ଜାତୀୟ ଗଣିତ ଦିବସ ମହାସମାରୋହରେ ପାଳିତ



ପଟ୍ଟାମୁଣ୍ଡାଇ୨୨/୧୨ – ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ ଜାତୀୟ ଗଣିତ ଦିବସ ୨୦୨୪ ଓ ଗାଣିତିକ ଶ୍ରୀନିବାସ ରାମାନୁଜନଙ୍କ ୧୩୭ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସସର ଦିଲୀପ କୁମାର ଭୂୟାଁଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡ୍ୱ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଏ.କ୍ୟୁ.ଏସି ସଂଯୋଜକ ତଥା ରସାୟନ ବିଭାଗର ପ୍ରାଧ୍ୟାପକ ଡ଼ଃ ସୁନୀଲ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକ ଐତିହାସିକ ଯୁଗରୁ ଏପର୍ଯ୍ୟନ୍ତ ବିଶ୍ୱଦରବାରରେ ଭାରତୀୟମାନଙ୍କର ଅବଦାନ ଅତୁଳନୀୟ ବୋଲି ମତ ରଖିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଡ ନିର୍ମଳ ସାହୁ ଗାଣିତିକ ରାମାନୁଜନଙ୍କର ଜୀବନୀ ଓ ତାଙ୍କର ଗଣିତ ପ୍ରତିଭା ଅଦିତ୍ୱୀୟ ବୋଲି ବିଶ୍ଳେଷଣ କରି କହିଥିଲେ ଯେ ମାତ୍ର ଦଶ ବର୍ଷ ବୟସରୁ ଗଣିତ ସହିତ ପରିଚୟ ଆରମ୍ଭ କରି ଅସାଧାରଣ ପ୍ରତିଭା ସମ୍ପନ୍ନ ରାମାନୁଜନ ମାତ୍ର ୧୨ ବର୍ଷ ବୟସରେ ଏସ୍‌.ଏଲ୍‌. ଲୋନୀଙ୍କ ତ୍ରିକୋଣମିତି ପୁସ୍ତକ ଅଧ୍ୟୟନ କରି ସେଥିରେ ଦକ୍ଷତା ଅର୍ଜନ କରିଥିଲେ । ଏପରିକି ସେ ନିଜେ ଏକ ଉପପାଦ୍ୟ ସୃଷ୍ଟି କରିଥିଲେ ଏବଂ ସେ ନିଜ ଚେଷ୍ଟାରେ ଇଉଲର୍ସ ଆଇଡେଣ୍ଟିଟିର ପୁନରାବିଷ୍କାର କରିଥିଲେ । ୧୯୦୪ ଗଣିତରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ସେ ଆକୋଲାଡସ ପୁରସ୍କାର ପାଇଥିଲେ। ୧୭ ବର୍ଷ ବୟସରେ ସେ ବର୍ଣ୍ଣେଲି ସଂଖ୍ୟା  ଓ ଇଉଲରଙ୍କ ମାସ୍େଚରୋନି ସ୍ଥିରରାଶି (Euler–Mascheroni constant)ଉପରେ ସ୍ୱକୀୟ ଗବେଷଣା ଆରମ୍ଭ କରିଥିଲେ। ସେ କୁମ୍ଭକୋଣମ୍ କଲେଜରେ ନାଁଲେଖାଇଥିଲେ ଓ ସୁବ୍ରମଣ୍ୟମ୍ ବୃତ୍ତିଲାଭ କରିଥିବା ସହିତ ଶ୍ରେଷ୍ଠଛାତ୍ର ଭାବେ ଭି. ରଙ୍ଗନାଥ ରାଓ ପୁରସ୍କାରପ୍ରାପ୍ତ ହୋଇଥିଲେ । କମ୍ପୁଟର ସାଇନ୍ସ ବିଭାଗର ମୁଖ୍ୟ ଅଧ୍ୟାପକ ବିଶ୍ୱଜିତ ଷଡ଼ଙ୍ଗୀ ଗଣିତ ବିଜ୍ଞାନର ମୂଳମନ୍ତ୍ର ବୋଲି ମତ ପୋଷଣ କରିଥିଲେ । ଶେଷରେ କମ୍ପୁଟର ସାଇନ୍ସ ବିଭାଗର ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ବାରିକ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଗଣିତ ଓ କମ୍ପୁଟର ସାଇନ୍ସ ବିଭାଗର ସମସ୍ତ ଛାତ୍ରୀଛାତ୍ର ଏବଂ ଗଣିତ ଆଲୁମିନି ଆସୋସିଏସନର ସଭ୍ୟବୃନ୍ଦ ଯୋଗଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading