେଳାର ଶିକାର ହେଉଛନ୍ତି। ଦୀର୍ଘ ବର୍ଷର କାର୍ଯ୍ୟ କୁଶଳତା ସତ୍ୱେ ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନି। ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରାଯାଉନି। ରାଜ୍ୟ ଓ ରାଜ୍ୟ ବାହାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ରାଜ୍ୟର ବିକାଶରେ ଯୋଗଦାନ ଅତୁଳନୀୟ ଓ ଅବିଶ୍ୱସନୀୟ ହୋଇଥିବା ବେଳେ ରାଜ୍ୟ ସରକାର ଶ୍ରମିକମାନଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତେ ଶ୍ରମିକମାନଙ୍କୁ ପ୍ରତ୍ୟକ ପରିସ୍ଥିତିରେ ଉପେକ୍ଷା କରି ଆସୁଛନ୍ତି ।ଅନ୍ୟପକ୍ଷରେ ସରକାର ସ୍ଥାୟୀ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ନକରି ପ୍ରତ୍ୟେକକ୍ଷେତ୍ରରେ ଠିକା କର୍ମଚାରୀ ଓ ଯୋଜନା ଶ୍ରମିକ ନିୟୋଜନ କରି ଶ୍ରମିକ ଶୋଷଣ ବୃଦ୍ଧି ସହିତ ଠିକା ସଂସ୍ଥା ମାନଙ୍କୁ କୋଟିପତି କରିବା ପରୋକ୍ଷରେ ସହଯୋଗ କରିଆସୁଛନ୍ତି ବେଲି ସାଧାରଣରେ ମତ ପ୍ରକାଶ ପାଇଛି।
ଶ୍ରମିକନେତା ପ୍ରକାଶ ମହାନ୍ତି କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ସାଧାରଣତଃ ଦୁଇ ଶ୍ରେଣୀର ପ୍ରବାସୀ ଶ୍ରମିକ ଅଛନ୍ତି। ଗୋଟିଏ ଶ୍ରେଣୀ ଅଧିକ ମଜୁରି ଓ ଭଲ ପାଉଣା ଆଶାରେ ଅନ୍ୟ ଦେଶ ଓ ରାଜ୍ୟକୁ ଯାଆନ୍ତି ତ ଅନ୍ୟ ଶ୍ରେଣୀଟି ପରିସ୍ଥିତିଗତ ବାଧ୍ୟବାଧକତା ଓ ଉତ୍କଟ ଦାରିଦ୍ର‌୍ୟ କାରଣରୁ ଏହିଠାରେ କାମଧନ୍ଦା ଲାଗି କରନ୍ତି । ଶିଳ୍ପବିହିନ କେନ୍ଦ୍ରାପଡା ଜିଲାରେ ଅଧିକାଂଶ ବେଆଇନ ଭାବେ ଇଟାଭାଟି, ବାଲିଖାଦାନ ଚାଲୁଥିବା ବେଳେ ସରକାରୀ ବେସରକାରୀ ବିଭିନ୍ନ କାର୍ଯ୍ୟମଧ୍ୟ ହେଉଛି। ଏଥିରେ ଏହି ଅଣ ପଞ୍ଜୀକୃତ ଶ୍ରମିକମାନଙ୍କୁ କାମ କରନ୍ତି । ଏଣୁ ଅଣସଙ୍ଗଠିତ ଶ୍ରମିକ ଓ ସେମାନଙ୍କ ପରିବାର ସରକାରୀ ଯୋଜନାର ସୁଫଳ ନେଇ ନ ପାରି ବେସାହାରା ହୋଇ ପଡିଥିବା ବେଳେ ରଜନୈତିକ ପଛଟପଟର କର୍ମୀ ଏହି ଯୋଜନାର ଫାଇଦା ଉଠାଇଚାଲିଛନ୍ତି ।
