ନୂଆଦିଲ୍ଲୀ,୨୬/୧୨-ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରାତି ପ୍ରାୟ ୯ଟା ୫୧ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ରୂପେ ମନମୋହନ ସିଂଙ୍କ ନାମରେ ଅନେକ ସଫଳତା ରହିଛି। ଆର୍ôଥକ ଉଦାରୀକରଣରେ ତାଙ୍କର ଏକ ବିଶେଷ ଅବଦାନ ଥିଲା।ଅର୍ଥମନ୍ତ୍ରୀ ଥିବା ସମୟରେ ୧୯୯୧ରେ ଆରମ୍ଭ ହୋଇଥିବା ଆର୍ôଥକ ଉଦାରୀକରଣରେ ମନମୋହନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏଥିରେ ସରକାରୀ ନିୟନ୍ତ୍ରଣକୁ କମାଇବା, ପ୍ରତ୍ୟେକ୍ଷ ବିଦେଶୀ ନିବେଶକୁ ବୃଦ୍ଧି କରିବା ଏବଂ ଢାଞ୍ଚାଗତ ସଂସ୍କାର ଲାଗୁ କରିବା ସାମିଲ ରହିଛି, ଯେଉଁଥିରେ ଯାହା ଭାରତର ଅର୍ଥନୀତିକୁ ବିଶ୍ୱ ବଜାର ପାଇଁ ଉନମୁକ୍ତ କରିଥିଲା।
ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ(ନରେଗା):
୨୦୦୫ ରେ ପ୍ରବର୍ତ୍ତିତ ଏହି ଅଧିନିୟମ, ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୦୦ ଦିନ ମଜୁରୀ ରୋଜଗାରର ସୁନିଶ୍ଚିତ କରିବା, ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଏବଂ ଗ୍ରାମୀଣ ଭିତ୍ତିଭୂମି ବୃଦ୍ଧିରେ ଯଥେଷ୍ଟ ଉନ୍ନତି ଆଣିଥିଲା।
ସୂଚନା ଅଧିକାର ଆଇନ (ଆରଟିଆଇ):
୨୦୦୫ ରେ ପାସ ହୋଇଥିବା ଆରଟିଆଇ ନାଗରିକମାନଙ୍କୁ ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇବାକୁ କ୍ଷମତା ଦେଇଥିଲା, ଯାହାଦ୍ୱାରା ଶାସନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରାଯାଇଥିଲା।
ଆଧାର ସୁବିଧା:
ବିଭିନ୍ନ ସେବାକୁ ସୁବିଧାଜନକ କରି ଦେଶର ବାସିନ୍ଦାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ପାଇଁ ଆଧାର ପ୍ରକଳ୍ପ ଆରମ୍ଭ କରାଯାଇଥିଲା।
ସିଧାସଳଖ ଲାଭ ସ୍ଥାନାନ୍ତର(ଊସକ୍ସରମଗ୍ଧ ଈରଦ୍ଭରଲସଗ୍ଧ ଞକ୍ସବଦ୍ଭଗ୍ଦଲରକ୍ସ):
ଡକ୍ଟର ମନମୋହନ ସିଂଙ୍କ ସରକାର ସିଧାସଳଖ ଲାଭ ଟ୍ରାନ୍ସଫର ସିଷ୍ଟମ ଲାଗୁ କରିଥିଲେ, ଯାହା କଲ୍ୟାଣ ବଣ୍ଟନକୁ ସୁଗମ କରିଥିଲା ଏବଂ ଅନେକ ସୁବିଧା ଦୂର କରିଥିଲା।
କୃଷି ଋଣ ଛାଡ (୨୦୦୮):
କୃଷି ସଙ୍କଟକୁ ଦୂର କରିବା ପାଇଁ, ୬୦,୦୦୦ କୋଟି ଟଙ୍କା ଋଣ ଛାଡ ମାଧ୍ୟମରେ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା।
ଭାରତ-ଆମେରିକା ପରମାଣୁ ଚୁକ୍ତି:
ମନମୋହନ ସିଂଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି ଭାରତ-ଆମେରିକାର ନାଗରିକ ଆଣବିକ ଚୁକ୍ତି ବୁଝାମଣା। ଏହି ଚୁକ୍ତିନାମା ଅନୁଯାୟୀ, ଆଣବିକ ଯୋଗାଣକାରୀ ଗୋଷ୍ଠୀ (ଘଝଏ) ରୁ ଭାରତ ଛାଡ ପାଇଛି। ଏହା ଅଧୀନରେ ଭାରତକୁ ସାଧାରଣ ନାଗରିକ ଏବଂ ସାମରିକ ଆଣବିକ କାର୍ଯ୍ୟକ୍ରମ ଅଲଗା କରିବାକୁ ଅନୁମତି ଦିଆଯାଇଥିଲା। ଏହି ଚୁକ୍ତି ଅନୁଯାୟୀ ଭାରତକୁ ଏହି ଟେକ୍ନୋଲୋଜି ଥିବା ଦେଶରୁ ୟୁରାନିୟମ ଆମଦାନୀ କରିବାକୁ ଅନୁମତି ଦିଆଯାଇଥିଲା।