ବିଜୟ ଦାସ କୁହନ୍ତି ଅନ୍ୟ ରାଜ୍ୟ ଯଥା କେରଳ, ଗୁଜରାଟ, କର୍ଣ୍ଣାଟକ,ଆନ୍ଧ୍ରପ୍ରଦେଶ ଆଦି ଅଂଚଳକୁ ଯାଉଥିବା ଶ୍ରମିକମାନେ ଠିକା ସଂସ୍ଥା ଅଧିନରେ କାମ ପାଆନ୍ତି । ତାଙ୍କୁ ଠିକାଦାର ଆଗ୍ରିମଦେଇ ନିଜଗ୍ରାମରୁ ଗାଡିକରି ନିଅନ୍ତି । ଏହି ଶ୍ରମିକମାନେ ଅନ୍ୟ ରାଜ୍ୟର ସଂଗଠିତ ଶିଳ୍ପ କିମ୍ବା କଳକାରଖାନାମାନଙ୍କରେ କାର୍ଯ୍ୟ କରନ୍ତି ଓ ବର୍ଷ ସାରା ସେମାନଙ୍କ ଯିବା ଆସିବା ଲାଗିଥାଏ। ଅନ୍ୟପକ୍ଷରେ ତାଙ୍କ ଉପରେ ଠିକା ସଂସ୍ଥାଗୁଡ଼ିକ ମନଇଚ୍ଛା ଆଇନ ଚଳାଇଥାନ୍ତି। କୌଣସି ଶ୍ରମିକ ସମାଜ ନ୍ୟାଯ୍ୟ ଦାବି ହାସଲ ପାଇଁ ସ୍ୱର ଉତୋଳନ କଲେ କାମରୁ ବାହାର କରି ଦିଆଯିବ ବୋଲି ଧମକ ଦିଆଯାଉଛି। ଅନେକ ଠିକା ଶ୍ରମିକଙ୍କୁ ଛଟେଇ କରାଯାଉଥିବାରୁ ସେମାନେ ଆର୍ଥତ୍କ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମ ଦେଶର ସଂବିଧାନ ସମସ୍ତ ନାଗରିକଙ୍କୁ ଯେ କୌଣସି ରାଜ୍ୟରେ ବସବାସ ଓ କାର୍ଯ୍ୟ କରିବାର ଅଧିକାର ପ୍ରଦାନ କରିଛି । ମାତ୍ର ବାସ୍ତବରେ ଅନେକ ସମୟରେ ଶ୍ରମିକମାନେ ଅନ୍ୟ ରାଜ୍ୟରେ ହିଂସା, ନିର୍ଯାତନା ଓ ଶୋଷଣର ଶିକାର ହୁଅନ୍ତି।
ଶ୍ରମ ସଂଗଠକ ଶିବପ୍ରଶାଦ ନାଥ,ଦାଶରଥି ସାହୁ, ସୁରେନ୍ଦ୍ର ପରିଡା ପ୍ରମୁଖ କୁହନ୍ତି ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଯୋଜନା ପ୍ରସ୍ତୁତକରି ଶ୍ରମିକ ମାନଙ୍କୁ ବ୍ୟବହାର କରୁଛନ୍ତି । ବେତନ ଓ ସୁବିଧା କଥା ଉଠିଲେ ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଆସୁଛନ୍ତି । ଅନେକ ଘରୋଇ ଶିଳ୍ପରେ ହଜାର ହଜାର ଠିକା ଶ୍ରମିକ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏଯାଏ ହୋଇପାରୁ ନ ଥିବା ବେଳେ ଅବହେଳା ଅଭିଯୋଗମାନ ବୃଦ୍ଧି ପାଉଛି। ବିଶେଷ ଭାବେ ଗରିବ ଶ୍ରମିକମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ଯୋଜନା ତଳସ୍ତରକୁ ଆସୁନାହି। ଏପରିକି ଯୋଜନା ଅଛି ବୋଲି ଅନେକ ଜାଣନ୍ତି ନାହିଁ। କେତେଜଣ ଫାଇଦାବାଦୀ ଲୋକ ଏହାକୁ ହାତେଇ ନେବାରେ ବ୍ୟସ୍ତ। ସେପଟେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶ୍ରମିକ ପରଶ୍ରମି କରିଯୋଜନାର ସୁଫଳ ପାଇ ପାରୁନି କି ଅନେକ ଶ୍ରମିକ ଏ ବିଷୟରେ ଜାଣନ୍ତିନାହିଁ । ଏମାନଙ୍କ ପାଇଁ କୌଣସି ସଙ୍ଗଠନ ମଧ୍ୟ ସେପରି କାମ କରୁନାହାଁନ୍ତି କି ପ୍ରଶାସନ ପକ୍ଷରୁ ଧରପଗଡ଼ ହେଉନାହିଁ। ଏଣୁ ଏହି ଆଇନ ସବୁ ବେନିୟମ ଭାବେ ଚାଲିଛି ବୋଲି ସେମାନେ କହିଛନ୍ତି।